ମୁଖ୍ୟମନ୍ତ୍ରୀଙ୍କ ସମବାୟ ବିଭାଗ ସମୀକ୍ଷା

ଓଡ଼ିଶା ଏକ କୃଷି ଭିତ୍ତିକ ରାଜ୍ୟ ଯାହା ଚାଷ ଆଉ ଚାଷୀର କଥା କହେ। ଚାଷୀଙ୍କ ଫସଲ ବୀମା ପ୍ରିମିୟମ ଅର୍ଥ ଏଣିକି ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରାଯାଇଛି। ଏ ବିଷୟରେ ଖୋଦ୍ ନିଜେ କହିଛନ୍ତି ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମବାୟ ବିଭାଗର ସମୀକ୍ଷା କରିଛନ୍ତି । ରାଜ୍ୟରେ ଫସଲବୀମା ପରିସରକୁ ଅଧିକ ସଂଖ୍ୟକ ଚାଷୀଙ୍କୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଏଥିପାଇଁ ଚଳିତ ବର୍ଷ ଠାରୁ ଚାଷୀମାନଙ୍କର ବୀମା ଅର୍ଥ ସରକାର ବହନ କରିବେ ।ବର୍ତ୍ତମାନ ରାଜ୍ୟରେ ୧୦ ରୁ ୧୨ ଲକ୍ଷ ଚାଷୀ ଫସଲ ବୀମାରେ ଅର୍ନ୍ତଭୁକ୍ତ ହେଉଛନ୍ତି । ଅନେକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବୀମା ଅର୍ଥ ଦେବାକୁ ସମର୍ଥ ହେଉନାହାନ୍ତି । ସେମାନେ ଚାହିଁଲେ ମଧ୍ୟ ଏହା ପରିସରକୁ ଆସିପାରୁ ନାହାନ୍ତି । ତେଣୁ ତାହାକୁ ବିଚାର କରି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ବର୍ତ୍ତମାନ ଫସଲ ବୀମାରେ ଯେକୌଣସି ଚାଷୀ ନିଜକୁ ପଞ୍ଜିକୃତ କରିପାରିବେ । ତେଣୁ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ଫଳରେ ଅଧିକରୁ ଅଧିକ ଚାଷୀ ଏବେ ଫସଲବୀମା କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ଚାଷୀମାନଙ୍କୁ ଫସଲବୀମା ଅର୍ଥ ପ୍ରଦାନ ନେଇ ପୂର୍ବରୁ ଯେଉଁ ସମସ୍ୟା ରହିଥିଲା ତାହା ଆଉ ରହିବ ନାହିଁ । କାରଣ ଫସଲ କ୍ଷତି ଆକଳନ ପାଇଁ ଏବେ ସାଟେଲାଇଟ ଜ୍ଞାନକୌଶଳ ଉପଯୋଗ କରାଯାଉଛି । ଆସନ୍ତାବର୍ଷ ଏହା ଜରିଆରେ ୪୦% ଫସଲ କ୍ଷତି ଆକଳନ କରାଯିବାର ଥିବାବେଳେ ଏହା ପର ବର୍ଷ ୫୦% କରାଯିବ ବୋଲି କୁହାଯାଇଛି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×