ଗ୍ଲୋବାଲ୍ ମିଲେଟ୍ ପ୍ରମୋସନ୍ ପାଇଁ ଓଡ଼ିଶାକୁ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ

0

ହାଇଦ୍ରାବାଦରେ ହେଇଥିବା ଆନ୍ତର୍ଜାତୀୟ ନ୍ୟୁଟ୍ରି ସିରିଅଲ୍ କନଭେନସନ୍ (INCC) 5.0 ସମୟରେ ଓଡିଶା ‘ଗ୍ଲୋବାଲ୍ ମିଲେଟ୍ ପ୍ରମୋସନ୍ ପାଇଁ ସର୍ବଶ୍ରେଷ୍ଠ ରାଜ୍ୟ’ ଭାବରେ ‘ପୋଶକ୍ ଆନାଜ୍ ପୁରସ୍କାର ୨୦୨୩’ ପାଇଛି । କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ର ମୁଖ୍ୟ ଶାସନ ସଚିବ, ଡ. ଅରବିନ୍ଦ କୁମାର ପାଢୀ ତେଲେଙ୍ଗାନାର ରାଜ୍ୟପାଳ ମାନ୍ୟବର ଡ. ତାମିଲିସାଇ ସୌନ୍ଦରରାଜନ ଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହା ନିଶ୍ଚିନ୍ତ ଭାବେ ଓଡ଼ିଶା ପାଇଁ ଏକ ଗୌରବର କଥା ।

Leave A Reply

Your email address will not be published.

two × 4 =