ମା , ମିଲେଟ୍‌ ଓ ମିଶନ ଶକ୍ତି

0

ଓଡ଼ିଶା ଏବେ ବିକାଶର ଗାଥା ଗାଉଛି । ଆମ ରାଜ୍ୟ ଓଡ଼ିଶା- ଯେଉଁଠି ମାଟି ବି ବୀରତ୍ୱର କଥା କହେ, ପବନରେ ସଂଗ୍ରାମର ଇତିହାସ ବହେ। ଏ ମାଟି ଉଦ୍ୟୋଗର ମାଟି । ଏ ମାଟି ଉଦ୍ୟୋଗୀର ମାଟି । ଆଉ ଏ ମାଟି ମିଶନର ମାଟି । ଆଉ ଆଜି ଏ ମାଟିରେ ମିଶନ୍‌ ଶକ୍ତି ଠୁ ଆରମ୍ଭ କରି ମିଲେଟ ଯାଏଁ ସବୁ ଏକ ବୃହତ୍ତର ମିଶନରେ ପରିଗଣିତ ହୋଇଛନ୍ତି । ଆପଣ ଅଶୀ ନବେ ଦଶକ କୁ ଯଦି ଫେରିଯିବେ ଲକ୍ଷ୍ୟ କରିପାରିବେ , ସେତେବେଳେ ମା’ ମାନଙ୍କର ଭୂମିକା ଉଦ୍ୟୋଗ କ୍ଷେତ୍ରରେ ଏତେଟା ନଥିଲା । କିନ୍ତୁ ଏବେ ଆପଣ ଓଡ଼ିଶାର ରୂପାନ୍ତରଣକୁ ଲକ୍ଷ୍ୟ କରନ୍ତୁ । ଆଜି ମା’ ମାନେ ଉଦଯୋଗୀ । ଆଜି ମା’ ମାନେ କେବଳ ପଲ୍ଲୀ ଠାରୁ ଦିଲ୍ଲୀ ନୁହେଁ ବରଂ ଦେଶ ବିଦେଶରେ ଯାତ୍ରା କରି ନିଜ ଉଦ୍ୟୋଗର କଥା ପହଁଚାଇଛନ୍ତି । ଆଉ ଆମ ମା’ ମାନଙ୍କୁ ଆଜି ଶକ୍ତି ଯୋଗାଉଛି ମିଶନ୍‌ ଶକ୍ତି । ରାଜ୍ୟ ସରକାରଙ୍କ ଏକ ବିକଶିତ ପରିକଳ୍ପନା ହେଉଛି ମିଶନ ଶକ୍ତି । ଯେଉଁଠାରେ ମା’ ମାନଙ୍କର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆଜି ମିଶନଶକ୍ତି ମାଧ୍ୟମରେ ମା’ ମାନେ ସ୍ୱାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ରାଜ୍ୟସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଆଜି ସଫଳତାର ମହକ ବୁଣୁଛି । ଏହାରି ଭିତରେ ମିଲେଟ ମିଶନ ଏହି ସଫଳତାରେ ଆଉ ଏକ ଖିଅ ଯୋଡ଼ିଛି ।

