ଅସହାୟଙ୍କ ମଉଡ଼ମଣି ଛାୟାରାଣୀ

0

ଜନନୀ,ଜାୟା,ଭଗିନୀର ରୂପରେ ରୂପବନ୍ତ ନାରୀ । ସେ ପ୍ରେମମୟୀ,ସ୍ନେହମୟୀ,ମମତାମୟୀ । ସେ ସର୍ବଂସହା ।ଧରିତ୍ରୀ ଠାରୁ ବି ସେ ସହନଶୀଳା । ସେ ସଂବାହିକା,ସେ ଅବଧାରିତା । ପାରିବାରିକ ଜୀବନ ଠାରୁ ଆରମ୍ଭ କରି ସାମାଜିକ ଜୀବନ ଯାଏଁ ସେ ମଙ୍ଗଳମୁଦ୍ରାଙ୍କ ମଙ୍ଗଳମୟୀ ମାତା । ସ୍ନେହ,ପ୍ରୀତି,ପ୍ରତ୍ୟୟର ଏକ ନିଆରା ଅନୂଭବ ନାରୀ ।ସେ କୁଳଲକ୍ଷ୍ମୀ,ମହାଲକ୍ଷ୍ମୀ । ଜୀବନ ନଇରେ ସେ ଏକ ରଙ୍ଗୀନ ଡ଼ଙ୍ଗା । ମାନବର ମାନସ ମନୀସାରେ ସେ ହସର ଏକ ଅନୁପମ ସରଳରେଖା । ସେ ଯେ କେବଳ ଘରର ଚାରିକାନ୍ଥ ଭିତରେ ବନ୍ଧା ହୋଇ ରହିବ , ସେକଥାକୁ ଏବର ସମୟରେ ଭୁଲ ପ୍ରୟମାଣିତ କରିପାରିଛନ୍ତି ନାରୀ । ଆଜି ସମାଜର ବିଭିନ୍ନ କ୍ଷେତ୍ରରେ ନିଜ ପାରଦର୍ଶିତାକୁ ପ୍ରତିଫଳନ କରାଇପାରୁଛି ନାରୀ । ଅସାଧ୍ୟକୁ ସାଧ୍ୟ କାରପାରିଛି । ଅସମ୍ଭବକୁ ସମ୍ଭବ କରିପାରିଛି । ଶିକ୍ଷା , ସ୍ୱାସ୍ଥ୍ୟ ଓ କୃଷି ପରି ବିଭିନ୍ନ କ୍ଷେତ୍ରରେ ଅର୍ଜନ କରିପାରିଛନ୍ତି ସୁନାମ । କୃଷିକୁ ଭାରତୀୟ ଜନଜୀବନର ଆଧାର ବୋଲି ବିବେଚନା କରାଯାଉଥିବା ବେଳେ ଆଜି ବି ଅନେକ ନାରୀ ଚାଷ କରି ବେଶ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ଲୁଙ୍ଗାର ଶ୍ରୀମତୀ ଛାୟାରାଣୀ ସାହୁ । ସାଧାରଣ ମହିଳାଟିଏ ହେଲେ ବି ଚାଷ ପାଇଁ ମନରେ ଅସୁମାରୀ ଆଶା । ସେଥିପାଇଁ ସାତ , ଆଠ ଏକର ଜମିରେ ଫଳାଇଛନ୍ତି ଫସଲ । ନିଜେ କ୍ଷେତରେ ସାର ଦେବାଠାରୁ ଆରମ୍ଭ କରି ଅମଳ ଯାଏଁ କେବେହେଲେ ଥକିପଡ଼ି ନାହାନ୍ତି । ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ ମଧ୍ୟ ସେ ଚାଷବାସରେ ବେଶ ପାରଙ୍ଗମ । କିଛି ମାସ ପୂର୍ବରୁ ଯେବେ ସାରା ଦେଶ ଲକଡ଼ାଉନ୍‌ର ସ୍ଥିତିରେ ଥିଲେ ସେ ଅସହାୟ ମାନଙ୍କ ପାଇଁ ସାହାଯ୍ୟର ଆଶାବାଡ଼ି ହାଇ ଉଭା ହୋଇଥିଲେ । ଗୋସେବା ଆଉ କ୍ଷେତ ପ୍ରତି ପିଲାଦିନରୁ ଅହେତୁକ ନିଶା ଥିବା ଛାୟାରାଣୀ ଏବେ ମଣିଷପଣିଆର ନୂଆ ସଂଜ୍ଞା ରଚନା କରିଛନ୍ତି । ଏବେ ସବୁଆଡେ଼ ତାଙ୍କୁ ନେଇ ଚର୍ଚ୍ଚା । ସେଇଥିପାଇଁ ତ ସେ ଅସହାୟଙ୍କ ମଉଡ଼ମଣି । ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶ୍ୟାମଳ ସୁବର୍ଣ୍ଣ ପରିବାର ତରଫରୁ ଛାୟା ମାଉସୀଙ୍କୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା…

