ହାତ ପାହାନ୍ତାରେ ପ୍ରାକୃତିକ ପାଚନ – ପୁଦିନା

0

ସାମାଜିକ ଜୀବନର ବ୍ୟସ୍ତତା ଭିତରେ ଏବେ ଟିକିଏ ଖାଲି ସମୟ ପାଇବା ସତରେ କଷ୍ଟ । ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜକୁ ଦୁର୍ବିସହ ଲାଗିବା ସ୍ୱାଭାବିକ । ସମୟ ଆସି ଏପରି ସ୍ଥଳରେ ଉପନୀତ ଆଜି କୋ÷ଣସି ବ୍ୟକ୍ତି ବି ଚାଷ ଜମିକୁ ଯାଇ ଫସଲ ଲଗାଇବାକୁ ମନ ବଳେଇବାର ପ୍ରଶ୍ନ ଉଠୁନି । କାଦୁଅ ବିଲରେ ଗୋଡ଼ ପଶେଇବାକୁ କିଏ ବା ଚାହିଁବ !! ସମ୍ପ୍ରତି ପାକଶାଳା ବଗିଚା , ରୁଫଟପ ଗାଡେର଼୍ନିଂ ପରି ନୂତନପ୍ରଣାଳୀ ସହରାଂଚଳ ମାନଙ୍କରେ ବେଶ ଲୋକପ୍ରିୟ ହେବା ସହ ଏହାକୁ ଆପଣେଇବାକୁ ସଭିଏଁ ବ୍ୟଗ୍ର ହୋଇଛନ୍ତି । ନିଜ କର୍ମମୟ ସମୟ ଭିତରୁ ମନକୁ ହାଲୁକା କରିବା ପାଇଁ ସମସ୍ତେ କିଛି ନୂତନ ପନ୍ଥା ଖୋଜୁଛନ୍ତି । ସେମିତି ଏକ ପ୍ରକୃଷ୍ଟ ଉପାୟ ପୁଦିନା ଚାଷ । ଘର ଭିତରେ ପାତ୍ର ମଧ୍ୟରେ ପୁଦିନା ଲଗାଇବା ସହ ଏହାର ବାସ୍ନା ମନକୁ ଆମୋଦ ପ୍ରଦାନ କରିଥାଏ । ଦେଖିବାକୁ ଭଲ ଲାଗିବା ସହ ଏକ ଅଫୁରନ୍ତ ଆନନ୍ଦ ସହ ମନ ବି ପ୍ରଫୁଲ୍ଲ ରହିଥାଏ । ପୁଦିନା ଯେ ଆମ ପାଇଁ କେତେ ଉପକାରୀ ଏହାକୁ ଅସ୍ୱୀକାର କରାଯାଇନପାରେ । ଏହି ପରୀପ୍ରେକ୍ଷୀରେ ଏବେ ପୁଦିନା ଏବେ ଆମ ହାତପାହାନ୍ତାରେ । ପ୍ରାକୃତିକ ପାଚନ ଭାବେ ଏହାର ନାଁ ବି ଘରେ ଘରେ ପରିଚିତ । ଖୁବ ସହଜରେ ଏହାକୁ ଏବେ ମହିଳା ମାନେ ନିଜ ଘରେ ପ୍ରସ୍ତୁତ କରୁଛନ୍ତି ।

କଣ ପାଇଁ ପୁଦିନା –
ଏହା ଆମ ଶରୀର ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଗ୍ରହଣ କଲେ ଶରୀରରେ କୋ÷ଣସି କ୍ଷତିକାରକ ପ୍ରଭାବ ପଡ଼ିନଥାଏ । ଦେହର ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ । ପାଚନ ପ୍ରକ୍ରିୟାରେ ଏହା ସାହାଯ୍ୟ କରିଥାଏ । ଏମିତିକି ମାଛ , ଚିକେନ ତରକାରୀରେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରେ । ସାଲାଡ଼ରେ ଏହାକୁ ବ୍ୟବହାର କରାଯାଇପାରେ । ଏହା ବ୍ୟତୀତ ପିଇବା ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀରେ ଏହାକୁ ପ୍ରୟୋଗ କରାଯାଇପାରେ । ପୁଦିନା କକଟେଲ୍‌ ତ ଏବେ ଯୁବବର୍ଗଙ୍କର ପ୍ରଥମ ପସନ୍ଦ ।

