ଉଚ୍ଚଜମିରେ କଖାରୁ ଜାତୀୟ ପନିପରିବା ଚାଷର ପ୍ରକୃଷ୍ଟ ସମୟ

0

ବିଶ୍ୱାସ ରହିଛି, ଅକ୍ଷୟ ତୃତୀୟାରେ ବିହନ ବୁଣିଲେ ବିହନ କ୍ଷୟ ହୁଏ ନାହିଁ । ବୃହତ୍ ଉଠା ଜଳସେଚନ ଅଞ୍ଚଳରେ ଥିବା ଉଚ୍ଚ ଜମିରେ ଧାନ ପରିବର୍ତ୍ତେ ପନିପରିବା ଚାଷ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ। ନାନା ପ୍ରକାରର ପନିପାରିବା ଖାଦ୍ୟରୂପେ ବିଭିନ୍ନ ଦେଶଗୁଡିକରେ ବ୍ୟବହୃତ ହୋଇଥାଏ । ସମଗ୍ର ପୃଥିବୀରେ ୨୪୦ ରୁ ଅଧିକ ପ୍ରକାରର ପନିପାରିବା ଚାଷ କରାଯାଇ ବ୍ୟବହୃତ ହେଉଥିବା ଜଣାଯାଏ। ବର୍ଷାଯୋଗୁଁ ପୋଟଳ, କାକୁଡି, କଖାରୁ, ତରଭୁଜ, ଜହ୍ନି ଆଦି ଲତା ଜାତୀୟ ପନିପରିବା ଓ ବାଇଗଣ, ଭେଣ୍ଡି ଆଦି ଫସଲ ପ୍ରଭାବିତ ହେବାର ସମ୍ଭାବନା ଥାଏ ତେଣୁ ଏହି ଫସଲ ପାଇଁ ଗ୍ରୀଷ୍ମଋତୁ ପ୍ରକୃତ ସମୟ ଅଟେ।

nano urea

ଏହି ସମୟରେ ଉଚ୍ଚ ଜମିରେ କଖାରୁ ଜାତୀୟ ପରିବା ଯଥା: କଖାରୁ, କଲରା, ଛଚିନ୍ଦ୍ରା, କାକୁଡି, ଲାଉ ଚାଷ କରାଯାଇପାରିବ। ସେଥିପାଇଁ ଲାଇସେନ୍ସପ୍ରାପ୍ତ ବିହନ ବିକ୍ରେତାଙ୍କ ଠାରୁ ବିହନ କ୍ରୟ କରନ୍ତୁ। ଜମିକୁ ଭଲ ଭାବରେ ଚାଷ କରନ୍ତୁ। ୧ ଫୁଟ ଲମ୍ବା, ୧ ଫୁଟ ଚଉଡ଼ା ଏବଂ ୧ ଫୁଟ ଗଭୀରତା ବିଶିଷ୍ଟ ମଣ୍ଡାମାନ ଖୋଳନ୍ତୁ। ମନ୍ଦାକୁ ମନ୍ଦା ବ୍ୟବଧାନ ୧.୫ ମିଟର ବା ୪.୫ ଫୁଟ ରଖନ୍ତୁ। ପ୍ରତି ମନ୍ଦାରେ ସଢା ଗୋବର ଖତ ପ୍ରୟୋଗ କରନ୍ତୁ। ମନ୍ଦା ପ୍ରତି ୪-୫ ଟି ବିହନ ୩ ସେଣ୍ଟିମିଟର ଗଭୀରରେ ରୋପଣ କରନ୍ତୁ। ଗଜା ହୋଇଗଲା ପରେ ପ୍ରତି ମନ୍ଦାରେ ୩ଟି ସୁସ୍ଥ ଚାରା ରଖି ଅନ୍ୟଗୁଡ଼ିକୁ ଓପାଡ଼ି ଦିଅନ୍ତୁ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Leave A Reply

Your email address will not be published.

twenty − eighteen =