ଚକଡା ପୋକର ସମନ୍ବିତ ପରିଚାଳନା

0

ଚକଡା ପୋକ ଧାନ ଗଛରେ ଲାଗୁଥିବା କୀଟ ମାନଙ୍କ ମଧ୍ୟରୁ ଅନ୍ୟତମ । ଏହି କୀଟ ଆକ୍ରମଣ ଯୋଗୁଁ ବର୍ଷା ଦିନିଆ ଧାନରେ ଶତକଡା ୨୫ ଏବଂ ଡ଼ାଳୁଅ ଧାନରେ ଶତକଡା ୩୦ ଭାଗ ଅମଳ କମିଯାଏ | ପ୍ରତିବର୍ଷ ଓଡିଶାରେ ଏହି ପୋକର ପ୍ରକୋପ ଦେଖାଯାଏ । ବିଗତ କିଛି ବର୍ଷଧରି ଏହାର ପ୍ରକୋପ କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, ଗଂଜାମ, ବରଗଡ଼, ବଲାଙ୍ଗୀର ଏବଂ ଦେବଗଡ ଜିଲ୍ଲାରେ ବ୍ୟାପକ ଖୟକ୍ଷତି ଘଟାଇଛି ଏହି ପୋକଟି ଶୁଷ୍କ ଆଦ୍ରତା (୭୫%) ଓ ତାପମାତ୍ରା (୨୭°C) ରେ ନିଜର ବଂଶଜକୁ ବୃଦ୍ଧି କରାଇଥାଏ|

ଚକଡା ପୋକର ଅବସ୍ଥିତି ଓ ଜୀବନଚକ୍ର

ଏହାକୁ ଦିଲୀ ପୋକ ମଧ୍ୟ କୁହାଯାଏ ଏହି କୀଟର ରଙ୍ଗ ସବୁଜ ଏବଂ ଡେଣା ଉପରେ କଳା ବିନ୍ଦୁ ଥାଏ ଅର୍ଭକ ଗୁଡିକ ଫିକା ସବୁଜ ରଙ୍ଗର । ମା ପୋକ ଧାନ ପତ୍ରର ମଝି ଶୀରାରେ ଅଣ୍ଡା ଦେଇଥାଏ । ଅର୍ଭକ ଏବଂ ପୂର୍ଣାଙ୍ଗ ଗୁଡିକ ପତ୍ରରୁ ରସ ଶୋଷି ଖାଇବା ଦ୍ବାରା ଯତ୍ରରେ ହଳଦିଆ ଜିମ୍ବଦ ବାଦାମୀ ରଙ୍ଗର ଚିହ୍ନ ଦେଖାଯାଏ ଓ ପତ୍ର ହଳଦିଆ ପଡି ଆଉ ଆଡୁ ସୁଖାଯାଏ ଏହି ପୋକ ଧାନର ମାରାତ୍ମକ ଭୁତାଣୁ ଟୁଙ୍ଗରୋକୁ ବିସ୍ତାର କରେ ଅଣ୍ଡା ଅବସ୍ଥାରୁ ପୂର୍ଣାଙ୍ଗ ଅବସ୍ଥା ପଛଞ୍ଚିବା ପାଇଁ ୨୦-୨୫ ଦିନ ସମୟ ଲାଗିଥାଏ । ବର୍ଷାଋତୁର ଶେଷ ରେ ଅର୍ଥାତ ସେପ୍ଟେମ୍ବର ମାସରେ ଏହାର ପ୍ରକୋପ ଅଧିକ ଦେଖାଯାଏ ।

