ନାନୋ ୟୁରିଆ କୃଷି କ୍ଷେତ୍ରରେ ଏକ ନୂତନ ବିପ୍ଲବ

0

ସାମ୍ପ୍ରତିକ ସମୟରେ ଚାଷ ଓ ଚାଷୀର ଭୂମିକାକୁ ବର୍ଣ୍ଣନା କରିବାର ଆବଶ୍ୟକତା ପଡେ଼ନି । କାରଣ ଆମେ ଜୀଇଁବାର ସ୍ୱପ୍ନ ଚାଷୀ ପାଇଁ ଦେଖୁ । ତେଣୁ ସେ ସବୁବେଳେ ଆମ ପାଇଁ ଏକ ବିଶେଷ ଓ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରେ ।

ଏଇ ପରୀପ୍ରେକ୍ଷୀରେ ଚାଷ ଜମିରେ ଉତ୍ପାଦନ ବଢ଼ିବା ପାଇଁ ବିଭିନ୍ନ ସାର ଓ କୀଟନାଶକର ପ୍ରୟୋଗ କରାଯାଏ । ଚାଷ ଜମିରେ ବ୍ୟବହାର କରାଯାଉଥିବା ସାର କଥା କହିଲେ ଆମ ମାନକୁ ୟୁରିଆ,ଡ଼ି.ଏପି ଓ ପଟାସ କଥା ଆସେ । କିନ୍ତୁ ପାରମ୍ପରିକ ଚାଷ ପନ୍ଧତି ଏବେ ବଦଳିବାକୁ ଲାଗିଲାଣି । ଏବେ ନୂଆ ନୂଆ ଜ୍ଞାନ କୌଶଳ ବି ଚାଷ ଜମିରେ ବ୍ୟବହାର କରାଗଲାଣି । କେବଳ ଚାଷ ପଦ୍ଧତି ନୁହେଁ ବରଂ ଆମେ ଜମିରେ ପ୍ରୟୋଗ କରାଯାଉଥିବା ସାର ବି ଏବେ ନୂତନ ବୈଜ୍ଞାନିକ ପଦ୍ଧତିରେ ସମୃଦ୍ଧ । ସେ ମାନଙ୍କ ମଧ୍ୟରେ ଏବେ ନାନୋ ଟେକ୍ନୋଲଜି ମାଧ୍ୟମରେ ପ୍ରସ୍ତୁତ କରାଯାଇଥିବା ନାନୋ ୟୁରିଆ ଏକ ଅଗ୍ରଣୀ ଭୂମିକା ନିଭାଉଛି । ଇଫକୋ ଦ୍ୱାରା ପ୍ରସ୍ତୁତ ଏହି ନାନୋ ୟୁରିଆ ଏବେ ଚାଷୀ ମାନଙ୍କ ମଧ୍ୟରେ ନୂଆ ଆଶା ଭରିବା ସହ କୃଷି କ୍ଷେତ୍ରରେ ନୂଆ ବିପ୍ଲବ ସୃଷ୍ଟି କରିଛି । ଏହି ଉପକ୍ରମରେ ଭୁବନେଶ୍ୱର ସ୍ଥିତ ଇଫକୋର ରାଜ୍ୟ ମୁଖ୍ୟ ମାର୍କେଟିଙ୍ଗ ମାନେଜର ଶ୍ରୀ ସୌରଭ କୁମାର ଚାଟାର୍ଜୀଙ୍କ ସହ ଆଲୋଚନା କରିଥିଲେ ଶ୍ୟାମଳ ସୁବର୍ଣ୍ଣର ସମ୍ପାଦକ ଡ଼ି ଶୁଭମ୍‌ ..

