“ଗ୍ରାମ ବିକଶିତ ହେଲେ ହିଁ ଭାରତ ବିକଶିତ ହେବ” – ପ୍ରଧାନମନ୍ତ୍ରୀ


“ଉତ୍ସର୍ଗ କଲେ ୧.୨୫ ଲକ୍ଷ ପିଏମ କିଶାନ ସମୃଦ୍ଧି କେନ୍ଦ୍ର”

“ପିଏମ କିଶାନ ଅଧିନରେ ୧୭ ହଜାର କୋଟି ଟଙ୍କାର ଚତୁର୍ଦଶ କିସ୍ତି ଜାରି କଲେ”

“ଗ୍ରାମ ବିକଶିତ ହେଲେ ହିଁ ଭାରତ ବିକଶିତ ହେବ”

ଚାଷୀମାନଙ୍କୁ ସୁବିଧା ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ୧.୨୫ ଲକ୍ଷରୁ ଅଧିକ ପିଏମ କିଶାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେଏସ)କୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ଚାଷୀମାନଙ୍କ ସମସ୍ତ ଆବଶ୍ୟକତାକୁ ଏହି କେନ୍ଦ୍ର ଏକାଥରକେ ପୂରଣ କରିବ । କୃଷିର ଆବଶ୍ୟକତା (ସାର, ବିହନ ଓ ଚାଷ ଉପକରଣ) ଠାରୁ ଆରମ୍ଭ କରି ମୃତ୍ତିକା, ବିହନ ଓ ସାର ପରୀକ୍ଷା ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିବ । ମଣ୍ଡଳ ଓ ଜିଲ୍ଲା ସ୍ତରରେ ଥିବା ଖୁଚୁରା ଦୋକାନଗୁଡ଼ିକର ନିୟମିତ ସାମର୍ଥ୍ୟ ବିକାଶର ମଧ୍ୟ ଏହା ଧ୍ୟାନ ଦେବ ।

ପ୍ରଧାନମନ୍ତ୍ରୀ ଗନ୍ଧକ ପ୍ରଲେପଯୁକ୍ତ ୟୁରିଆ ଗୋଲ୍ଡର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହା ମାଟିର ଗନ୍ଧକ ଗୁଣ ଅଭାବ ଦୂର କରିବ । ଏହି ନବୋନ୍ମେଷ ସାର ନିମ ପ୍ରଲେପଯୁକ୍ତ ୟୁରିଆ ଠାରୁ ଆର୍ଥିକ ଦୃଷ୍ଟିରୁ କମ୍ ବ୍ୟୟସାପେକ୍ଷ ଓ ପ୍ରଭାବୀ । ଏହା ଗଛରେ ଯବକ୍ଷାରଯାନ ସାମର୍ଥ୍ୟ ବୃଦ୍ଧି କରିବା ସହ ସାର ବ୍ୟବହାର ହ୍ରାସ କରି ଶସ୍ୟର ଗୁଣାତ୍ମକ ବିକାଶ ଘଟାଇବ ।

କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ୧୬୦୦ (ଏଫପିଓ) କୃଷକ ଉତ୍ପାଦକ ସଂଘକୁ (ଓଏନଡିସି) ଓପନ ନେଟୱର୍କ ଫର ଡିଜିଟାଲ କମର୍ସ ସହ ସାମିଲ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଇଛନ୍ତି । ଏଥିପାଇଁ ଏଫପିଓ ଗୁଡ଼ିକ ସଶକ୍ତ ହେବା ସହ ସିଧାସଳଖ ଡିଜିଟାଲ ମାର୍କେଟିଂ, ଅନଲାଇନ ପେମେଣ୍ଟ ବିଟୁବି ଓ ବ୍ୟବସାୟରୁ ଖାଉଟି ସହ ଦେଣନେଣରେ ସାମିଲ ହୋଇପାରିବେ ।

ପ୍ରଧାନମନ୍ତ୍ରୀଙ୍କ କୃଷକ କଲ୍ୟାଣ ପ୍ରତି ଅଙ୍ଗୀକାରବଦ୍ଧତା ନିଦର୍ଶନ ସ୍ୱରୂପ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି (ପିଏମ-କିଶାନ) ଜରିଆରେ ସେ ୧୭ ହଜାର କୋଟି ଟଙ୍କାର ଚତୁର୍ଦଶ କିସ୍ତି ଜାରି କରିଛନ୍ତି । ଏହା ୮.୫ କୋଟି ହିତାଧିକାରୀଙ୍କୁ ପ୍ରତ୍ୟକ୍ଷ ପୁଞ୍ଜି ହସ୍ତାନ୍ତର କରିବ ।

ସୋ÷ : ପି.ଆଇ.ବି

Spread the love

Leave a Comment

Your email address will not be published. Required fields are marked *

Scroll to Top
×