ପୁଦିନାର ସବିଶେଷ ଚାଷ ପ୍ରଣାଳୀ ସଂକ୍ଷେପରେ –
ମୃତ୍ତିକା ଓ ଜଳବାୟୁ – ଯେକୈାଣସି ଚାଷ କରିବାକୁ ହେଲେ ପ୍ରଥମେ ଏହାର ମୃତ୍ତିକା ଓ ଜଳବାୟୁ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ତେବେ ପୁଦିନା ଚାଷ ନିମନ୍ତେ ମାଟିର ପିଏଚ ୬ରୁ ୭ ଭିତରେ ଥିବା ଆବଶ୍ୟକ । ଯେଉଁ ଅଂଚଳରେ ୧୦୦-୧୫୦ସେମି ବର୍ଷା ହେଉଥିବ , ତାହା ପୁଦିନା ଚାଷ ନିମନ୍ତେ ପ୍ରକୃଷ୍ଟ ହୋଇଥାଏ । ଏତଦଭିନ୍ନ ପୁଦିନା ଚାଷ ହେଉଥିବା ମୃତ୍ତିକାର ଜଳଧାରଣ କ୍ଷମତା ଅଧିକ ଥିବା ସହ ଡେ଼୍ରନେଜ ଠିକ ଭାବରେ ହେଉଥିବା ଦରକାର ।
ବଂଶବିସ୍ତାର ମାଧ୍ୟମ – ପୁଦିନା ସାଧାରଣତଃ କଟିଙ୍ଗ ଦ୍ୱାରା ବଂଶବିସ୍ତାର କରିଥାଏ ।
ଲଗେଇବା ପ୍ରଣାଳୀ – ପୁଦିନା ଚାଷ କରିବା ପାଇଁ ଜୁନ ରୁ ଜୁଲାଇ ମାସ ଭିତରେ ଲଗାଇବା ଆବଶ୍ୟକ । ଏଥି ନିମନ୍ତେ ଗଛକୁ ଗଛ ୪୦ସେମି ଓ ଧାଡ଼ିକୁ ଧାଡ଼ି ୪୦ସେମି ଦୂରତା ରହିବା ଆବଶ୍ୟକ ।
ସାର ପ୍ରୟୋଗ – ୟୁରିଆ , ଫସଫରସ ଓ ପଟାସ କୁ ୫୦କିଗ୍ରା , ୭୫କିଗ୍ରା ଓ ୫୦କିଗ୍ରା ହେକ୍ଟର ପିଛା ପ୍ରୟୋଗ କରିବା ଆବଶ୍ୟକ ।
ଜଳସେଚନ ଓ ଘାସ ନିୟନ୍ତ୍ରଣ – ଜଳସେଚନ ସପ୍ତାହରେ ଦୁଇଥର କରିବା ଦରକାର । ଏହା ସହ ଘାସ ନିୟନ୍ତ୍ରଣ ନିମନ୍ତେ ଲଗାଇବାର ୭୫ଦିନ ଭିତରେ କରିବା ଆବଶ୍ୟକ ।

nano urea

କେଉଁ କେଉଁ ଉପାୟରେ ପୁଦିନାକୁ ଚାଷ କରିହେବ :
ପ୍ରଥମତଃ ଯେକୋ÷ଣସି ଏକ ସୁସ୍ଥ ପୁଦିନା ଗଛର କଟିଙ୍ଗ –
ପୁଦିନା ସାଧାରଣତଃ ମଂଜିରୁ ବଢ଼ିବା କଷ୍ଟ । ତେଣୁ ଯେକୋ÷ଣସି ଏକ ସୁସ୍ଥ ପୁଦିନା ଗଛରୁ ୪ଇଂଚ ବା ୧୦ସେମିର ଏକ କଟିଙ୍ଗ ଚିହ୍ନଟ କରିବା ଆବଶ୍ୟକ । ଏହା ପରେ ଏହି କଟିଙ୍ଗ୍‌କୁ ଏକ ପାଣି ଗ୍ଲାସ ଭିତରେ ରଖାଯାଉ । ଯଦି କୋ÷ଣସି ପତ୍ର ପାଣି ଧାର ତଳେ ଥାଏ , ତାହେଲେ ଏହାକୁ ପାଢ଼ିଦେବା । ଗୋଟିଏ ସପ୍ତାହ ଭିତରେ ଛୋଟ ଛୋଟ ଧଳା ଆକୃତିର ଚେର ପାଣି ଭିତରେ ବାହାରିବା ଆରମ୍ଭ କରିବ । ଆଉ କିଛି ଦିନ ଅପେକ୍ଷା କଲେ ଆମେ ସୁସ୍ଥ ଓ ସବଳ ଚେର ବଢ଼ୁଥିବାର ଲକ୍ଷ୍ୟ କରିପାରିବା ।
ଦ୍ୱିତୀୟତଃ ପୁଦିନା ଗଛର ମଂଜି ବା ଚାରା ଆମେ ଯେୋକ÷ଣସି ନର୍ସରୀରୁ ପାଇପାରିବା । ବିଭିନ୍ନ ପ୍ରକାର ପୁଦିନା କିସମ ବଜାରରେ ଉପଲବ୍ଧ । ଏହାକୁ ବ୍ୟବହାର କରି ମଧ୍ୟ ଆମେ ପୁଦିନାକୁ ଚାଷ କରିପାରିବା ।
ତୃତୀୟରେ ଯେକୋ÷ଣସି ସୁସ୍ଥ ଗଛର ରନର୍‌ ସଂଗ୍ରହ – ଏହା ମାଧ୍ୟମରେ ଆମେ କୋ÷ଣସି ଏକ ସବଳ ବା ସୁସ୍ଥ ଚେରକୁ ଆଣି ମାଟିରେ ଅନ୍ୟତ୍ର ଲଗାଇ ଏହାର ବଂଶବିସ୍ତାର କରିପାରିବା ।

