ଇଫକୋ ଦ୍ଵାରା ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଶୁଭାରମ୍ଭ

ଇଫକୋ ଭ୍ରାମ୍ୟମାଣ ପରୀକ୍ଷାଗାର ଶୁଭାରମ୍ଭ କରାଯାଇଛି। କୃଷି ଓ କୃଷକର ଉନ୍ନତି ପାଇଁ ଇଫକୋ ଅନବରତ ଉଦ୍ୟମ ଜାରିରଖିଛି। କମ ଖର୍ଚ୍ଚରେ କିପରି ଆଧୁନିକ ଜ୍ଞାନକୌଶଳରେ କୃଷି କାର୍ଯ୍ୟ କରିହେବ, ସେ ବିଷୟରେ ଇଫକୋ ବିଭିନ୍ନ ଉପାୟରେ ଚଷିଭାଇମାନଙ୍କୁ ସଚେତନ କରିଆସୁଅଛି। ଇଫକୋ ଗ୍ରାମାଞ୍ଚଳର ଚାଷୀମାନଙ୍କ ପାଖକୁ ଯାଇ ନୂତନ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଶୁଭାରମ୍ଭ କରିଛନ୍ତି। ଇଫକୋ ତରଫରୁ ସମ୍ମାନୀୟ ଅତିଥିମାନଙ୍କୁ ପରୀକ୍ଷାଗାରରେ ମୃତ୍ତିକା ପରୀକ୍ଷାର ବିଭିନ୍ନ ପଦ୍ଧତି ବିଷୟରେ ଅବଗତ କରାଯାଇଛି।

ଓଡ଼ିଶାର ଚାଷୀମାନଙ୍କ ପାଇଁ କରାଯାଇଥିବା ଏହି ଇଫକୋର ପ୍ରୟାସକୁ ଉପସ୍ଥିତ ଅତିଥିମାନେ ଉତ୍ସାହିତ କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତି। ଇଫକୋର ଏହି କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀମାନେ କହିଛନ୍ତି ଏହି ଭ୍ରାମ୍ୟମାଣ ପରୀକ୍ଷାଗାର ଦ୍ଵାରା ଚାଷୀମାନେ ସହଜରେ ଉପକୃତ ହେଇପାରିବେ। କୃଷକମାନେ ମୃତ୍ତିକା ପରୀକ୍ଷା କରିବା ପାଇଁ ପରୀକ୍ଷାଗାରକୁ ଯିବା ପାଇଁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିବ ନାହିଁ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×