ମାଣ୍ଡିଆ ରାଣୀଙ୍କୁ ଚୀନ୍ ରୁ ଆସିଲା ନିମନ୍ତ୍ରଣ

0

ମାଣ୍ଡିଆ ପାଇଁ କୋରାପୁଟକୁ ସାରା ବିଶ୍ୱରେ ମିଳିଲା ପରିଚୟ ମାଣ୍ଡିଆ କୋରାପୁଟ ଜିଲ୍ଳାର ଆଉ ଏକ ଅନନ୍ୟ ପରିଚୟ । ଏଥିପାଇଁ କୋରାପୁଟ ଜିଲ୍ଳାର ମାଣ୍ଡିଆ ରାଣିଙ୍କୁ ଚୀନରୁ ଆସିଛି ନିମନ୍ତ୍ରଣ।

nano urea

ପ୍ରଥମେ ଜି ୨୦ ଶିଖର ସମ୍ମିଳନୀ ପରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇ ସମ୍ମାନୀତ ହୋଇଛନ୍ତି କୋରାପୁଟ ଜିଲ୍ଳା କୁନ୍ଦ୍ରା ବ୍ଳକର ରାଇମତି ଘିଉରିଆ। ଦିଲ୍ଲୀରେ ଅନୁଷ୍ଠିିତ ହୋଇଥିବା ମହିଳା ଦିବସରେ, ବ୍ରିକ୍ସ ସମ୍ମୀଳନୀରେ ଦେଶ ବିଦେଶର ଅନେକ ପ୍ରଶାସନିକ ଅଧିକାରୀ ଓ ମନ୍ତ୍ରୀ ଯୋଗ ଦେଇଥିଲେ । ସେଠାକୁ ରାଇମତିଙ୍କୁ ନିମନ୍ତ୍ରଣ ହୋଇଥିଲା, ନିଜ ଅଞ୍ଚଳର ବାଟି ମାଣ୍ଡିଆ ସମ୍ପର୍କରେ ବିଶ୍ୱବାସୀଙ୍କୁ କହଥିଲେ। ମାଣ୍ଡିଆର ଏକ ଭିନ୍ନ କିସମ ବିହନ ବାହାର କରିଛନ୍ତି । ଯେଉଁ ବିହନ କମ୍ ପାଣି ଓ ବିନା ରାସାୟନିକ ସାରରେ ଭଲ ଅମଳ ହୋଇପାରୁଛି। ସେହି ମାଣ୍ଡିଆର ନାଁ ଦେଇଥିଲେ ବାଟି ମାଣ୍ଡିଆ। ସେହି ବାଟି ମାଣ୍ଡିଆ ଆଜି ଦେଶ ବିଦେଶରେ କୋରାପୁଟ ଜିଲ୍ଳାକୁ ଦେଇଛି ଭିନ୍ନ ପରିଚୟ । ସେଥି ପାଇଁ ତାଙ୍କୁ ମାଣ୍ଡିଆ ରାଣି ବା ମିଲେଟ କ୍ୱିନ୍ ବୋଲି କୁହାଯାଉଛି।

Leave A Reply

Your email address will not be published.

7 − 5 =