କେଉଁ ଦିଗରେ ଧ୍ୟାନ ଦେବା :
ଲଗାଇବା ପାଇଁ ପ୍ରକୃଷ୍ଟ ସମୟ : ପ୍ରଥମତଃ ପୁଦିନା ଚାଷ ବସନ୍ତ ଋତୁରେ ଚାଷ କଲେ ଭଲ ଅମଳ ହୋଇଥାଏ । କୁହୁଡ଼ି ପଡ଼ୁନଥିବା ସ୍ଥାନରେ ଏହାକୁ ଲଗାଇବା ଭଲ ।
ଚାରାକୁ ପାତ୍ରରେ ଲଗାଇବା- ପାତ୍ରରେ ପୁଦିନାକୁ ଲଗାଇବା ଓ ଏହାକୁ ଚାଷ ପାତ୍ର ଭିତରେ ଚାଷ କରିବାର ପ୍ରଣାଳୀ ଏବେ ପ୍ରାୟ ସମସ୍ତେ ଗ୍ରହଣ କଲେଣି । ସବୁଆଡେ଼ ଏବେ ଏହି ପ୍ରଣାଳୀକୁ ମହିଳା ମାନେ ନିଜ ଘରେ ଆପଣାଉଛନ୍ତି । ଏହାକୁ ପାତ୍ରରେ ଲଗାଇ ଆମେ ରୋଷେଇ ଘର ପାଖରେ ବି ଲାଗଇପାରିବା । ଯେହେତୁ ଏହା ଶୀଘ୍ର ବଢ଼ିଥାଏ , ତେଣୁ ଏହାର ଚେର ଉପରେ ଆମକୁ ଅଧିକ ନଜର ରଖିବାକୁ ହେବ । ୧୨-୧୬ ଇଂଚର ପାତ୍ର ବ୍ୟବହାର କଲେ ସୁଫଳ ମିଳିଥାଏ ।
ପାତ୍ରର ମାଟିର କିଛି ସେମି ତଳେ ଲଗାଇବା : ୧୨-୧୬ଇଂଚର ପାତ୍ର ବ୍ୟବହାର କରିବା ସହ ଆମେ ଏହାକୁ ୬ଇଂଚ ବା ୧୫ସେମି ତଳେ ଲଗାଇବା ଆବଶ୍ୟକ । ଯାହା ଫଳରେ ଏହାର ଚେର ଶୀଘ୍ର ବଢ଼ିପାରିଥାଏ ।
ଉପଯୁକ୍ତ ସୂର୍ଯ୍ୟାଲୋକ – ଯଦି ଆମେ ପାତ୍ରରେ ପୁୁଦିନାକୁ ଚାଷ କରୁଛନ୍ତି , ତେବେ ଏହା କିପରି ଆବଶ୍ୟକୀୟ ସୂର୍ଯ୍ୟାଲୋକ ପାଇପାରିବ , ସେ ଦିଗରେ ଚିନ୍ତା କରିବା ଆବଶ୍ୟକ । ଯଦି ଉପଯୁକ୍ତ ସୂର୍ଯ୍ୟାଲୋକ ନପାଏ , ତାହେଲେ ପୁଦିନା ଗଛ ଶୁଖିଯିବାର ଚିନ୍ତା ଥାଏ । ତେଣୁ ଏହାକୁ ଝରର ଘରକା ପାଖରେ ବି ଆମେ ରଖିପାରିବା , ଫଳରେ ଏହା ଉପଯୁକ୍ତ ସୂର୍ଯ୍ୟାଲୋକ ପାଇପାରେ ।
ଯଦି ମାଟିରେ ଲଗାଉଥାନ୍ତି : ଯଦି ପାତ୍ର ବିନା ଆମେ ମାଟିରେ ପୁଦିନା ଚାରା ଲଗାଇବାୁ ଚାହିଁବା ତାହେଲେ ତେବେ ଆମକୁ ଏମିତି ଏକ ସ୍ଥାନ ଦେଖିବା ଉଚିତ୍‌ ଯେଉଁଠାରେ ସୂର୍ଯ୍ୟାଲୋକ ପ୍ରକୃଷ୍ଟ ପରିମାଣରେ ମିଳୁଥବ । ପିଏଚ ୬ରୁ ୭ ଭିତରେ ରହିଥିବା ଆବଶ୍ୟକ । ମାଟିର ଜଳଧାରଣ କ୍ଷମତା ଉପରେ ବି ଗୁରୁତ୍ୱ ଦେବା ଆବଶ୍ୟକ ।

