କୃଷି ଓଡିଶା ୨୦୨୪ ଉଦ୍ଘାଟିତ

0

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରର ଜନତା ମୈଦାନ ଠାରେ କୃଷି ଏବଂ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଶ୍ରୀମତି ବାସନ୍ତୀ ହେମ୍ବ୍ରମଙ୍କ ଉପସ୍ଥିତିରେ ରାଜ୍ୟର ବାର୍ଷିକ ମେଗା ଏଗ୍ରି ଫେଷ୍ଟ କୃଷି ଓଡିଶା ୨୦୨୪ ର ଶୁଭାରମ୍ଭ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ସ୍ଥାନରେ ଉପସ୍ଥିତ କୃଷି ଷ୍ଟଲଗୁଡିକ ତଥା ସହଯୋଗୀ କ୍ଷେତ୍ରରେ ଅଗଣିତ ପଦକ୍ଷେପ ଓ ଅଗ୍ରଗତି ପ୍ରଦର୍ଶନ କରିଥିଲେ ଏବଂ ନରମାନ ବୋରଲାଗ ଫିଲ୍ଡ ପୁରସ୍କାର ୨୦୨୩ ର ବିଜେତା ଡକ୍ଟର ସ୍ୱାତୀ ନାୟକଙ୍କ ସହ ଫାର୍ମ ମେକାନାଇଜେସନ ମାଧ୍ୟମରେ ସଫଳତା ହାସଲ କରିଥିବା ୧୭ ଜଣ କୃଷକ ଓ ମହିଳା ସଶକ୍ତିକରଣର ଆଦର୍ଶ ୧୦ ଜଣ ମହିଳା କୃଷକଙ୍କୁ ସମ୍ମାନିତ କରିଛନ୍ତି ।

ଏଥି ସହିତ କୃଷି ବିଭାଗର ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢି ତାଙ୍କ ସ୍ବାଗତ ଭାଷଣରେ କହିଛନ୍ତି ଯେ କୃଷି ବିଭାଗର ଲକ୍ଷ୍ୟ ହେଉଛି, ସଶକ୍ତିକରଣ ଏବଂ ମହିଳା କୃଷକଙ୍କ ଯୋଗଦାନ ମାଧ୍ୟମରେ ଓଡିଶାର କୃଷି କ୍ଷେତ୍ରକୁ ପରିବର୍ତ୍ତନ କରିବା ଏବଂ କୃଷି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣକୁ କୃଷି ବିଭାଗ ସର୍ବଦା ଉତ୍ସାହିତ କରେ । ତେବେ ଆଜିର ଏହି କାର୍ଯ୍ୟକ୍ରମ ରାଜ୍ୟର ମହିଳା ଚାଷୀଙ୍କ ପାଇଁ ସମର୍ପିତ ହୋଇଥିବାରୁ ଖୁସି ପ୍ରକାଶ କରିବା ସହ କୃଷି ଉଦ୍ୟୋଗ କ୍ଷେତ୍ରରେ ମହିଳାମାନଙ୍କ ଅଧିକ ଭାଗିଦାରୀ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି ।

nano urea

Leave A Reply

Your email address will not be published.

fourteen + 5 =