ପୋକ ଆକ୍ରମଣର ସମ୍ଭାବ୍ୟ କାରଣ

ଓଡିଶାରେ ମାର୍ଚ ଏପ୍ରିଲ ମାସ ଏବଂ ଅଗଷ୍ଟ ମାସର ଶେଷ ସପ୍ତାହରୁ ନଭେମ୍ବର ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପାଣିପାଗ ଚକଡା ପୋକର ଖାଦ୍ୟ ଓ ପ୍ରଜନନ ପାଇଁ ପ୍ରାୟତଃ ଅନୁକୂଳ ଥାଏ । ଅଧୁକ ଅମଳକ୍ଷମ କିନ୍ତୁ ସହଣୀ ଶକ୍ତି ରହିତ ଧାନ କିସମକୁ ଗୋଟିଏ ଅଂଚଳରେ ବାରମ୍ବାର ଚାଷ କରିବା ଦ୍ବାରା ପୋକ ପାଇଁ ସବୁବେଳେ ଖାଦ୍ୟ ଉପଲବ୍ଧ ହୁଏ ଏବଂ ସେ ବାରମ୍ବାର ଫସଲକୁ ଆକ୍ରମଣ କରେ । ଧାନ ଗଛ ରୁ ଗଛର ଦୂରତା କମ ରହିଲେ ଏବଂ କିଆରୀରେ କିଛି ଠିଆ ପାଣି ରହିଲେ ଏହା ପୋକର ବଂଶବୃଦ୍ଧି ପାଇଁ ଆବଶ୍ୟକ ଉତ୍ତାପ ଓ ଆର୍ଦ୍ରତା ଯୋଗାଇ ଥାଏ । ଯବକ୍ଷାରଜାନ ସାଗର ବହୁଳ ବ୍ୟବହାର ସହିତ ପଟାସ ସାରର କମ ବ୍ୟବହାର ଗଛକୁ ନରମ ରହିବାରେ ସାହାଯ୍ୟ କରେ ଏହା ପୋକ ର ରସ ଶୋଷିବା ପାଇଁ ବା ଅଣ୍ଡା ଦେବା ପାଇଁ ଅନୁକୂଳ ହୁଏ

ସମନ୍ବିତ କୀଟ ପରିଚାଳନା

୧, ଚକଡା ପୋକର ସର୍ବେକ୍ଷଣ ପ୍ରଣାଳୀ; ତାଳୁଅ ଧାନରେ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରୁ ଏବଂ ବର୍ଷା ଦିନିଆ ଧାନରେ ଅଗଷ୍ଟ ମାସର ଶେଷ ସପ୍ତାହରୁ ଏହି ପୋକ ପାଇଁ ସର୍ବେକ୍ଷଣ ଆରମ୍ଭ ହେବା ଆବଶ୍ୟକ ଛୋଟ ବାଡ଼ି ଖଣ୍ଡିଏରେ ଧାନ ବୁଦାକୁ ହଲେଇଦେଲେ ଚକତା ପୋକ ପାଣିକୁ ଡେଇଁ ପୁଣି ଗଛକୁ ଡେଇଁ ବସନ୍ତି ଏହା ଦ୍ବାରା ପୋକର ସଂଖ୍ୟା ମଧ୍ୟ ଗଣି ହୁଏ ଏବଂ ଉଚିତ ଦମନ ପ୍ରଣାଳୀ ଅନୁସରଣ କରାଯାଏ

୨. କୀଟ ପ୍ରତିରୋଧକ ବିହନ ର ବ୍ୟବହାର

ଏହା ଏକ ଶସ୍ତା, ସରଳ ଓ ଲାଭ ଦାୟକ ଉପାୟ । ଏଥ୍‌ ପାଇଁ ଚଷା ଭାଇ ମାନଙ୍କୁ ଅଧୁକ ଖର୍ଚ କରିବାକୁ ପଡେ ନାହିଁ ଓ ଅନ୍ୟ କୀଟ ପରିଚାଳନା ପଦ୍ଧତି ସହ ସୁସଂଗତ ଉପାୟ ରେ ବ୍ୟବହାର କରାଯାଇପପାରେ ଯେଉଁ ଅଂଚଳ ରେ କୀଟ ର ପାଦୁର୍ଭାବ ବାରମ୍ବାର ହୋଇଥାଏ ଯେଠି ଏ ପ୍ରକାର ବିହନ ଲଗେଇବା ନିହାତି ଆବଶ୍ୟକ ହୀରା, ପ୍ରତାପ ଉଦୟ, ଆଇ, ର – ୨୦, ୨୩, ୨୬ ଓ ୩୬, ଭୁବନ, ଗଜପତି, କୋଣାର୍କ, ଗୌରୀ, ଅନଂଗ, ପ୍ରାଚୀ, ଦୁର୍ଗା,ସରଳ, ନବୀନ, ପାରିଜାତ ଲଲାଟ, ପି. ଡି. ବି-୧୮ ଓ ୨୧ ତନ୍ମଧ୍ୟରେ ଅନ୍ୟତମ