ବନ୍ଧୁଗଣ , ଆପଣମାନେ ମାଣ୍ଡିଆ ବିଷୟରେ ପିଲାଟି ଦିନରୁ ଶୁଣିଥ୍‌ôବେ , ଏଥିରେ ଦ୍ୱିମତ ନାହିଁ । କିନ୍ତୁ ମାଣ୍ଡିଆ ପ୍ରତି ଯେଉଁ ଭାବନା ୧୫-୨୦ବର୍ଷ ତଳେ ଥିଲା ଆଜି ସେଥିରେ ଆକାଶ ପାତାଳ ତଫାତ୍‌ । ଆଜି ମାଣ୍ଡିଆ କେବଳ ଏକ ଲଘୁଶସ୍ୟ ନୁହେଁ , ଏହା ଏକ ମିଶନ । ରାଜ୍ୟସରକାରଙ୍କ କୃଷି ବିଭାଗ ଠାରୁ ଆରମ୍ଭ କରି ଓଡ଼ିଶା ମିଲେଟ ମିଶନ ଏ ଦିଗରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି । ୨୦୨୩କୁ ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ଭାବେ ଘୋଷଣା କରାଯିବା ସହ ନଭେମ୍ବର ୧୦କୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଇଥିଲା । ଏବେ ମାଣ୍ଡିଆ ପାଇଁ ଆକାଂକ୍ଷା ଆଉ ଉତ୍କଣ୍ଠା । ସବୁଠି ମିଲେଟର ଜୟଯାତ୍ରା । ମଲ୍‌ ମାନଙ୍କରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ତ ପୁଣି ବିଭିନ୍ନ ଉତ୍ସବ ମାନଙ୍କରେ ମାଣ୍ଡିଆର ଖାଦ୍ୟ ପାଖରେ ଲୋକ ଭିଡ଼ ଜମେଇଲେଣି । କେବଳ ମଧୁମେୟ ରୋଗୀ ନୁହେଁ ସମାଜର ସବୁ ଶ୍ରେଣୀ ଆଉ ସବୁ ବର୍ଗର ଲୋକେ ଏହାକୁ ଏବେ ନିଜ ଖାଦ୍ୟରେ ସାମିଲ କଲେଣି । ମିଶନ୍‌ ଶକ୍ତି ମା’ ମାନେ ଏବେ ମିଲେଟ ଶକ୍ତି କାଫେ ରେ ନିଜର ପାରଦର୍ଶିତା ଦେଖାଇଲେଣି । ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟପେୟ ଏବେ ଏହି କାଫେରେ ଉପଲବ୍ଧ । ଏଥିରେ ମା’ ମାନଙ୍କର ହିଁ ଭୂମିକା ଅଧିକ । ଓଡ଼ିଶାରେ ମିଲେଟ ମିଶନ ଏବେ ଏକ ବିପ୍ଲବରେ ରୂପାନ୍ତରିତ ହୋଇଛି । ଶୁଷ୍କ ମାଟିର ସୁନା ମାଣ୍ଡିଆକୁ ଚାଷ କରିବା ପାଇଁ ଚାଷୀ ଏବେ ବେଶ ଆଗଭର । ଚାଷୀ ମାନଙ୍କୁ ଏ ଦିଗରେ ତାଲିମ ମିଳିବା ସହ ମିଲେଟ ମିଶନ ଜରିଆରେ ଅନେକ ଉପଯୋଗୀ ପନ୍ଥା ଆପଣାଯାଉଛି । ଏମିତିକି ବଡ଼ ବଡ଼ ହୋଟେଲ ମାନେ ଏବେ ଖାଦ୍ୟ ମନେୁରେ ମାଣ୍ଡିଆକୁ ସାମିଲ କରିବାକୁ ମନ ବଳାଇଛନ୍ତି । କେବଳ ସେତିକି ନୁହେଁ ରାଜ୍ୟ ସରକାରଙ୍କ ତରଫରୁ ମାଣ୍ଡିଆର ଭୂ ପ୍ରଜାତି ଜାରି କରିବାରେ ଦେଶର ପ୍ରଥମ ରାଜ୍ୟ ଓଡ଼ିଶା । ୧୬୩ଟି ଭୂପ୍ରଜାତିର ଚିହ୍ନଟକରଣ କରାଯିବା ସହ ଏ ଦିଗରେ ବେଶ ତତ୍ପର ଭାବେ କାମ କରୁଛନ୍ତି ରାଜ୍ୟ ସରକାର । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କୃଷି ଓ କୃଷକର ବିକାଶ ଆଭିମୁଖ୍ୟକୁ ନେଇ ଏହି ମିଲେଟ ମିଶନ ଆଗାମୀ ଦିନର ସଫଳତାର ତୂର୍ଯ୍ୟନାଦ କରିବ ।

nano urea

ମିଶନ ଶକ୍ତି ଓ ମିଲେଟ ମିଶନ – ଏଦୁଇଟି ବୈପ୍ଲବିକ ଆହ୍ୱାନ କୁ ମା’ ମାନେ ଶାଣିତ କରୁଛନ୍ତି । ଆଜି ଆମ ରାଜ୍ୟର ମା’ ମାନେ ଜଣେ ଜଣେ ଉଦ୍ୟୋଗୀ । ମା ,ମିଲେଟ୍‌ ଓ ମିଶନ୍‌ ଶକ୍ତି -ଆମ ରାଜ୍ୟର ପରିଚୟକୁ ଦ୍ୱିଗୁଣିତ କରିଛନ୍ତି । ଏକ ସମୃଦ୍ଧ ତଥା ବିକଶିତ ଓଡ଼ିଶା ଗଠନରେ ଏ ତିନୋଟିର ସମନ୍ୱୟ ପ୍ରଚେଷ୍ଟା ସ୍ୱାଗତଯୋଗ୍ୟ ।

ଡ଼ି ଶୁଭମ୍‌ , ସମ୍ପାଦକ- ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ

Leave A Reply

Your email address will not be published.

three × four =