ପ୍ର : ସାରା ଦେଶ ଲକଡ଼ାଉନ୍‌ ପରିସ୍ଥିତିରେ ଥିବା ବେଳେ ଆପଣ ସେ ସମୟରେ ଏମିତି ନିଆରା ଚିନ୍ତା କଣ ପାଇଁ କଲେ ?
ଉ: ପ୍ରଥମରୁ ମୋର ଚାଷ ପାଇଁ ପିଲାଦିନରୁ ପ୍ରବଳ ଇଚ୍ଛା ଥିଲା । ମୋ ବାପା ମାଆଙ୍କ ଆଶୀର୍ବାଦ , ମୋ ସ୍ୱାମୀ , ପୁଅ . ଝିଅଙ୍କ ଭଲପାଇବା ଆଉ ବିଶ୍ୱାସ ଯୋଗୁଁ ମୁଁ ଆଜି ସାତ,ଆଠ ଏକର ଜମିରେ ହେବ ଅନେକ ଫସଲ ଲଗେଇପାରିଛି । ଏହା ବ୍ୟତୀତ ମୁଁ ଗୋସେବା ସବୁଦିନ କରିଥାଏ । ମୋ ଘରୁ ପ୍ରାୟ ପଚାଶ ଲୋକ ସବୁଦିନ ଚାହା ପିଅନ୍ତି । ତେବେ ବର୍ତ୍ତମାନ ତାଲାବନ୍ଦ ସମୟରେ କେହି ଘରୁ ବାହାରିପାରୁନାହାନ୍ତି । ଯେଉଁମାନେ ଦିନ ମଜୁରିଆ , ଅକ୍ଷମ ଅସହାୟ ବ୍ୟକ୍ତି ସେମାନେ କାମ ପାଇଟି କରିନପାରି ଘରେ ବସୁଛନ୍ତି । ତେଣୁ ମୁଁ ଚିନ୍ତା କଲି ମୋ ବାଡ଼ିରେ ହେଇଥିବା ପନିପରିବାକୁ ସେମାନଙ୍କୁ ଦେବି । ପିଲାଦିନରୁ ସବୁବେଳେ ଲୋକଙ୍କୁ ସାହାଯ୍ୟ କରିବାର ମନୋବୃତ୍ତି ଥିଲା । ଆଉ ସାରା ଦେଶର ଏହି ବିପତ୍ତି ସମୟରେ ମୁଁ ଚେଷ୍ଟା କରିଛି କିପରି ଗରିବ ଓ ଅସହାୟ ଲୋକମାନେ ମାନେ ଦି ଓଳି ଖାଇପାରିବେ , ସେଥିପାଇଁ ଏମିତି ଏକ ପଦକ୍ଷେପ ନେଲି ।

nano urea

ପ୍ର: ଜଣେ ମହିଳା ହୋଇ ଚାଷ କାର୍ଯ୍ୟ ପାଇଁ ଅହେତୁକ ନିଶା ଜନ୍ମିବାର କାରଣ କ’ଣ?
ଉ: ମୁଁ ପ୍ରାୟ ତିରିଶ ବର୍ଷ ହେବ ଚାଷ କରିଆସୁଛି । ସମାଜରେ ଅସହାୟର ପ୍ରକୃତ ଅର୍ଥକୁ ମୁଁ ବହୁତ ଆଗରୁ ବୁଝି ସାରିଛି । କାରଣ ମୁଁ ବି ଦିନ ସେମିତି ପରିସ୍ଥିତି ଦେଇ ଗତି କରିଛି । ଏବେ ଚାଷ ମୋ ପାଇଁ ସବୁକିଛି । ମୋର ପ୍ରାୟ ଆଠ ଏକର ଚାଷଜମି ଅଛି । ବର୍ଷକ ବାର ମାସ ମୁଁ ସବୁସମୟରେ କିଛି କିଛି ଚାଷ କରିଥାଏ । ବାଇଗଣ , ଟମାଟୋ , କଳମ , ଭେଣ୍ଡି , କଖାରୁ ଏମିତି ଅନେକ ଫସଲ ଜମିରେ ଲଗାଇଛି । ଚାଷ କରିବାକୁ ଇଚ୍ଛାଥିଲେ ଜଣେ ଚାଷ କରିପାରିବ । ଏ କଥାକୁ ପିଲାଦିନରୁ ଚିନ୍ତା କରି ମୁଁ ଚାଷ କରିଆସୁଛି ଆଉ ସାରା ଜୀବନ ଏମିତି ଚାଷ କରି ଲୋକଙ୍କ ସେବା କରିବି ।