୩. ଚାଷ ପଦ୍ଧତିରେ ପରିବର୍ତନ

କ) ଜଳର ସୁ ପରିଚାଳନା; ଧାନ ଚାଷ ରେ ଠିଆ ପାଣି ର ଆବଶ୍ୟକ ନ ଥାଏ । ତେଣୁ ସୁବିଧା ଥିଲେଜମି ରୁ ଠିଆ ପାଣି ଉଠେଇ ନେବା ଦରକାର ଫଳ ରେ ଚକଡା ପୋକ ତାର ବଂଶ ବୃଦ୍ଧି କରି ପରେ ନାହିଁ । ଖ) ଧାନ ଗଛ ରୋଇବା ସମୟରେ ପ୍ରତି ୨ ମିଟର ବ୍ୟବଧାନ ରେ ଏକ ଫୁଟ ଖାଲି ଜାଗା ଛାଡ଼ିଲେ ବାୟୁ ଚଳାଚଳ ଓ ସୂର୍ଯ୍ୟକିରଣ ଠିକ ରୂପେ ପଡିଥାଏ ଯାହା ଫଳ ରେ ଚକଡା ପୋକ ମାନଙ୍କ ପାଦୁର୍ଭାବ ନାମ ରହେ । ଗ) ସୁଷମ ସାରର ବ୍ୟବହାର; ମାତ୍ରାଧୂଅକ ଭାବରେ ଯବକ୍ଷାରଜାନ ସାର ପ୍ରୟୋଗ କଲେ ଏହି ପୋକ ର ବଂଶ ବୃଦ୍ଧି ପାଇଁ ଥାଏ ତେଣୁ ଅନୁମୋଦିତ ଯବକ୍ଷାରକାନ, ଫସଫରସ ଓ ପଟସ ସାରା କୁ ଠିକ ପ୍ରଣାଳୀ ରେ ଆବଶ୍ୟକ ଅନୁଯାଇ ବ୍ୟବହାର କରିବା ଉଚିତ । ସାଧାରଣତଃ ଯବକ୍ଷ ଉଜାନ ଓ ପୋତାସହ ସାରା କୁ ୨-୩ ଭାଗ କରି ନିର୍ଦ୍ଦିଷ୍ଟ ଉପାୟ ରେ ପ୍ରୟୋଗ କରିବା ଉଚିତ ।

nano urea

ଘ) ଜୈବିକ କୀଟ ନିୟନ୍ତ୍ରଣ ପଦ୍ଧତି; ଧାନ ଫସଲ ଉପକାରୀ କୀଟ ଓ ବୁଢ଼ିଆଣୀଙ୍କର ଗନ୍ନାଘର । ଏମାନଙ୍କର ସୁପରିଚାଳନା ନିତ୍ୟାନୁ ଆବଶ୍ୟକ । କମ କୀଟନାଶକ ଔଷଧର ବ୍ୟବହାର ଦ୍ବାରା ଏମାନଙ୍କୁ ସଂରକ୍ଷଣ କରାଯାଇପାରିବ ପ୍ରାକୃତିକ ଉପାୟରେ ଏଇମାନେ ଜୈବିକ ନିୟନ୍ତ୍ରଣ ଘଟାଇଥାନ୍ତି ଚକଡା ପୋକ କୁ ନିୟନ୍ତ୍ରଣ କରୁଥିବା ଉପକାରିତା ପୋକ ମଧ୍ୟ ରୁ ସିରଟୋରହିନସ ଲିବିନିଶ @ ୫୦-୭୫ ଅଣ୍ଡା ମିଟର ସ୍କାର ଏବଂ ଲାଇକୋଷ ସୁତୋଆନୁଲତ୍ତା ଓ ୩/ ବୁଦା ଅନ୍ୟତମ|

କୀଟନାଶକ ଔଷଧର ବ୍ୟବହାର: କୀଟନାଶଳ ଔଷଧର ଭୂମିକା ସମନ୍ଵୟୁତ କୀଟ ନିୟନ୍ତ୍ରଣ ଯୋଜନା ଆଉ ଏକ ଗୁରୁତ୍ୱପୂର୍ଣ ଉପାଦାନ । ଅନେକ ସମୟ ରେ ଜଳବାୟୁର ପରିବର୍ତନ ଦ୍ବାରା ଅନୁକୂଳ ପାଗରେ ଏହି କୀଟ ମାନକ ସଂଖ୍ୟା ମାତ୍ରାଧୂକ ବୃଦ୍ଧି ପାଏ । ସେଥିପାଇଁ ଏହି କୀଟ ମାନଙ୍କ ସଂଖ୍ୟା କୁ ନିୟନ୍ତ୍ରିତ ଅବସ୍ଥାରେ ରଖୁବା ପାଇଁ କେତେକ ସ୍ଥଳେ କୀଟନାଶକ ଔଷଧର ପ୍ରୟୋଗ ଅନିବାର୍ଯ୍ୟ ହୋଇଥାଏ ।