ପୁଦିନାର ଯତ୍ନ –
ଉପଯୁକ୍ତ ଜଳସେଚନ – ପୁଦିନା ଭଲ ଭାବରେ ବଢ଼ିବା ପାଇଁ ଜଳସେଚନ ଉପରେ ଗୁରୁତ୍ୱ ଦେବାକୁ ପଡ଼ିଥାଏ । ପାତ୍ରରେ ପୁଦିନା ବଢ଼ାଉଥିଲେ ଆମେ ଏହାର ମାଟିକୁ ହାତରେ ଛୁିଁ ଦେଖିବା ଦରକାର , ଏହା କେତେ ଶୁଖିଲା ଅଛି , ସେହି ଅନୁସାରେ ଆମେ ପାଣି ଦେବା ଉଚିତ୍‌ । ଯଦି ପାତ୍ରରେ ଥିବା ପୁଦିନା ଗଛ ସିଧାସଳଖ ପାଉଥିବ , ତାହେଲେ ଅଧିକ ପାଣି ଦେବା ଦରକାର ।
ଗଛର ଉପର ଭାଗକୁ କାଟିବା – ଏହା କରିବା ଦ୍ୱାରା ପୁଦିନା ଉପଯୁକ୍ତ ଉଚ୍ଚତା ବଜାୟ ରଖିଥାଏ । ଏହା ଦ୍ୱାରା ପୁଦିନା ଗଛର ଫୁଲ ଭଲ ଭାବରେ ବଢ଼ିଥାଏ । ଏହା ମଧ୍ୟ ଅମଳ ଅଧିକ କରିଥାଏ ।
ପୁଦିନାର ଫୁଲକୁ ଟ୍ରିମ/କାଟିବା ଆବଶ୍ୟକ – ପୁଦିନା ଗଛର ଫୁଲ ଜୁନରୁ ସେପ୍ଟେମ୍ବର ମଧ୍ୟରେ ବଢ଼ିଥାଏ । ତେଣୁ ଫୁଲ ଫଉଟିବା ପୂର୍ବରୁ ଲହାକୁ ଟ୍ରିମ କରିବା ଆବଶ୍ୟକ । ଯାହା ଫଳରେ ଏହା ଆମର ଅମଳ ସମୟକୁ ବଢ଼ାଇଥାଏ ।

ରୋଗ ପୋକ ନିରୀକ୍ଷଣ – ପୁଦିନା ଗଛ କିପରି ରୋଗ ପୋକ ଦାଉରୁ ରକ୍ଷା ପାଇପାରିବ , ସେ ଦିଗରେ ଚିନ୍ତା କରିବା ଆବଶ୍ୟକ । ସାଧାରଣତଃ ଏହା ଘାଉଁଳା ରୋଗ ଦ୍ୱାରା ବେଶୀ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ । ଏହା ବ୍ୟତୀତ ବିଭିନ୍ନ କୀଟ ଯଥା – ଚେର କୃମି , ମାଇଟ୍ସ ପ୍ରମୁଖ ଅଧିକ ଆକ୍ରମଣ କରିଥାନ୍ତି । ତେଣୁ ପୁଦିନା ଗଛକୁ କିପରି ଏଥିରୁ ରକ୍ଷା କରିହେବ , ସେଥିନିମନ୍ତେ ଆମକୁ ସବୁବେଳେ ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ । ଏହା ବ୍ୟତୀତ ଆମେ ପୁଦିନା ପତ୍ରକୁ କୀଟନାଶକ ପାଣିରେ ଧୋଇପାରିବା । ତେଣୁ ଉପଯୁକ୍ତ ନିରୀକ୍ଷଣ ହିଁ ଏହାର ଏକମାତ୍ର ବିକଳ୍ପ ।

Leave A Reply

Your email address will not be published.

three × 3 =