ବଲାଙ୍ଗିରରେ ନୂତନ କୃଷି ଭବନ ଉଦଘାଟନ କଲେ କନକ ବର୍ଦ୍ଧନ ସିଂହଦେଓ

ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବଲାଙ୍ଗିର ଠାରେ ନୂତନ କୃଷି ଭବନର ଶୁଭ ଉଦଘାଟନ କଲେ ମାନ୍ୟବର କନକ ବର୍ଦ୍ଧନ ସିଂହଦେଓ। ପ୍ରତିଷ୍ଠିତ ନବନିର୍ମିତ କୃଷି ଭବନର ଉଦଘାଟନ କରିବାର ସୌଭାଗ୍ୟ ପାଇଥିବାରୁ ସେ ନିଜକୁ ଧନ୍ୟ ମନେ କରିଛନ୍ତି। ସେ ଏହି ଅବସରରେ କୃଷି, ଗ୍ରାମୀଣ ବିକାଶ ଏବଂ କୃଷକ କଲ୍ୟାଣ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଉପସ୍ଥିତ ଜନସାଧାରଣଙ୍କ ସହ ଅର୍ଥପୂର୍ଣ୍ଣ ଆଲୋଚନାରେ ନିୟୋଜିତ ହୋଇଥିଲେ, ରାଜ୍ୟ ସରକାର ଦିନକୁ ଦିନ କୃଷି ବିକାଶ, ଗ୍ରାମୀଣ ବିକାଶ ଏବଂ କୃଷକ ଶସକ୍ତିକରଣ ପାଇଁ ବହୁ ଯୋଜନାମାନ ଲାଗୁ କରୁଛନ୍ତି।

ଏତଦ୍ ବ୍ୟତୀତ ଆମର ଅର୍ଥନୀତିର ମେରୁଦଣ୍ଡକୁ ସୁଦୃଢ କରିବା ପାଇଁ ସାମୂହିକ ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି। ଏହି ଉତ୍ସବରେ ତାଙ୍କ ପତ୍ନୀ, ବଲାଙ୍ଗୀରର ମାନ୍ୟବର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂ ଦେଓ ମଧ୍ୟ ଯୋଗ ଦେଇଥିଲେ। ତାଙ୍କର ଏହି ଉପସ୍ଥିତି ଉତ୍ସବରେ ଉଷ୍ମତା ଏବଂ ଦୃଢ଼ ମନୋଭାବକୁ ଦ୍ଵିଗୁଣିତ କରିଥିଲା। ସେମାନେ ମିଳିତ ଭାବେ, ଓଡିଶାର ଏକ ବହୁ ସଶକ୍ତ, ସମୃଦ୍ଧ ଏବଂ ଆତ୍ମନିର୍ଭରଶୀଳ କୃଷି ସମ୍ପ୍ରଦାୟ ଦିଗରେ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×