ପ୍ର: ଚାଷୀ ବ୍ୟବହାର କରୁଥିବା ସାଧାରଣ ୟୁରିଆ ଓ ନାନୋ ୟୁରିଆ ମଧ୍ୟରେ କ’ଣ ତଫାତ ରହିଛି ?
ଉ: ଆମ ରାଜ୍ୟର ଚାଷୀ ମାନେ ବେଶ କୁଶଳୀ । ତେବେ ଚାଷୀ ମାନେ ବ୍ୟବହାର କରୁଥିବା ସାଧାରଣ ୟୁରିଆ ଦ୍ୱାରା ଜମିରେ ମାନ ହ୍ରାସ ପାଉଥିଲା । କାରଣ ଦାନାଦର ୟୁରିଆ ବ୍ୟବହାର କରିବା ଦ୍ୱାରା ୩୦-୫୦% ଯବକ୍ଷାରଜାନ ଫସଲ ଗ୍ରହଣ କରିଥାଏ । ବଳକା ଯବକ୍ଷାରଜାନ ଆମୋନିଆ , ନାଇଟ୍ରସ ଅକସାଇଡ଼ ମାଧ୍ୟମରେ ଏହା ଆମ ମୃତ୍ତିକା , ବାୟୁ ପ୍ରଦୂଷଣ କରିଥାଏ । ଆମେ ଜାଣିଛନ୍ତି ଯବକ୍ଷାରଜାନ ଫସଲ ପାଇଁ ଏକ ପ୍ରମୁଖ ଉପାଦାନ । ତେବେ ନାନୋ ୟୁରିଆ ଚାଷ କ୍ଷେତ୍ରରେ ଏକ ବିପ୍ଲବ କହିଲେ ଭୁଲ ହେବ ନାହିଁ । ନାନୋ ୟୁରିଆର ଆକାର ଓ କ୍ଷେତ୍ରଫଳ କମ୍‌ ହୋଇଥାଏ , ଫଳରେ ପତ୍ର ସଂଚନ ପାଇଁ ଏହା ସୁବିଧା ହୋଇଥାଏ । ଭାରତର ବିଭିନ୍ନ ସ୍ଥାନରେ ନାନୋ ୟୁରିଆ ବ୍ୟବହାରକାରୀଙ୍କ କହିବା ମୂତାବକ ଏହାକୁ ବ୍ୟବହାର କରିବା ଦ୍ୱାରା ଦାନାଦାର ୟୁରିଆ ବ୍ୟବହାର ୫୦ପ୍ରତିଶତ କମ ହୋଇଥାଏ । ଏହା ବ୍ୟତୀତ ଦାନାଦର ୟୁରିଆରେ ୪୬ପ୍ରତିଶତ ଯବକ୍ଷାରଯାନ ରହିଥିବା ବେଳେ ନାନୋ ୟୁରିଆରେ ୪ ପ୍ରତିଶତ ରହିଥାଏ।

nano urea

ପ୍ର: ନାନୋ ୟୁରିଆର କଣ ବିଶେଷତ୍ୱ ରହିଛି ,ଏହା ଦ୍ୱାରା ଚାଷୀର ଆୟ ବଢ଼ିପାରିବ କି ?
ଉ : ଏକ ୫୦୦ମିଲି ନାନୋ ୟୁରିଆ ବୋତଲ ,୪୫କିଗ୍ରା ୟୁରିଆ ବ୍ୟାଗ ସହ ସମାନ ହୋଇଥାଏ, ଏହା ଫସଲର ଅମଳ ଓ ଗୁଣାତ୍ମକ ମାନ ବଢ଼ାଇଥାଏ । ଏହା ପ୍ରୟୋଗ ଦ୍ୱାରା ପରିବେଶ ସୁସ୍ଥ ରହିଥାଏ । ଏହା ଗ୍ଲୋବାଲ ୱାର୍ମିଙ୍ଗକୁ ନିୟନ୍ତ୍ରଣ କରିଥାଏ । ଫସଲର ଗୁରୁତ୍ୱ ପୂର୍ଣ୍ଣ ଗଠନ ଅବସ୍ଥାରେ ନାନୋ ୟୁରିଆ ଯବକ୍ଷାରଜାନ ଆବଶ୍ୟକତା ପୂରଣ କରିଥାଏ । ମୋ ମତରେ ନିଶ୍ଚିତ ଭାବରେ ଏହା ଚାଷୀର ଆୟ ବଢ଼ାଇବା ସହ ଫସଲ ଅମଳକୁ ମଧ୍ୟ ବଢ଼ାଇପାରିବ ।