ଚଳଡା ପୋକ ର ଆର୍ଥିକ ସୀମାରେଖା; ହାରାହାରି ୫ -୧୦ ଟି ପୋକ କିମ୍ବା ଫୁଲ ବାହାରିବା ଅବସ୍ଥାରେ ୨୦ ଟି ପୋକ ବୁଦା ତଳେ ଦେଖା ଗଲେ କୀଟନାଶକ ଔଷଧର ବ୍ୟବହାର କରିବା ଉଚିତ ।

ଉଭିଦଜାତ କୀଟନାଶକ ର ବ୍ୟବହାର: ୧ ଲିଟର ପାଣି ପିଛା ୫ ମିଲିଲିଟର ନିମ୍ନ ତେଲ ୨ମିଲିଲିଟର ତରଳ ସାବୁନ ସହ ମିଶାଇ ସେହି ମିଶ୍ରଣକୁ ଭଲ ଭାବେ ଗୋଳାଇ ପତ୍ର ସିଂଚା କରିବା ଆବଶ୍ୟକ । ନିମ୍ବ ଆଧାରିତ କୀଟନାଶକ ନିମ୍ବିସିଡିନ

ଲିଟର ପିଛା ୫-୮ ମିଲିଲିଟର ହିସାବ ରେ ପତ୍ର ଛିଞ୍ଚା କରାଯାଇପାରିବ । ଏହି ନିମ୍ନ ଅଧରାତିତ କୀଟନାଶକ ଗୁଡିକ ଯୋକ କୁ ସିଧା ସଳଖ ଦମନ କରିବା ସହିତ ଅଣ୍ଡା ଦେବା କ୍ଷମତା ମଧ୍ୟ ହ୍ରାସ କରିଥାଏ । ପାଣି ମରିଚ ପତ୍ରକୁ (Polygonum hydropiper) ୧ ଲିଟର ପିଛା ୨୦ ଗ୍ରାମ ମାତ୍ରା ରେ ଭଲ ଭାବେ ବାଟି ଓ ୨ ମିଲିଲିଟର ତରଳ ସାବୁନ ସହ ମିଶାଇ ଛାଣି ସେହି ମିଶ୍ରଣ କୁ ପତ୍ର ଛିଞ୍ଚା କଲେ ଏହି ପୋକ ମରି ଯାଇ ଥାଏ । ନିମ ଆଧାରିତ କୀଟନାଶକକୁ ରାସାୟନିକ କୀଟନାଶକ ସହ ମିଶାଇ ପ୍ରୟୋଗ କଲେ ଏହା ସଫଳ ଭାବେ ଏହି ପୋକ କୁ ଦମନ କରେ ।

ରାସାୟନିକ କୀଟନାଶକ ର ବ୍ୟବହାର; କମ ମାତ୍ରାରେ ଅଧିକ ପ୍ରଭାବଶାଳୀ କୀଟନାଶକ ଗୁଡିକ ଯଥା ହେକଟର ପିଛା ଇମିନାକ୍ଳପ୍ରିଡ୍ (୩) ୧୨୫ ଗ୍ରାମ, ଥାଅ ମିତୋନାମ ଓ ୧୨୫ ଗ୍ରାମ, କୃଥୁଆନିଡିନ (୦) ୨୦ ଗ୍ରାମ, ଇଥୋଫେନପ୍ରଶ୍ନ ଓ ୬୫୦ ମିଲିଲିଟର ଏଇସବୁ ରୁ ଯେ କୌଣସି ଗୋଟିଏ କୀଟନାଶକ ଔଷଧର ଥରକେ ପ୍ରୟୋଗ କରାଯାଇପାରେ।

By-

ଶ୍ରୀ ତନ୍ମୟ କୁମାର ଭୋଇ, ବୈଜ୍ଞାନିକ (କିଟ ବିଜ୍ଞାନ)ଶୁଷ୍କ ବନ ଅନୁସନ୍ଧାନ ପ୍ରତିଷ୍ଠାନ, ଯୋଧପୁର, ରାଜସ୍ଥାନ

ଇପ୍ସିତା ସାମଲ, ସହକାରୀ ପ୍ରଫେସର, କିଟ ବିଜ୍ଞାନ, ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ, କଟକ, ଓଡିଶା , ଦୀପକ କୁମାର ମହନ୍ତ, ଛାତ୍ର, ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ବବିଦ୍ୟାଳୟ, ବିହାର

Leave A Reply

Your email address will not be published.

eleven + 11 =