ଆଳୁ ଚାଷ ପାଇଁ ସୂଚନା

ସୁସ୍ଥ ରୋଗମୁକ୍ତ ବିହନ ଆଳୁର ବ୍ୟବହାର କରିବା ଏକ ସଫଳ ଆଳୁ ଫସଲ ପାଇଁ ସବୁଠୁ ଅଧିକ ଗୁରୁତ୍ତ୍ଵପୂର୍ଣ୍ଣ ଅଟେ। ଗଛର ଭଲ ବୃଦ୍ଧି ପାଇଁ, ଡାଳ ପତ୍ର ବିକାଶ ପୂର୍ବରୁ ବାଳୁଙ୍ଗା ବାହାର କରିଦେବା ଉଚିତ। ପ୍ରତି ୧୫-୨୦ ଦିନ ଅନ୍ତରରେ କୋଡ଼ା ଖୁସା କରିବା ଦ୍ୱାରା ବାଳୁଙ୍ଗାର ବିକାଶ କମ୍ ହୋଇଥାଏ ଏବଂ ମାଟି ଫୁସୁଫୁସିଆ ହୋଇଥାଏ। ପୁଣି ଏଵଂ କ୍ଷାର ମାଟିକୁ ଛାଡ଼ି ପ୍ରାୟ ସବୁ ପ୍ରକାର ମାଟିରେ ଆଳୁ ଚାଷ କରାଯାଇପାରେ। ଦୋରସା ଏଵଂ ବାଲିଆ ଦୋରସା ମାଟି, ଭରପୁର ଜୈବିକ ପଦାର୍ଥ ଥିବା ଏବଂ ଭଲ ଜଳ ନିଷ୍କାସନ ତଥା ବାୟୁ ପ୍ରବାହ ହେଉଥିବା ମାଟି ଆଳୁ ଚାଷ ପାଇଁ ଉପଯୁକ୍ତ ଅଟେ। ଆଳୁ ଏକ ନାତିସିତୋଷ୍ଣ ଜଳବାୟୁ ଅଞ୍ଚଳର ଫସଲ କିନ୍ତୁ ଏହା ବିଭିନ୍ନ ପ୍ରକାର ଜଳବାୟୁରେ ଚାଷ କରାଯାଏ। ଯେଉଁଠାରେ ତାପମାତ୍ରା ମଧ୍ୟମ ଥଣ୍ଡା ଥାଏ କେବଳ ସେହି ଅଞ୍ଚଳରେ ଆଳୁ ଚାଷ ହୋଇଥାଏ।

ବର୍ଷାଦିନେ ଆଳୁ ଚାଷର ଉତ୍ପାଦନ ବୃଦ୍ଧି ପାଇଁ କୁଫ୍ରି ସୂର୍ଯ୍ୟ, କୁଫ୍ରୀ ଲାଲିମା, କୁଫ୍ରି ସିନ୍ଦୁରୀ, ଗୋଡ଼ି ଆଳୁ ଆଦି ଉନ୍ନତ କିସମ ଚାଷ କରାଯାଏ। ଏକର ପ୍ରତି ୨୫-୩୫ ମି.ମି ଆକାର ଓ ୧୫-୨୫ ଗ୍ରାମ ଓଜନର ୮-୧୦ କ୍ଵିଣ୍ଟାଲ ମଞ୍ଜି ଆଳୁ ଆବଶ୍ୟକ ହୋଇଥାଏ। ଆଳୁ ଚାଷ ପାଇଁ ସର୍ବଦା ପ୍ରମାଣିତ ବିହନ ବ୍ୟବହାର କରିବା ଉଚିତ୍। ବର୍ଷାଦିନିଆ ଆଳୁ ଚାଷ ପାଇଁ ଗଜା ହୋଇଥିବା ଛୋଟ ଗୋଟା ବିଶୋଧିତ ଆଳୁକୁ ବ୍ୟବହାର କରାଯାଇଥାଏ। ଆଳୁ ଲଗାଇବାର ୫-୭ ଘଣ୍ଟା ପୂର୍ବରୁ ୩-୪ ଗ୍ରାମ ଡିଥେନ୍ ଏମ ୪୫ କୁ ୧ ଲିଟର ପାଣିରେ ଗୋଳାଇ, ସେଥିରେ ମଞ୍ଜି ଆଳୁକୁ ୧୦-୨୦ ମିନିଟ୍ ବୁଡାଇ ଛାଇରେ ରଖନ୍ତୁ। ୧ କ୍ଵିଣ୍ଟାଲ ଆଳୁ ପାଇଁ ୨୦ ଲିଟର ଦ୍ରବଣ ଆବଶ୍ୟକ ହୋଇଥାଏ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×