ପ୍ର: ନାନୋ ୟୁରିଆକୁ ଚାଷୀ ମାନେ କିପରି ବ୍ୟବହାର କରିବେ ?
ଉ: ନାନୋ ୟୁରିଆ ବ୍ୟବହାର କରିବା ଅତ୍ୟନ୍ତ ସହଜ ଓ ସୁବିଧାଜନକ ହୋଇଥାଏ । ଏଥିରେ ମୋଟ ୪ପ୍ରତିଶତ ଯବକ୍ଷାରଜାନ ରହିଥିବାରୁ ଏହା ସମ ଭାବରେ ଜଳରେ ମିଶିପାରିଥାଏ । ତେବେ ୧ଲିଟର ପାଣିରେ ୨-୪ମିଲି ନାନୋ ୟୁରିଆ ମିଶାଇ , ଏହାକୁ ପତ୍ରରେ ସିଂଚନ କରନ୍ତୁ । ଏକ ଏକର ଫସଲ ପାଇଁ ୫୦୦ମିଲି ବୋତଲ ଦୁଇ ଥର ସିଂଚନ ପାଇଁ ପର୍ଯ୍ୟାପ୍ତ । ସକାଳ ଓ ସଂଧ୍ୟା ସମୟରେ ଏହାକୁ ସିଂଚନ କରନ୍ତୁ ।

ପ୍ର: ଓଡ଼ିଶାରେ ନାନୋ ୟୁରିଆ ବ୍ୟବହାର କରାଗଲାଣି କି ?
ଉ: ହଁ ଓଡ଼ିଶାର କୋରାପୁଟ , ବରଗଡ଼ , ମାଲକାନାଗିରି ପ୍ରଭୃତି ସ୍ଥାନରେ ଚାଷୀ ମାନେ ନାନୋ ୟୁରିଆ ବ୍ୟବହାର କଲେଣି । ଏବଂ ଏହା ବ୍ୟବହାର କରିବା ଦ୍ୱାରା ଫସଲର ଅମଳର ଆଶାତୀତ ବୃଦ୍ଧି ସହ ଧାନରେ ଅଧିକ ପିଲ ହେବା ସହ ଏହା ଗୁଣାତ୍ମକ ମାନ ବି ବଢ଼ାଉଛି ବୋଲି ଚାଷୀ ମାନେ ମତବ୍ୟକ୍ତ କରିଛନ୍ତି । ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହାକୁ ବ୍ୟବହାର କରିବାର ଯୋଜନା ରହିଛି ।

ପ୍ର; ଓଡ଼ିଶାର ଯୁବ ଚାଷୀମାନଙ୍କୁ କଣ ବାର୍ତ୍ତା ଦେବେ ?
ଉ: ମୋ ମତରେ ଚାଷ କରି ଯୁବବର୍ଗ ଉଦ୍ୟୋଗୀ ହୋଇପାରିବେ । ଏବେ ନୂତନ ଜ୍ଞାନକୋ÷ଶଳରେ ପ୍ରସ୍ତୁତ ଅଣୁସାର ତଥା ନାନୋ ୟୁରିଆ ବ୍ୟବହାର କରି ନିଶ୍ଚୟ ସଫଳ ହୋଇପାରିବେ । ନିଯୁକ୍ତି ଅଭାବକୁ ଦୃଷ୍ଟି ନଦେଇ କିପରି ଉଦ୍ୟୋଗୀ ହୋଇପାରିବେ , ସେ ଦିଗରେ ଚିନ୍ତା କରିବା ଆବଶ୍ୟକ । କୃଷି ଜଣଙ୍କୁ ଉଦ୍ୟୋଗୀ କରିବାର ଶ୍ରେଷ୍ଠ ମାଧ୍ୟମ, ଏହାକୁ ଅସ୍ୱୀକାର କରା ନଯାଇପାରେ ।

Leave A Reply

Your email address will not be published.

twenty − 16 =