ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହେତୁ ରାଜ୍ୟ ସରକାର କୃଷି ଉପରେ ଅଧିକ ଗୁରୁତ୍ବ ଦେଇଆସୁଛନ୍ତି। ବିଭିନ୍ନ ଆର୍ଥିକ ସହାୟତା, ଉନ୍ନତ କୃଷି ପ୍ରଣାଳୀ ଏବଂ ଉନ୍ନତ କୃଷି ଯନ୍ତ୍ରପାତି ଯୋଗାଇ ରାଜ୍ୟ ସରକାର ଚାଷୀଙ୍କୁ ସଶକ୍ତ କରୁଛନ୍ତି, ଯାହାଦ୍ବାରା ରାଜ୍ୟକୁ କୃଷି କ୍ଷେତ୍ରରେ ଆହୁରି ଅଗ୍ରସର କରିହେବ। ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ସରକାରଙ୍କ ଦ୍ଵାରା ବ୍ୟବସ୍ଥା କରାଯିବାର ଲକ୍ଷ୍ୟ ରହିଛି। ତେଣୁ ଅତି ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ଶୀତଳ ଭଣ୍ଡାର ନିର୍ମାଣ ହେବାର ନିଷ୍ପତ୍ତି ନିଆଯାଇଛି।
ଶୀତଳ ଭଣ୍ଡାର ନିର୍ମାଣ ନେଇ ଚଳିତ ଆର୍ଥିକ ବର୍ଷରୁ ୨୦୨୯ ରୁ ୩୦ ମଧ୍ୟରେ ୨୫୨ କୋଟି ଟଙ୍କା ବିନିଯୋଗ କରାଯିବା ନେଇ ଆକଳନ କରାଯାଇଛି। ମାନ୍ୟବର ସରକାରଙ୍କ ଏହି ନିଷ୍ପତ୍ତି ଦ୍ଵାରା ରାଜ୍ୟରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଉତ୍ତମ ସଂରକ୍ଷଣ ହେବା ସହ ଚାଷୀମାନେ ସଶକ୍ତ ହୋଇପାରିବେ ବୋଲି ଆଶା କରାଯାଉଛି। ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବା ହେତୁ ଅନେକ କୃଷିଜାତ ଦ୍ରବ୍ୟ ବର୍ଷକୁ ବର୍ଷ ନଷ୍ଟ ହେବାରେ ଲାଗିଛି। ଏପରିକି ରାଜ୍ୟରେ ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ହେତୁ ଦ୍ରବ୍ୟ ମଧ୍ୟ ନଷ୍ଟ ହେଉଛି। ଶୀତଳ ଭଣ୍ଡାର ନିର୍ମାଣ ହେବା ଦ୍ଵାରା ଏସବୁ ଅସୁବିଧାକୁ ରୋକା ଯାଇପାରିବ ବୋଲି ସ୍ପଷ୍ଟ କରାଯାଇଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