ଦେଶୀ ବିହନ : ମାନ ଓ ଗୁଣରେ ସର୍ବୋତ୍ତମ

0

ଖାଦ୍ୟ ଖାଇବାର ପ୍ରାଥମିକତାକୁ ଯଦି ଲକ୍ଷ୍ୟ କରାଯାଏ ତେବେ କୃଷି ବିନା ଏ ଅସମ୍ଭବ ଏକଥାକୁ ଅସ୍ୱୀକାର କରାଯାଇପାରେ ନାର୍ହି । ଆମ ରାଜ୍ୟ ଓଡ଼ିଶା- ଯେଉଁଠାରେ ଚାଷ ଓ ଚାଷୀ ଶ୍ୟାମଳ ଭରା କ୍ଷେତରେ ସୁନା ଫଳେଇବାର ନିଶରେ ବର୍ଷତମାମ ମାତିଥାନ୍ତି । ଉତ୍ପାଦନକୁ ସର୍ବାଧିକ ଗୁରୁତ୍ୱ ଦେଇ ଚାଷୀ ମାନେ ଚାଷ କରି ନିଜର ଉତ୍ପାଦିତ ଫସଲକୁ ସଠିକ ଭାବରେ ବିକ୍ରୟ କରିବାକୁ ଶତ ଚେଷ୍ଟା କରନ୍ତି ସତ କିନ୍ତୁ ଏଥିରେ ବିଫଳ ହୁଅନ୍ତି । କିନ୍ତୁ ଏଇ କିଛି ବର୍ଷ ହେବ ଜଳବାୟୁ ପରିବର୍ତ୍ତନ କୃଷି କ୍ଷେତ୍ରରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଆପଣ ଭାବନ୍ତୁ , ଆମ ବାପା ଅଜା ଅମଳରେ ଖରା ଦନେ ଖରା , ବର୍ଷା ଦିନେ ବର୍ଷା ଆଉ ଶୀତ ଦିନେ ଶୀତ – ଏସବୁ ସଠିକ ଭାବରେ ଲୋକେ ଅନୁଭବ କରିପାରୁଥିଲେ । ଥରେ ଭାବନ୍ତୁ ନା ଆଜି ଆମେ ଆଷାଢ଼ର ଧାରା ଶ୍ରାବଣ ସମୟରେ ନିଦାଘର ତାପକୁ ଅନୁଭବ କରୁଛୁ । ଖରା ସମୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨-୪୪ଡ଼ିଗ୍ରୀ ଯାଏଁ ବି ଯାଉଛି । ଜଳବାୟୁ ପରିବର୍ତ୍ତନ କୃଷିକୁ ଏବେ ଏକ ଅବନତି ଦିଗରେ ଟାଣି ନେଲାଣି ।

nano urea

କିନ୍ତୁ ଏହାର ଭିତରେ ଦେଶୀ ବିହନକୁ ସଂରଣ କରି ରଖାଯାଉଥିଲା ବି ବର୍ତ୍ତମାନ ସମୟରେ ଏହି ତାପମାତ୍ରାରେ ପରିବର୍ତ୍ତନ ଯୋଗୁଁ ଏହି ଅମଳ ପ୍ରକ୍ରିିୟାରେ ବାଧା ଉପୁଜୁଛି । ସମୟ ଥିଲା ଲୋକେ ଏହି ଦେଶୀ ବିହନ ଉପରେ ନିର୍ଭରଶୀଳ ଥିଲା । ଦେଶୀ ବିହନ ଯୋଗୁଁ ଅମଳ ବି ଠିକ୍‌ଠାକ ହେଉଥିଲା ଏବଂ ଚାଷର ମାନ ବି ବଢୁଥିଲା । ଏବେ ମୋ÷ସୁମୀର ଅନିୟମିତତା ଯୋଗୁଁ ତଥା ଜଳବାୟୁର ଅତ୍ୟଧିକ ପରିବର୍ତ୍ତନ ଯୋଗୁଁ ତାପମାତ୍ରାରେ ତାରତମ୍ୟ ଦେଖାଯାଉଛି । ଏହା ଯୋଗୁଁ ସମାନ ପରିମାଣରେ ବର୍ଷା ହେଉନାହିଁ । ମାଟିର ଆଦ୍ରତା ଓ ଶୁଷ୍କତାରେ ନିୟନ୍ତ୍ରଣ ରହୁନାହିଁ । ଫଳରେ ଏବେ ଧାନ ଗଛରେ ପୋକ ଓ ରୋଗର ଅହେତୁକ ସମସ୍ୟା ଦେଖାଯାଉଛି । ଚାଷୀ ଏବେ ହାଇବ୍ରିଡ଼ ବିହନରେ ଚାଷ କଲେ ବି ଦେଶୀ ବିହନର ସ୍ୱାଦ ଢେ଼ର ଅଧିକା । କାରଣ ଦେଶୀ ବିହନର ଗୁଣ ସବୁବେଳେ ନିଆରା ।

Leave A Reply

Your email address will not be published.

eleven − 1 =