କୃଷି ସମ୍ବନ୍ଧୀୟ ପଦେ ଅଧେ …

0

୧.ମିଶ୍ରିତ ଚାଷ -ଦୁଇ କିମ୍ବା ଅଧିକ ଫସଲ ଗୋଟିଏ ଜମିରେ ଚାଷ କରିବାକୁ ମିଶ୍ରିତ ଚାଷ କୁହାଯାଏ । ତେବେ ଗଭୀର ଚେର ଫସଲ ସହିତ ଅଗଭୀର ଚେର ଫସଲ, ଅଧିକ ଉଚ୍ଚ ବଢୁଥିବା ଫସଲ ସହିତ କମ ଉଚ୍ଚ ବଢୁଥିବା ଫସଲ, ଡାଲିଜାତୀୟ ଫସଲ ସହିତ ଶସ୍ୟ ଜାତୀୟ ଫସଲ, ଶୀଘ୍ର ଅମଳ ହେଉଥିବା ଫସଲ ସହିତ ବିଳମ୍ବରେ ଅମଳ ହେଉଥିବା ଫସଲକୁ ସଠିକ୍ ଜଳବାୟୁ ଏବଂ ପରିବେଶକୁ ନଜରରେ ରଖି ଚୟନ କରାଯାଏ। ଏହାଦ୍ୱର ଜଳ ଏବଂ ପୋଷୋକ ତତ୍ତ୍ଵ ପାଇଁ ଉଭୟ ଫସଲ ମଧ୍ୟରେ ପ୍ରତିଯୋଗୀତା ହୁଏ ନାହିଁ । କମ୍ ପରିଶ୍ରମରେ ଅଧିକ ଅମଳ ହୋଇଥାଏ ।
୨.ଗୋବର ଖତ – ଗୋବର ତଥା ଜିଆ ଖତର ବ୍ୟବହାର ମୃତ୍ତିକାକୁ ଉର୍ବର କରିବା ସହ ଗଛକୁ ସବୁପ୍ରକାର ପୋଷୋକ ତତ୍ତ୍ଵ ଯୋଗାଇଥାଏ । ଏହା ମଧ୍ୟ ମାଟିର ଜଳଧାରଣ କ୍ଷମତା ବଢ଼ାଇ ଥାଏ । ଅନେକ ଚାଷୀ ଗୋବର ଖତ ପ୍ରସ୍ତୁତ କରିଥିଲେ ମଧ୍ୟ ସଠିକ୍ ଭାବେ ପ୍ରସ୍ତୁତ କରନ୍ତି ନାହିଁ ଯାହା ଫଳରେ ପୋଷୋକର ପରିମାଣ କମ୍ ହୁଏ । ତେବେ ଗୋବର ଖତ ପାଇଁ ଉଚ୍ଚା ଏବଂ ଶୁଖିଲା ଜାଗା ଚୟନ କରନ୍ତୁ । ଚତ୍ରୁପାର୍ଶ୍ଵରେ ଏକ ଉଚ୍ଚ ହୁଡ଼ା ଦେଇ ଆଚ୍ଛାଦିତ କରନ୍ତୁ ଯେଭଳି ବର୍ଷା ପାଣି ଜମିବ ନାହିଁ । ଖତ ଗାଡରେ ଖରା ନପଡିବା ପାଇଁ ବାଉଁଶ ତଲେଇ ବା ପତ୍ରପଟିରେ ଛାତ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଅନାବନା ଗଛ ବା ବାଳୁଙ୍ଗା ଖତରେ ମିଶାନ୍ତୁ ନାହିଁ ଫଳରେ ଏହାର ମଞ୍ଜି ସିଧାସଳଖ ଚାଷଜମିରେ ପଡ଼ି ବାଳୁଙ୍ଗାର ବଂଶବୃଦ୍ଧି କରେ ।
୩.ସବୁଜ ଖତ- ମୁଖ୍ୟ ଫସଲ କରିବା ପୂର୍ବରୁ ଜମିରେ ଧଣିଚା ଚାଷକରି ଫୁଲ ଧରିବା ପୂର୍ବରୁ ମାଟିରେ ହଳ କରି ମିଶେଇବା ଦ୍ଵାରା ସବୁଜ ପତ୍ର ପଚି ମୃତ୍ତିକାର ଉର୍ବରତା ବଢ଼ିଥାଏ ଏବଂ ଉପର ବା ଉର୍ବର ମୃତ୍ତିକା କ୍ଷୟ ହୁଏ ନାହିଁ । ଫଳରେ ଗଛ ସଠିକ୍ ଭାବେ ବଢେ । ହେକ୍ଟର ପିଚ୍ଛା ଅନ୍ୟୁନ ୩୦ ରୁ ୪୦ କି.ଗ୍ରା. ଯବକ୍ଷାରଜାନ ମିଳିଥାଏ ।
୪.ବିହନ ବିଶୋଧନ – ଯେ କୌଣସି ଫସଲ ଚାଷ କରିବା ପୂର୍ବରୁ ସବୁବେଳେ ବିହନକୁ ବିଶୋଧନ କରନ୍ତୁ। ଏହାଦ୍ବାରା ମୃତ୍ତିକା ଏବଂ ବିହନ ଭିତରେ ଥିବା ଫିମ୍ପି ଜୀବାଣୁ ଏବଂ କୀଟ ମରିଯାଇଥାନ୍ତି । ଗଛ ସୁସ୍ଥ ହେବା ସହ ରୋଗର ପ୍ରାଦୃଭାବ କମ୍ ହୁଏ ।
