ଆଉ ଦିନକ ପରେ କୃଷି ଓଡ଼ିଶା

0

ଆଉ ଦିନକ ପରେ ଆରମ୍ଭ ହେଉଛି କୃଷି ଓଡ଼ିଶା । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ବାର୍ଷିକ ବିଶାଳ କୃଷି ପ୍ରଦର୍ଶନୀ ଏଥର ୧୬ ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି । ଏହି ପ୍ରଦର୍ଶନୀ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ କୃଷି ପ୍ରତିଷ୍ଠାନ , କୃଷି ଗବେଷକ , କୃଷକ ଉତ୍ପାଦକ ସଂଗଠନ, ମତ୍ସ୍ୟ ପ୍ରତିଷ୍ଠାନ , ପଶୁପାଳନ ପ୍ରତିଷ୍ଠାନ , କୃଷି ଯନ୍ତ୍ରପାତି , କୃଷି ଛାତ୍ରଛାତ୍ରୀ , ଚାଷୀ, ବୁଦ୍ଧିଜିବୀ ଏମିତି ବିଭିନ୍ନ ବର୍ଗର ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥରର କୃଷି ଓଡ଼ିଶାର ବାର୍ତ୍ତ । ରହିଛି – କୃଷି ବିକାଶରେ ନୂତନ ଜ୍ଞାନ କୋ÷ଶଳ । କୃଷିରେ ଆଧୁନିକୀରଣ ମାଧ୍ୟମରେ ନୂଆ ଜ୍ଞାନ କୋ÷ଶଳକୁ ବ୍ୟବହାର କରି କିପରି ଚାଷୀର ଆୟ ଦ୍ୱଗୁଣିତ କରାଯିବ ଏବଂ କୃଷି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି କରାଯାଇପାରିବ ତାହା ହିଁ ପ୍ରମୁଖ ଲକ୍ଷ୍ୟ । ଫେବୃଆରୀ ୧୬ ରୁ ୧୮ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବା ସହ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଚାଷୀ ଭାଇଭଉଣୀ ମାନେ ନୂଆ ଚାଷ ପଦ୍ଧତି ତଥା କୃଷି ଭିତ୍ତିକ ନାନାଦି ସୂଚନା ପାଇପାରିବେ । ଆସନ୍ତୁ କୃଷି ଓଡ଼ିଶାରେ ସାମିଲ ହୁଅନ୍ତୁ .. ସବୁଆଡେ଼ କୃଷି ବିକାଶର କଥା କୁହନ୍ତୁ ।

Leave A Reply

Your email address will not be published.

five × 3 =