ଓଲୁଅ ଫସଲର ପରିଚାଳନା

0

ସାଧାରଣତଃ ମାର୍ଚ୍ଚ ମାସର ମଧ୍ୟଭାଗରେ ଜଳସେଚିତ ଓଲୁଅ ଫସଲ ଲଗାଇଲେ ଅଧିକ ଅମଳ ମିଳେ। ହାରାହାରି ୬୦୦ ଗ୍ରାମ ଓଜନର ଛୋଟଛୋଟ ଗୋଟା ଓଲୁଅ ବିହନ ପାଇଁ ଉପଯୁକ୍ତ । ମାତ୍ର ବଡ ବଡ ଓଳୁଅକୁ ଛୁରି କିମ୍ବା କୌଣସି ଧାରୁଆ ଅସ୍ତ୍ରରେ ୪୦୦ରୁ ୬୦୦ ଗ୍ରାମ ଓଜନର ଖଣ୍ଡ କାଟି ବିହନ ଆକାରରେ ବ୍ୟବହାର କରନ୍ତୁ । ପ୍ରତି ବିହନ ଓଲୁଆ ଖଣ୍ଡରେ ଓଲୁଅ ଚୋପା ରହିବା ନିହାତି ଆବଶ୍ୟକ । କଞ୍ଚା ଗୋବର ଖତ ସହିତ କୀଟନାଶକ ମନୋକ୍ରୋଟଫସ (୦.୦୫) ଏବଂ କବକନାଶକ ମାସେଙ୍କାଡେକ୍ସ୍(୦.୨) ମିଶାଇ ଘୋଳକରି, ଘୋଳରେ ବିହନ ଖଣ୍ଡଗୁଡିକୁ କିଛି ସମୟ ବୁଡାଇ ୪ରୁ ୬ଘଣ୍ଟା ପର୍ଯ୍ୟନ୍ତ ଛାଇରେ ଶୁଖାଇଲେ ଅଧିକ ଅମଳ ମିଳେ।

nano urea

ଏହି ଚାଷ ପାଇ ଏକର ପ୍ରତି ୧୦ ଟନ୍ ସଢା ଗୋବର ଖତ ପ୍ରୟୋଗ କରାଯାଏ। ଶେଷ ଓଡ଼ଚାଷ ସମୟରେ ମୂଳସାର ହିସାବରେ ଏକର ପ୍ରତି ୪୪ କି.ଗ୍ରା. ଡିଏପି ମାଟି ସହ ଭଲଭାବେ ମିଶାଇବା ଆବଶ୍ୟକ। ବିହନ ଲଗାଇବାର ୩୦ ରୁ ୪୫ ଦିନ ପରେ ଏକର ପ୍ରତି ୩୫ କି.ଗ୍ରା. ୟୁରିଆ ଓ ୩୩ କି.ଗ୍ରା ପଟାସ ସାର ପ୍ରୟୋଗ କରାଯାଇଥାଏ। ପୁନର୍ବାର ଲଗାଇବାର ୬୦ ରୁ ୭୫ ଦିନ ପରେ ଏକର ପ୍ରତି ୩୫ କି.ଗ୍ରା. ୟୁରିଆ ଓ ୩୩ କି.ଗ୍ରା ପଟାସ ସାର ପ୍ରୟୋଗ କରାଯାଇଥାଏ। ଏହାଦ୍ବାରା ଚାଷୀମାନେ ଉତ୍ତମ ଉତ୍ପାଦନ ପାଇବା ସହ ଲାଭବାନ ମଧ୍ୟ ହୋଇଥାନ୍ତି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Leave A Reply

Your email address will not be published.

9 − two =