ପବିତ୍ର ଅକ୍ଷୟ ତୃତୀୟା : ଶୁଭ ଅନୁକୂଳର ମହାପର୍ବ

ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ଓଡ଼ିଆ ପରମ୍ପରା ଅନୁସାରେ ବୈଶାଖ ମାସରେ ଏହି ପୂଜା ପଡ଼ିଥାଏ ।ଭାରତୀୟ ସଂସ୍କୃତିର ମହତ୍ତ୍ଵପୂର୍ଣ୍ଣ କୃଷିଭିତ୍ତିକ ପର୍ବ ମଧ୍ୟରେ ଅକ୍ଷୟ ତୃତୀୟା ଅନ୍ୟତମ ।ପବିତ୍ର ଅକ୍ଷୟ ତୃତୀୟା ଭାରତର କୃଷକ ସମାଜ ପାଇଁ ଏକ ବଡ ପର୍ବ, ଯାହାକି କୃଷି ବର୍ଷର ଶୁଭାରମ୍ଭକୁ ସୂଚାଇଥାଏ।ଆଜିର ଦିନରେ ଚାଷୀ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ । ତେଣୁ ଏହାକୁ କୃଷିଭିତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ ।

କୃଷକମାନେ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ଏହାର ପାଳନ କରିଥାନ୍ତି । ଚାଷୀମାନେ କ୍ଷେତରେ ମୁଠାମୁଠା ବିହନ ବୁଣିଥାନ୍ତି, ଯାହାକୁ ଅଖିମୁଠି କହିଥାନ୍ତି । ଆଉ ଆଜିଠାରୁ ଚାଷ କାମ ଆରମ୍ଭ ହୋଇଥାଏ । ଅକ୍ଷୟ ତୃତୀୟା ନିଜର ନାମ ଅନୁରୂପ ଶୁଭଫଳ ପ୍ରଦାନ କରିଥାଏ। ଏହି ଦିନ ସୂର୍ଯ୍ୟ ଏବଂ ଚନ୍ଦ୍ରମା ନିଜର ଉଚ୍ଚ ରାଶିରେ ରହିଥାନ୍ତି। ସୁଖ, ସମୃଦ୍ଧି ଓ ସୌଭାଗ୍ୟ ସହ ଜଡିତ ଏହି ଦିନଟି । ଓଡିଶା କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବାରୁ ପ୍ରତିଟି ଓଡିଆ ପାଇଁ ଏହା ଏକ ବଡ ପର୍ବ । ଏହି ଦିନ ମହାପ୍ରଭୁ ଜଗନ୍ନାଥଙ୍କ ରଥାଯାତ୍ରା ପାଇଁ ରଥ ଅନୂକୁଳ ହୋଇଥାଏ । ଓଡିଶା ପରମ୍ପରାରେ ଏହି ଦିନଟର ମାହାତ୍ମା ରହିଛି ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×