ବଢ଼ିଲା ଧାନ,ସୂର୍ଯ୍ୟମୁଖୀ ଓ କପାର ସର୍ବନିମ୍ନ ସହାୟକ ମୂଲ୍ୟ

0

କୃଷି ଓ କୃଷକର ବିକାଶ ଦିଗରେ ସର୍ବନିମ୍ନ ସହାୟକ ମୂଲ୍ୟ ଏକ ବିରାଟ ଭୂମିକା ଗ୍ରହଣ କରେ । କାରଣ ଏହା ଦ୍ୱାରା ଚାଷୀ ନିଜ ଉତ୍ପାଦିତ ମୂଲ୍ୟର ସଠିକ ପରିମାଣ ପାଇଥାଏ । ତେବେ ଚଳିତ ବର୍ଷର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ କେନ୍ଦ୍ର ସରକାରଙ୍କ ମୋହର ବାଜିଛି । ପୂର୍ବ ବର୍ଷର ଏମ.ଏସ.ପି କୁ ଲକ୍ଷ୍ୟ କଲେ ଚଳିତ ବର୍ଷ ଧାନ କୁଇଣ୍ଟାଲ ପିଛା ୧୪୩ ଟଙ୍କା ବଢ଼ିଥିବା ବେଳେ ସୂର୍ଯ୍ୟମୁଖୀ କୁଇଣ୍ଟାଲ ପିଛା ୩୬୦ ଟଙ୍କା, ମଧ୍ୟମ ଧରଣର କପା ଉପରେ କୁଇଣ୍ଟାଲ ପିଛା ୫୪୦ ଟଙ୍କା ଓ ଲଙ୍ଗ୍‌ କଟନ ବା କପା ଉପରେ ୬୪୦ ଟଙ୍କା ବୃଦ୍ଧି ପାଇଛି । ତେବେ ଗତ ବୁଧବାର କେନ୍ଦୟ କ୍ୟାବିନେଟରେ ବସିଥିବା ବୈଠକରେ ଏହା ମଂଜୁର ହୋଇଛି । ୨୦୨୧-୨୨ରେ ଧାନର ସର୍ବନିନ ସହାୟକ ମୂଲ୍ୟ ୨୦୪୦ ଟଙ୍କା ଥିଲା । ଏହା ଏବେ ବୃଦ୍ଧି ପାଇ ୨୧୮୩ ଟଙ୍କାରେ ପଂହଚିଛି ।

Leave A Reply

Your email address will not be published.

four × three =