କୃଷି – ସେ ମାନବସମାଜର ସଂଚାଳକ ଶକ୍ତି । ଜୀଇଁବାର ପ୍ରତ୍ୟେକଟି ମୁହୂର୍ତ୍ତକୁ ଅନୁଭବ କରିବାର ମାଧ୍ୟମ ଏଇ କୃଷି । ସଭ୍ୟତାର ସୂଚୀପତ୍ର ଆଉ ଚିନ୍ତା ଓ ଚେତନାର ଉନ୍ମେଷକ । ଦିନରେ ଦି ଓଳି ଖାଇବାର ସ୍ୱପ୍ନକୁ ଚରିତାର୍ଥ କରେ କୃଷି । ଆଉ ଏସବୁକୁ ନିଜ ହାତରେ ବାସ୍ତବତାର ରୂପ ଦିଏ ସେ ମାଟିର ମଣିଷ । କାଦୁଅ କ୍ଷେତର ସେ ଚିରପରିଚିତ ସାଥୀ । ରାତି ପାହିଲେ ପଖାଳ ମୁଠାଏରୁ ଆରମ୍ଭ ହୋଇଯାଏ ଏ ଚାଷର ମହାନ ପର୍ବ । ବ୍ୟବସାୟ ନୁହେଁ ବରଂ ନଜ କର୍ମସିକ୍ତ ଜୀବନର ଏକ ସାର୍ଥକ ପ୍ରତିବେଦନ ଭାବରେ ପ୍ରତ୍ୟେକ ଦିନ ଏହି ସ୍ୱର୍ଗୀୟ ଅନୁଭୂତିକୁ ଅବଲୋକନ କରେ ଚାଷୀ । ବନ୍ଧ୍ୟା ଜମିକୁ ଶ୍ୟାମଳା କରିବାର ସେ ସାଜେ ସାରଥୀ । ସର୍ବୋପରି ଏ ଧରାପୃଷ୍ଠରେ ଧରିତ୍ରୀମାତାର ଅମୃୃତସନ୍ତାନ ଭାବରେ ନିଜ କର୍ମକୁ ସଠିକ ଢ଼ଙ୍ଗରେ ପାଳନ କରେ । ଅନୁଭବ କରେ ସେ ମହାର୍ଘ୍ୟ ଅନୁଭୂତିର ଉଚ୍ଚାରଣକୁ ମର୍ମେମର୍ମେ ।
କୁହାଯାଏ ନାରୀ ସର୍ବପୂଜ୍ୟା । ସେ ଧର୍ମମୟୀ । ପୁରାତନ ଯୁଗର ନାରୀ ଘରର ଚାରିକାନ୍ଥ ମଧ୍ୟରେ ରହି ସ୍ୱପ୍ନ ଦେଖୁଥିଲା ସତ କିନ୍ତୁ ସେସବୁ ସେ ଅନ୍ଧକାରମୟ ପରିବେଶ ଭିତରେ ସମାଧିସ୍ଥ ହେଇଯାଉଥିଲା । ପରନ୍ତୁ ସାମ୍ପ୍ରତିକ ସମୟରେ ନାରୀ ସାଜିଛି ସମାଜ ଗଠନର ମଙ୍ଗୁଆଳ । ସେ କୃଷି କ୍ଷେତ୍ରରେ ହେଉ ଅଥବା ଯେକୌଣସି ବିଭାଗରେ ନାରୀ ପ୍ରତିପାଦିତ କରିପାରିଛି ନିଜର ଦକ୍ଷତାକୁ । ସେ ଚାଷ ହେଉ କି ଅନ୍ୟ କିଛି କାମ ଏ ସବୁଥିରେ ନାରୀ ନିଜ ପାରିବା ପଣିଆକୁ ଭଲ ଭାବରେ ଦେଖାଇପରେ। ଚାଷ ଯେ କେବଳ ଜଣେ ପୁରୁଷର କାମ ତାହା ନୁହେଁ , ଆଜି ନାରୀ ବି କ୍ଷେତ ରେ ଧାନ ରୋଇପରୁଚିଁ, ମୁଗ ବୁଣି ପାରୁଚି, ଧାନ ଅମଳ ସମୟରେ ଏହାକୁ କାଟି ପାରୁଚି। ଆଜିକାଲି ଅଧିକାଂଶ କ୍ଷେତ ରେ ନାରୀ ମାନେ ଚାଷ କରୁଥିବା ଦେଖାଯାଉଛି। ନାରୀ ଅନନ୍ୟା।
ପ୍ରତିବର୍ଷ ଅକ୍ଟୋବର ୧୫କୁ ମହିଳା କିସାନ୍ ଦିବସ ଭାବେ ପାଳନ କରାଯାଏ। ଏହା ସମସ୍ତଙ୍କୁ ଚାଷ କାର୍ଯ୍ୟରେ ନାରୀର ଭୂମିକାକୁ ଅବଲୋକନ କରାଏ। ନାରୀ ଯେ ଜଣେ ସଫଳ ଚାଷୀ ହୋଇପାରେ ଏକଥା ଆଉ କାହାକୁ ଅଛପା ହୋଇ ନାହିଁ। ଆଜି ନାରୀ ବି ସୁନା ଫଳେଇବାର ସ୍ବପ୍ନ ଦେଖିପାରୁଛି। ବାସ୍ତବରେ ଏ ଚାଷୀକୁଳ ହି ଆମର ମାର୍ଗ ଦର୍ଶକ।