ମିଶନ ଶକ୍ତି ମାଆଙ୍କ ସ୍ବପ୍ନ ସାକାର କଲେ ମୁଖ୍ୟମନ୍ତ୍ରୀ

ମିଶନ ଶକ୍ତି ମାଆଙ୍କ ମନରେ ଥିବା ସ୍ବପ୍ନକୁ ସାକାର କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲିଠାରୁ ତିନି ଦିନିଆ ଦୁବାଇ ଗସ୍ତରେ ରାଜ୍ୟର ୧୧ ଜିଲ୍ଲାର ୩୫ ଜଣ ମାଆ ଯାତ୍ରା କରିବାକୁ ଯାଉଛନ୍ତି। ଏକ୍ସପୋଜର ଭିଯିଟରେ ମାଆମାନେ ବିଦେଶ ଗସ୍ତରେ ଯାଉଥିବା ବେଳେ ହାଣ୍ଡିଶାଳରୁ ବାହାରି ସେମାନଙ୍କ ବିଦେଶ ଗସ୍ତ ସ୍ବପ୍ନ ପୂରଣ ହେବାକୁ ଯାଉଛି। ଏହିକ୍ରମରେ ଦୁବାଇ ଗସ୍ତରେ ଯିବାକୁ ଥିବା ମାଆମାନେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ‘୫- ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିଛନ୍ତି।

ସୂଚନା ଅନୁଯାୟୀ ୧୧ଜିଲ୍ଲା ଭିତରେ ଗଞ୍ଜାମ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୂଆପଡା, ପୁରୀ, ସୋନପୁର ଓ ସୁନ୍ଦରଗଡ଼ ମାଆ ରହିଛନ୍ତି। ଏହି ଗସ୍ତ ଅବସରରେ ସେମାନେ ଦୁବାଇର ଏକାଧିକ ବ୍ୟବସାୟୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାର ଧାନ, ଚାଉଳ, ମାଣ୍ଡିଆ, ହସ୍ତଶିଳ୍ପ ଭଳି ସାମଗ୍ରୀ କିଭଳି ବିଦେଶରେ କିପରି ଆଦୃତି ଲାଭ କରିବ, ସେନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ମାଆମାନେ ଦୁବାଇର ବିଭିନ୍ନ ଜାଗା ବୁଲି ଦେଖିବେ। ସୂଚନାଯୋଗ୍ୟ ଯେ ଏସ୍ଏଚଜିର ମାଆମାନେ କିପରି ଏସଏମଇ ଗଠନ କରିବେ, ସେନେଇ ମୁଖ୍ୟମନ୍ତ୍ରୀ ବ୍ୟାପକ ସୁଯୋଗ ସୃଷ୍ଟି କରିଛନ୍ତି। ମିଶନ ଶକ୍ତି ମାଆଙ୍କ ଦୁବାଇ ଗସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି।

– ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×