ମାଛ ଚାଷ ଉଦ୍ୟୋଗୀ ହେବାର ନୂତନ ସମ୍ଭାବନା

0

ସମୟ ଆସିଛି କୃଷି କ୍ଷେତ୍ରକୁ ଆଉ ସେପରି ପ୍ରାଧାନ୍ୟ ଦିଆଯାଉନାହିଁ । କୃଷି ବିଜ୍ଞାନ ହେଉ କି ମତ୍ସ୍ୟ ବିଜ୍ଞାନ କେଉଁଥିରେ ବି ଆଉ ପିଲାମାନଙ୍କର ଆଗ୍ରହ ପରିଲକ୍ଷିତ ହେଉନାହିଁ । ଆଉ ଏପଟେ ପାଠପଢ଼ା ସରିଲା ପରେ ଚାକିରୀ ପାଇଁ ଧାଁ ଧପଡ଼ ହୋଇ ଶେଷରେ ବାହାର ରାଜ୍ୟରେ ଦାଦନ ଖଟିବାକୁ ସାର ମଣୁଛନ୍ତି ଯୁବସମାଜ । ଆଜି ଏମିତି ପରିସ୍ଥିତି ଉପୁଜିଛି ଯେ କୋ÷ଣସି ଯୁବଗୋଷ୍ଠୀ ଆଉ କାଦୁଅ ବିଲରେ ଗୋଡ଼ ପଶେଇବାକୁ ମଙ୍ଗୁ ନାହାନ୍ତି । ଦିନ ଥିଲା ଆମ ପୂର୍ବପୁରୁଷ ମାନେ ଏଇ ଚାଷ ଉପରେ ନିର୍ଭର କରି ଜୀଉଁଥିଲେ । କିନ୍ତୁ ଏବେ ସମୟ ବଦଳିଛି । ତା ସହ ଲୋକଙ୍କ ଚିନ୍ତାଧାରା ବି ପରିବର୍ତ୍ତନ ହୋଇଛି । ଏପରି ସ୍ଥଳରେ ଚାଷ କରି ସଫଳତା ପାଇବା ସହ ସମାଜ ପାଇଁ ଏକ ଉଦାହରଣ ପାଲଟିଛନ୍ତି କୋଲକାତାର ଦେବତାନୁ ବର୍ମନ । ମତ୍ସ୍ୟ ବିଜ୍ଞାନ ପାଠ୍ୟକ୍ରମରେ ସ୍ନାତକ ପରେ ଜଣେ ସଫଳ ମତ୍ସ୍ୟ ଉଦ୍‌ୟୋଗୀ ଭାବରେ ପ୍ରତିଷ୍ଠିତ ହୋଇପାରିଛନ୍ତି ସେ । ବାୟୋଫ୍ଲକ ପ୍ରଣାଳୀରେ ମାଛ ଓ ଚିଙ୍ଗୁଡ଼ି ଚାଷ କରିବା ସହ ବେକାରୀ ଯୁବକ ମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଆକ୍ୱା ଡ଼କ୍ଟର ସଲ୍ୟୁସନ ନାମରେ ଏକ ନିଜର କମ୍ପାନୀ ସ୍ଥାପନ କରି ତାଲିମ ମଧ୍ୟ ଦେଉଛନ୍ତି । ୱାନ ସପ୍‌, ୱାନ ସଲ୍ୟୁସନ୍‌ର ନାରା ଦେଇ ସେ ଏବେ ଜଣେ ସଫଳ ମତ୍ସ୍ୟ ବୈଜ୍ଞାନିକ ଭାବରେ ହରିତ ପୁରସ୍କାରରେ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି ।

nano urea

ଦେବତାନୁ କୁହନ୍ତି- ‘କହିବାକୁ ଗଲେ ସରକାରୀ ଚାକିରୀରେ ନିରାଟ ସତ କଥା ହେଲା ଏହା ମଣିଷକୁ କର୍ମଜୀବନରେ ବାନ୍ଧି ରଖିଦିଏ । ଯାହା ଦ୍ୱାରା ଜଣେ କିଛି ନୂଆ ଚିନ୍ତା କଲେ ବି ଏହାକୁ କାର୍ଯ୍ୟକାରୀ କରିପାରନ୍ତି ନାହିଁ । ମତ୍ସ୍ୟ ବିଜ୍ଞାନ ଯେ ଏକ ଛୋଟ ପାଠ୍ୟକ୍ରମ ତାହା ନୁହେଁ , ଏହାର ବିଭିନ୍ନ ସୁଯୋଗ ଅଛି । ଏହାକୁ ସଦୁପଯୋଗ କଲେ ଜଣେ ବହୁ ଆଗକୁ ଯାଇପାରିବେ । ସେଥିପାଇଁ ମୁଁ ସରକାରୀ ଚାକିରୀ ପରିତ୍ୟାଗ କରି ଏକ କମ୍ପାନୀ ତିଆରି କଲି । ଯାହାର ନାଁ ୱାନ ସପ୍‌ , ୱାନ ସଲ୍ୟୁସନ । ଏହା ମାଧ୍ୟମରେ ଆମେ ବେକାରୀ ଯୁବକ ମାନଙ୍କୁ ବାୟୋଫ୍ଲକ ପ୍ରଣାଳୀରେ ଚାଷ କରିବା ପାଇଁ ପ୍ରଶିକ୍ଷଣ ଦେଉଛୁ । ଯାହା ଫଳରେ ସେମାନେ ସହଜରେ କର୍ମନିଯୁକ୍ତି ପାଇବା ସହ ଅନ୍ୟ କେତେକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରୁଛନ୍ତି । ମୋ ମତରେ ଆମେ ସମସ୍ତେ ତୃରମୂଳ ସ୍ତରରୁ ଚାଷୀ ଓ ଲୋକଙ୍କ ସହ ଯୋଡ଼ି ହେବା ଦରକାର । ସେମାନଙ୍କ ସମସ୍ୟାକୁ ନିଜ ସମସ୍ୟା ଭାବି ଆଗକୁ ବଢ଼ିବା ଦରକାର । ସେମାନଙ୍କୁ ସାଥୀ କରି ତାଙ୍କ ସହ ପାଦ ମିଳାଇ ଆଗକୁ ଗଲେ ସମସ୍ୟାର ପ୍ରକୃତ ବା ଗୁଢ଼ ରହସ୍ୟ କୁ ଉନ୍‌ମୋଚନ କରିପାରିବା । ଜଣେ ସଫଳ ଉଦ୍ୟୋଗୀ ସିଏ ଯିଏ କେବଳ ନିଜ ବ୍ୟକ୍ତିଗତ ସ୍ୱାର୍ଥ ନୁହେଁ ବରଂ ସାମୁହିକ ସ୍ୱାର୍ଥ ଦିଗରେ କାର୍ଯ୍ୟ କରି ନିଯୁକ୍ତିର ନୂଆ ଆଲୋକ ସୃଷ୍ଟି କରିପାରେ ।’

Leave A Reply

Your email address will not be published.

nine + five =