ଆସନ୍ତୁ, ମିଲେଟ ମିଶନର ବିପ୍ଲବରେ ଯୋଡ଼ି ହୁଅନ୍ତୁ !!

0

ବନ୍ଧୁଗଣ , ଆପଣମାନେ ମାଣ୍ଡିଆ ବିଷୟରେ ପିଲାଟି ଦିନରୁ ଜାଣିଥିବେ, ଏଥିରେ ଦ୍ୱିମତ ନାହିଁ । କିନ୍ତୁ ମାଣ୍ଡିଆ ପ୍ରତି ଯେଉଁ ଭାବନା ୧୫-୨୦ବର୍ଷ ତଳେ ଥିଲା ଆଜି ସେଥିରେ ଆକାଶ ପାତାଳ ତଫାତ୍‌ । ଆଜି ମାଣ୍ଡିଆ କେବଳ ଏକ ଲଘୁଶସ୍ୟ ନୁହେଁ , ଏହା ଏକ ମିଶନ । ରାଜ୍ୟସରକାରଙ୍କ କୃଷି ବିଭାଗ ଠାରୁ ଆରମ୍ଭ କରି ଓଡ଼ିଶା ମିଲେଟ ମିଶନ ଏ ଦିଗରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି । ୨୦୨୩କୁ ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ଭାବେ ଘୋଷଣା କରାଯିବା ସହ ଗତବର୍ଷ ନଭେମ୍ବର ୧୦କୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଇଥିଲା । ଏବେ ମାଣ୍ଡିଆ ପାଇଁ ଆକାଂକ୍ଷା ଆଉ ଉତ୍କଣ୍ଠା । ସବୁଠି ମିଲେଟର ଜୟଯାତ୍ରା । ମଲ୍‌ ମାନଙ୍କରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ତ ପୁଣି ବିଭିନ୍ନ ଉତ୍ସବ ମାନଙ୍କରେ ମାଣ୍ଡିଆର ଖାଦ୍ୟ ପାଖରେ ଲୋକ ଭିଡ଼ ଜମେଇଲେଣି । କେବଳ ମଧୁମେୟ ରୋଗୀ ନୁହେଁ ସମାଜର ସବୁ ଶ୍ରେଣୀ ଆଉ ସବୁ ବର୍ଗର ଲୋକେ ଏହାକୁ ଏବେ ନିଜ ଖାଦ୍ୟରେ ସାମିଲ କଲେଣି । ମିଶନ୍‌ ଶକ୍ତି ମା’ ମାନେ ଏବେ ମିଲେଟ ଶକ୍ତି କାଫେ ରେ ନିଜର ପାରଦର୍ଶିତା ଦେଖାଇଲେଣି । ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟପେୟ ଏବେ ଏହି କାଫେରେ ଉପଲବ୍ଧ ।

nano urea

ଓଡ଼ିଶା ମିଲେଟ ମିଶନ ଏବେ ଏକ ବିପ୍ଲବରେ ପରିଣତ ହେଲାଣି । ଫାର୍ମରୁ ପ୍ଲେଟ ଯାଏଁ ମାଣ୍ଡିଆ ଆଜି ସଫଳତାର ଗୀତ ଗାଉଛି । ମିଶନ୍‌ ଶକ୍ତି ,କୃଷି ବିଭାଗ, ମହିଳା ଓ ଶିଶୁ ବିକାଶ ପରି ବିଭନ୍ନ ବିଭାଗ ମାନେ ଏବେ ଏହି ସଫଳତାରେ ଯୋଡ଼ି ହୋଇଛନ୍ତି । ଆମ ରାଜ୍ୟର ମିଲେଟ ମିଶନ ଏବେ ୧୯ଟି ଜିଲ୍ଲାରେ ପ୍ରସାର ହେବା ସହ ବର୍ତ୍ତମାନ ସମୟରେ ବୋ÷ଦ୍ଧ, ଢେ଼ଙ୍କାନାଳ , ଝାରସୁଗୁଡ଼ା ଓ ନୟାଗଡ଼ ଜିଲ୍ଲା ଏହି ପ୍ରୟାସର ସାମିଲ ହୋଇଛନ୍ତି । ୧୪୨ ବ୍ଲକର ୧୭୨୨ ଗ୍ରାମ ପଂଚାୟତର ୧୬୯୮୯ ଗ୍ରାମର ପାଖାପାଖି ୧.୨୯ଲକ୍ଷ ଚାଷୀ ମାନେ ଆଜି ମିଲେଟ ମିଶନରେ ଯୋଡ଼ି ଏହି ବିପ୍ଲବର ସାରଥି ସାଜିଛନ୍ତି । ୨୦୨୦-୨୧ ସୁଦ୍ଧା ପାଖାପାଖି ୭ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ଏହି ମିଶନ ଦ୍ୱାରା ଉତ୍ପାଦିତ ହୋଇଥିଲା । ଓଡ଼ିଶା ମିଲେଟ ମିଶନ ଜୈବିକ କୃଷିକୁ ପ୍ରାଧାନ୍ୟ ଦେଇ ଚାଷ କରିବା ସହ ଚାଷ ଜମିର ଗୁଣବତ୍ତା ବୃଦ୍ଧି ଉପରେ ଗୁରୁତ୍ୱ ଦିଏ । ଏକ ସୁସ୍ଥ,ସବୁଜ ଓ ସ୍ୱାବଲମ୍ବୀ ଭବିଷ୍ୟତ ଗଠନ ଦିଗରେ ଓଡ଼ିଶା ମିଲେଟ ମିଶନ ସଂକଳ୍ପବଦ୍ଧ । ଆସନ୍ତୁ ଆପଣ ବି ଏ ବିପ୍ଲବରେ ଯୋଡ଼ି ହୁଅନ୍ତୁ।

ପ୍ରସ୍ତୁତି- ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ଫିଚର ବିଭାଗ

Leave A Reply

Your email address will not be published.

1 × one =