୫.ଡାଲି ଜାତୀୟ ଫସଲ – ମୁଗ , ବିରି , ଡାଲି ଆଦି ଫସଲ ଯବକ୍ଷାରଜାନ ବିବନ୍ଧନ ପ୍ରକ୍ରିୟାରେ ବାୟୁମଣ୍ଡଳରେ ଥିବା ମୁକ୍ତ ଯବକ୍ଷାରଜାନକୁ ଚେର ସାହାଯ୍ୟରେ ମୃତ୍ତିକାରେ ସଂରକ୍ଷଣ କରିଥାନ୍ତି ଏବଂ ଉକ୍ତ ଯବକ୍ଷାରଜାନ ଆଗାମୀ ଶସ୍ୟ ଜାତୀୟ ଫସଲ ପାଇଁ ବ୍ୟବହାର ହୁଏ ଯାହା ଦ୍ୱାରା ଯବକ୍ଷାରଜାନର ଅଭାବ ହ୍ରାସ ପାଏ ।
୬.ମୁଗ ଓ ବିରି ଚାଷ କରୁଥିଲେ- ବାୟୋଫଟିଲାଇଜର ବା ଅଣୁଜିବମାନଙ୍କ ବ୍ୟବହାର କରିବାଦ୍ୱାରା ମୃତ୍ତିକାରେ ଯବକ୍ଷାରଜାନ ପରିମାଣ ବୃଦ୍ଧି ହୁଏ ।
୭.ଶସ୍ୟ ଚକ୍ରିକରଣ (ଗୋଟିଏ ଶସ୍ୟ ପରେ ଅନ୍ୟ ଏକ ଶସ୍ୟ ଉତ୍ପାଦନ କରିବା) ଦ୍ୱାରା ମୃତ୍ତିକାରେ ପୋଷୋକ ତତ୍ତ୍ଵର ପରିମାଣ ବୃଷିଘଟେ ଏବଂ ରୋଗ , କୀଟର ପ୍ରାଦୁର୍ଭାବ ଲୋପ ପାଇଯାଏ ।
୮. ଅନ୍ତଃ ଚାଷ- ଗୋଟିଏ ଜମିରେ ଏକ ସଙ୍ଗେ ଦୁଇଟା ଶସ୍ୟ ଚାଷ କରିବାଦ୍ୱାରା ରୋଗ ଏବଂ କିଟର ପ୍ରାଦୁର୍ଭାବ କମିଥାଏ ଏବଂ କମ୍ ଖର୍ଚ୍ଚରେ ଅଧିକ ଅମଳ ହୋଇଥାଏ ।
୯.ଜନ୍ତା ଫସଲ – ପନିପରିବା ସହିତ ଗେଣ୍ଡୁ କିମ୍ବା ଧନିଆ ବୁଣିଲେ ଅଧିକ ସିରପିଉ ମାଛି ସୃଷ୍ଟି ହୋଇଥାନ୍ତି। ଏମାନେ ପନିପରିବାରୁ ଜଉପୋକ ଓ ଅନ୍ୟାନ୍ୟ କୋମଳ ଦେହଧାରୀ କ୍ଷତିକାରକ ପୋକମାନଙ୍କୁ ଖାଇଥାନ୍ତି ।ଆଳୁ, ବାଇଗଣ, ଟମାଟୋ, ଭେଣ୍ଡିରୁ ରେ ଚେରଗଣ୍ଠି ଏକ ସୂତ୍ରଜୀବ ଜନିତ ପୋକ ବିଶେଷ କ୍ଷତି କରିଥାନ୍ତି ।ହଳଦିଆ କିସମ କଲିକତି ଗେଣ୍ଡୁକୁ ଜନ୍ତା ଫସଲ ଭାବେ ଲଗେଇବା ଦ୍ଵାରା ପୋକର ପ୍ରଦୃଭାବ କମ୍ ହୁଏ ।
୧୦.ହଳଦିଆ ଜନ୍ତା ଏବଂ ଆଲୋକ ଜନ୍ତା- ଗବେଷଣାରୁ ଜଣାଯାଇଛି କିଟ ମାନେ ସାଧାରଣଃ ହଳଦିଆ ରଙ୍ଗ ଏବଂ ଆଲୋକ ପ୍ରତି ଆକର୍ଷଣ ହୋଇଥାନ୍ତି ତେବେ ଏହି ଜନ୍ତାର ବ୍ୟବହାର ଦ୍ଵାରା କୀଟ ଦମନ କରାଯାଇପାରିବ ।

nano urea

ବିଜ୍ଞାନ ରଞ୍ଜନ ସାହୁ (କୃଷି ସ୍ନାତୋତ୍ତର,ମୃତ୍ତିକା ବିଜ୍ଞାନ )
ଓୟୁଏଟି, ଭୁବନେଶ୍ଵର, ମୋ-୯୫୫୬୨୫୯୯୧୯

Leave A Reply

Your email address will not be published.

7 + seventeen =