ପାଚିଲା କଦଳୀ ଚୋପାର ବହୁବିଧ ଉପଚାର

0

ଆଧୁନିକ ଯୁଗରେ ମଣିଷ ତାର ବିଜ୍ଞାନୀ ଜ୍ଞାନ କୌଶଳକୁ ଉପଯୋଗ କରି ୈନଦିନ ଜୀବନ କୁ ସରସ ସୁନ୍ଦର ଓ ସାବଲୀଳ କରିପାରିଛି । ସୂକ୍ଷ୍ମାତିସୂକ୍ଷ୍ମ ବୈଜ୍ଞାନିକ ଚିନ୍ତାଧାରା ବୈଜ୍ଞାନିକ ଗବେଷଣା ଆଧୁନିକ ମାନବର ଜୀବନଚର୍ଯ୍ୟାକୁ ଶୃଙ୍ଖଳିତ କରିଛି ।
ଗୋଟିଏ ଅଦରକାରୀ ବର୍ଜ୍ୟବସ୍ତୁ କିପରି ମଣିଷର ଉପକାରରେ ଆସିଛି ତାହା ଏଠାରେ ବର୍ଣ୍ଣନା କରାଯାଇଛି । ସାଧାରଣତଃ ପାଚିଲା କଦଳୀ ଖାଇସାରିବା ପରେ ତାହାର ଚୋପାକୁ ଆମେ ଫିଙ୍ଗି ଦେଇଥାଉ ତାହା ପରିବେଶକୁ ପ୍ରଦୂଷଣ କରିଥାଏ । ଏହା କିପରି ପରିବେଶ ପ୍ରଦୂଷଣ ମୁକ୍ତ କରେ ଏବଂ ବହୁ ବିଧ ଉପକାର ସାଧିତ କରେ ତାହା ଜାଣିବା ।
(୧)=ପାଚିଲା କଦଳୀଚୋପା ଉପରେ ହୋଇଥିବା କଳା ଦାଗରେ ଟି.ଏନ୍‌.ଏଫ୍‌ ନାମକ ତତ୍ତ୍ୱ ଥାଏ । ଯାହାକି ଆମ ଶରୀରର କ୍ୟାନସର ରୋଗକୁ ରୋକିବାରେ ସାହାଯ୍‌ଯ କରେ ।
(୨)= ସ୍କିନ କେୟାର ପାଇଁ ପାଚିଲା କଦଳୀଚୋପାରେ ପ୍ରସ୍ତୁତ ଫେସ୍‌ ୱାସ୍‌ କଲେ ମୁହଁ ପରିଷ୍କାର ଦେଖାଯାଏ ।
(୩)=ପାଚିଲା କଦଳୀଚୋପାରେ ଆମିନୋ ଏସିଡ୍‌ ଏବଂ ଭିଟାମିନ ଏ,ବି,ସି ଥାଏ ଯାହାକି ଶୁଷ୍କ ଚର୍ମକୁ ମହେସ୍‌ଚର କରିଥାଏ ।
(୪)=ମୁଖ ମଣ୍ଡଳରେ ବାହାରୁଥିବା ବ୍ରଣକୁ କଦଳୀଚୋପାରେ ଥିବା ଭିଟାମିନ ଇ, ଉ ଉପଯୁକ୍ତ ପୋଷଣ ଦେଇ ମୁଖମଣ୍ଡଳକୁ ସୁନ୍ଦର କରିଥାଏ। ଯଦି ଆଖିତଳ ଚର୍ମ କଳା ପଡିଯାଇଥାଏ ଏହି କଳା ଦାଗରେ କଦଳୀର ଚୋପାକୁ ଛୋଟଛୋଟ ଖଣ୍ଡ କରି ଲଗାଇଲେ ସେହି କଳା ସ୍ଥାନରେ ପୁନଃ ରକ୍ତ ସଞ୍ଚାଳିତ ହୋଇ ସୁନ୍ଦରତା ଆଣିଥାଏ ।
(୫)= ବୟସ ଅଧିକ ହୋଇଗଲେ ଚର୍ମ କୁଞ୍ଚିତ ହୋଇପଡେ । ଏହି ସମୟରେ ଚର୍ମ ଉପଯୁକ୍ତ ପୋଷଣ ପାଇନଥାଏ ।କଦଳୀଚୋପାରେ ଥିବା ପୋଷଣ ଏହାକୁ ଦୂରକରି ଚର୍ମର ସୁଲଭତା ଫେରାଇ ଆଣିଥାଏ ।