ପ୍ର: ଆପଣ ଜୈବିକ ଉପାୟରେ କିପରି ଚାଷ କରୁଛନ୍ତି?
ଉ: ସବୁ ଲୋକ ଏବେ ପ୍ରାୟ ଜମିରେ ରାସାୟନିକ ସାର , ବିଷ ପ୍ରୟୋଗ କରୁଛନ୍ତି । ଯେହେତୁ ମୋର ଅଧିକ ଏକର ଜମି ତେଣୁ ପୁରା ଜୈବିକ ଉପାୟରେ ଚାଷ କରିପାରେନି ତଥାପି ମୁଁ ଜୈବିକ ଉପାୟରେ ଚାଷ କରିବାକୁ ଭଲପାଏ । କାରଣ ଗାଇ ଗୋବରରୁ ଖତ ଆଉ ଘରେ ପ୍ରସ୍ତୁତ କରି କୀଟନାଶକକୁ ପ୍ରୟୋଗ କଲେ ଜମିରେ ଉର୍ବରତା ବଢ଼ିବା ସହ ରୋଗ ପୋକ ହେବାର ସମ୍ଭାବନା କମ ଥାଏ । ଆଉ ମୁଁ ବି ବ୍ଲକ୍‌ରୁ ହାଣ୍ଡିଖତ ପ୍ରସ୍ତୁତି ଶିଖି ତାକୁ ନିଜ ଜମିରେ ବ୍ୟବହାର କରୁଛି । ଏହା ଦ୍ୱାରା କମ ଖର୍ଚ୍ଚ ହେବା ସହ ଆମେ ସୁସ୍ଥ ପନିପରିବା ପାଇଥାଉ । ବର୍ତ୍ତମାନ ସମୟରେ ସମସ୍ତେ ଜୈବିକ କୃଷିକୁ ଆପଣାଇଲେ ନିଶ୍ଚିତ ଭାବରେ ଭଲ ପନିପରିବା ପାଇପାରିବେ ।

ପ୍ର: ବର୍ତ୍ତମାନ ମହିଳା ମାନଙ୍କୁ ଚାଷ କାର୍ଯ୍ୟରେ ସ୍ୱାବଲମ୍ବୀ ହେବା ପାଇଁ କ’ଣ ବାର୍ତ୍ତା ଦେବେ?
ଉ: ମୋ ମତରେ ଯାହାର ବି ଚାଷ ପାଇଁ ଇଚ୍ଛା ଛି ଯଦି ତାଙ୍କ ଘରେ ଆବଶ୍ୟକ ଜମି ନଥାଏ , ତାହେଲେ ସେମାନେ କରିବାକୁ କୁଣ୍ଠାବୋଧ ପ୍ରକାଶ କରନ୍ତି । ଦ୍ୱିତୀୟରେ ଅଦିନିଆ ବର୍ଷା ଯୋଗୁଁ ଅନେକ ଫସଲ ପଚିସଢ଼ି ନଷ୍ଟ ହୋଇଗଲେ ମନୋବଳ ବି ଭାଙ୍ଗିଯାଏ । ମୋର ବି ଏମିତି ଅନେକ ଫସଲ ଅଦିନିଆ ବର୍ଷାରେ ନଷ୍ଟ ହୋଇଯାଇଛି । କିନ୍ତୁ ମହିଳାମାନେ ଚାହିଁଲେ ଏହି ଚାଷ ଜମିରେ ଅନେକ ଟଙ୍କା ଉପାର୍ଜନ କରିବା ସହ ରୋଜଗାରକ୍ଷମ ହୋଇପାରିବେ । ଘରେ ଖାଲି ସମୟରେ ରୁଫଟଫ ଗାଡେର଼୍ନ କିମ୍ବା ପାକଶାଳା ବଗିଚା କରି ମଧ୍ୟ ନିଜ ଘରର ଆବଶ୍ୟକୀୟ ପନିପରିବା ବାଡ଼ିରୁ ଉତ୍ପାଦନ କରିପାରିବେ ।

Leave A Reply

Your email address will not be published.

fifteen − eleven =