ଅଳସୀର ଅନେକ ଉନ୍ନତ କିସମ ରହିଛି, ଯଥା ପଦ୍ମା, ସାହେଦ୍ରୀ, ଜବାହର ନାଇଜର ସିଲେକ୍ସନ-୨୮ ଇତ୍ୟାଦି। ଏହି ବିହନକୁ ବିଶୋଧନ କରିବା ପାଇଁ ୧ କିଲୋଗ୍ରାମ ବିହନକୁ ୨ ଗ୍ରାମ କାରବେଣ୍ଡାଜିମ୍ କିମ୍ବା ୨ ଗ୍ରାମ କାର୍ବୋକସୀନ ଏବଂ ଥିରାମ୍ ର ମିଳିତ ଫିମ୍ପିନାଶକ ସହ ଗୋଳାଇ ଦିଆଯାଇଥାଏ। ଏହି ବିହନ ବୁଣିବାର ଏକ ପ୍ରକୃତ ସମୟ ମଧ୍ୟ ଥାଏ। ଅଳସୀ ବୁଣିବାର ସଠିକ୍ ସମୟ ହେଉଛି ଜୁଲାଇ ମଧ୍ୟଭାଗରୁ ଅଗଷ୍ଟ ମଧ୍ୟଭାଗ। ଏକର ପିଛା ୪ କି.ଗ୍ରା. ଅଳସୀ ବିହନକୁ ଧାଡ଼ିରେ ୨୫ ରୁ ୩୦ ସେ.ମି. ବ୍ୟବଧାନରେ ଓ ୨ ରୁ ୩ ସେ.ମି ଗଭୀରରେ ବୁଣାଯାଇଥାଏ। ଅମଳ ବୃଦ୍ଧି ସୁନିଶ୍ଚିତ କରିବାପାଇଁ ଅଳସୀ ଫସଲର ଉନ୍ନତ କିସମ, ବୁଣିବାର ସମୟ ଏବଂ ବିହନ ବିଶୋଧନ ସଠିକ୍ ଭାବେ ହେବା ଆବଶ୍ୟକ।
ଅଳସୀ ଖାଇବା ତୈଳ ଓ ସାବୁନ ତିଆରି କରିବା ପାଇଁ ବ୍ୟବହାର ହୁଏ। ଅଳସୀ ମଞ୍ଜିରେ ୨୦% ପୁଷ୍ଟିସାର ଓ ୩୦.୫% ତୈଳ ରହିଛି। ଅଳସୀ ପିଡିଆ ଫସଲରେ ଦିଆଯାଏ। ଏହାକୁ ଗୋ ଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଏ। ଅଳସୀ ବୀଜରେ ଲିନୋଲିକ୍ ଅମ୍ଳ ଥିବାରୁ ଏହା ଅର୍ଦ୍ଧ ଶୁଷ୍କ ଅଭିକର୍ତ୍ତା ରୂପେ ରଙ୍ଗ ଏବଂ ବାର୍ନିସରେ ବ୍ୟବହୃତ ହୁଏ। ସାଧାରଣତଃ ଅଳସୀ ତେଲ ଅମଳପାଇଁ ଚାଷ କରାଯାଏ। ଏହି ତେଲ ଖାଇବା ଓ ଲଗାଇବା ସାବୁନ ଇତ୍ୟାଦିରେ ବ୍ୟବହାର ହୁଏ। ଏହା ଗ୍ରୀଷ୍ମ ମଣ୍ଡଳ, ଉପଗ୍ରୀଷ୍ମମଣ୍ଡଳ ଓ ଶୀତୋଷ୍ଣ ଜଳବାୟୁରେ ଅଳସୀ ଚାଷ କରାଯାଏ। ଓଡିଶାର କେନ୍ଦୁଝର, ସୁନ୍ଦରଗଡ, ଗଞ୍ଜାମ, କୋରାପୁଟ, ଫୁଲବାଣୀ ଓ ମୟୁରଭଞ୍ଜ ଜିଲ୍ଲାରେ ଅଳସୀ ଚାଷ ହୁଏ।
ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