ଆମେ ସାଧାରଣତଃ ପାଚିଲାକଦଳୀ ଖାଇସାରିବା ପରେ ତାହାର ଚୋପାକୁ ଫିଙ୍ଗି ଦେଇଥାଉ । ଯାହା ଏକ ବର୍ଜ୍ୟବସ୍ତୁ ରୂପରେ ବାୟୁମଣ୍ଡଳରେ ପଡିରହି ବାୟୁମଣ୍ଡଳକୁ ପ୍ରଦୂଷିତ କରିଥାଏ ।
ସାଧାରଣତଃ ପାଚିଲା କଦଳୀଚୋପାରେ ଥିବା ଭିଟାମିନ ଏବଂ ପୋଷଣକୁ ନେଇ
ବିଭିନ୍ନ ଜୈବ ଉତ୍ପାଦ
୧)ସୋ÷ନ୍ଦର୍ଯ୍ୟକରଣ
୨)ଚାଷ ଭିତ୍ତିକ କାର୍ଯ୍ୟ
୩) ବୟୋ ଗ୍ୟାସ
୪)ବାୟୋ କମ୍ପୋଷ୍ଟ
୫)ଟ୍ୟୁମର୍‌ ନେକ୍ରୋସିସ ଫେକ୍ଟର
୬)ସାଇଟୋକାଇନିନ୍‌ ହରମୋନ୍‌
କୃଷି –
ପାଚିଲା କଦଳୀଚୋପାରେ ପ୍ରଚୁର ପରିମାଣରେ ପଟାସିୟମ ରହିଛି । ଯାହାକି ପ୍ରଚୁର ପରିମାଣର ପଟାସିୟମ ସହିତ ମାଗ୍‌ନେସିୟମ୍‌,ଆଇରନ୍‌,ମାଙ୍ଗାନିଜ ପରି ପୋଷକ ଗୁଡିକ ପ୍ରଚୁର ପରିମାଣରେ ଥିବାରୁ ଏଥିରେ ପ୍ରସ୍ତୁତ ସାର(ଦ୍ଭବଦ୍ଭକ୍ଟ ଲରକ୍ସଗ୍ଧସକ୍ଷସଚ୍ଛରକ୍ସ )କୁ ଜୈବିକ କୃଷିକ୍ଷେତ୍ରରେ ପ୍ରୟୋଗ କରି ସଫଳତା ଅଣାଯାଇପାରିବ ।
ଏହା କୌଣସି ରାସାୟନିକ ଦ୍ରବ୍‌ଯରୁ ପ୍ରସ୍ତୁତି ହେଉନଥିବା ରୁ ମୃତ୍ତିକାରେ ପ୍ରୟୋଗ ଦ୍ୱାରା ମୃତ୍ତିକାର ଉତ୍ପାଦିକା ବୃଦ୍ଧି ସହିତ ମୃତ୍ତିକା ପ୍ରଦୂଷଣ ରହିତ ହୋଇଥାଏ ।
ବାୟୋଗ୍ୟାସ- କଦଳୀଚୋପା ଏକ ଜୈବ ଆବର୍ଜନା ।
ଏହା ବିଘଟନ ହେଲେ ଏଥିରୁ ଜୈବ ଗ୍ୟାସ ନିର୍ଗତ ହୁଏ । ଏହି ଜୈବ ଗ୍ୟାସ ସାଧାରଣ ବଜାରରେ ମିଳୁଥିବା ଏଲ ପିଜି ଗ୍ୟାସ ଠାରୁ ଭିନ୍ନ ହୋଇଥାଏ । ବାୟୋଗ୍ୟାସ ରେ ପ୍ରଚୁର ପରିମାଣରେ ମିଥେନ୍‌ ଓ ବ୍ୟୁଟେନ୍‌ ରହିଥାଏ । ଯାହାକି ଉତ୍ତମ ଦହନୀୟ ଏବଂ ପ୍ରଦୂଷଣ ରହିତ । ବାୟୋ ଉତ୍ପାଦ ହିସାବରେ ଜୈବିକ ଖତ ମଧ୍ୟ ପ୍ରସ୍ତୁତ କରାଯାଇ ଜୈବିକ କୃଷିକ୍ଷେତ୍ରରେ ପ୍ରୟୋଗ କରାଯାଇ ପାରିବ ।

nano urea

ମାନସ କୁମାର ପାଢ଼ୀ
ବିଜ୍ଞାନ ଶିକ୍ଷକ, ଦୋସିଙ୍ଗା ନୋଡାଲ ହାଇସ୍କୁଲ , ଭଦ୍ରକ
ମୋ : ୯୭୭୭୦୬୯୬୨୪

Leave A Reply

Your email address will not be published.

13 − 2 =