ଆନ୍ତର୍ଜାତୀୟ ନ୍ୟୁଟ୍ରି ସିରିଏଲ କନଭେନସନ୍ (INCC) ୫.୦ ଅନୁଷ୍ଠିତ

ଗତ କିଛି ଦିନ ପୂର୍ବେ ୯-୧୦ ନଭେମ୍ବର ରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ଅନ୍ତର୍ଜାତୀୟ ମିଲେଟ ମିଶନ ହୋଇଥିଲା । ସେଥିରେ ବହୁ ଚାଷୀ, ସ୍କୁଲ ଛାତ୍ର ଛାତ୍ରୀ, ମିଶନ ଶକ୍ତି ମହିଳା, ସ୍ଵଂୟ ସହାୟକ ଗୋଷ୍ଠୀ, ମାନ୍ୟବର ମନ୍ତ୍ରୀଗଣ ଏବଂ ବିଭିନ୍ନ ବେପାରୀ ମାନେ ଯୋଗଦେଇଥିଲେ । ସେଠାରେ ମିଲେଟକୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଓ ସରକାର ଙ୍କ ମିଲେଟ ସ୍କିମ ଉପରେ ଆଲୋଚନା ହୋଇଥିଲା । ମାଷ୍ଟର ସେଫ୍ ବିକାଶ ଖାନ୍ନା ଏବଂ ଜଣେ ପ୍ରତିଷ୍ଠିତ ସଙ୍ଗୀତକାର ଶ୍ରୀ ରିକି କେଜ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

ତେଣୁ ୨୭-୨୮ ନଭେମ୍ବର ରେ ହାଇଦ୍ରାବାଦରେ ଆନ୍ତର୍ଜାତୀୟ ନ୍ୟୁଟ୍ରି ସିରିଏଲ କନଭେନସନ୍ (INCC) 5.0 କୁ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ ଅନୁଗ୍ରହ କରିଥିଲେ, ତାଙ୍କ ଉପସ୍ଥିତିରେ ଓଡ଼ିଶା ମିଲେଟ ମିଶନକୁ ମିଲେଟର ପ୍ରୋତ୍ସାହନ ପାଇଁ ସର୍ବଶ୍ରେଷ୍ଠ ବିଶ୍ୱସ୍ତରୀୟ ମଡେଲ ଭାବେ ଗ୍ରହଣ କରାଯାଇଛି। ଡ. ପାଢ଼ୀ, ଯିଏ କି 3X Grammy® Award ର ବିଜେତା ଶ୍ରୀ ରିକି କେଜଙ୍କ ଦ୍ୱାରା ରଚିତ ଓଡିଶାର ମାଣ୍ଡିଆ ଗୀତର ସାକ୍ଷୀ , ସେ ଏହି ଆନ୍ତର୍ଜାତୀୟ ଇଭେଣ୍ଟରେ ଓଡିଶା ମିଲେଟ ମିଶନ (OMM) ର ଅଭିଜ୍ଞତା ବାଣ୍ଟିଥିଲେ, ଏବଂ ଏରୁଡାଇଟ୍ ପ୍ୟାନେଲ୍ ଏବଂ ଦର୍ଶକଙ୍କ ଠାରୁ ଉଚ୍ଚ ପ୍ରଶଂସା ପାଇଥିଲେ ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×