ମା ମାନେ ହେଉଛନ୍ତି ଟିମ୍ ୱାର୍କର ମଡେଲ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ପୌରାଞ୍ଚଳରେ ‘ଆମ ପୋଖରୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ସହରାଞ୍ଚଳ ଗୁଡିକରେ ଥିବା ଅବ୍ୟବହୃତ କିମ୍ବା ପୋତିହୋଇ ଯାଇଥିବା ଜଳାଶୟ ଗୁଡିକର ପୁନରୁଦ୍ଧାର କରାଯାଇ ଏହାକୁ ସ୍ୱଚ୍ଛ ଓ ନିର୍ମଳ କରାଯି। ଏଥି ସହିତ ଏହାର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ କରାଯିବ। ୧୧୫ଟି ପୌରାଞ୍ଚଳର ୨୦୦୦ଟି ବୃହତ ଜଳାଶୟର ନବୀକରଣ କରାଯିବ। ମିଶନ ଶକ୍ତିର ମହିଳା ଓ କଲେଜରୁ ପାସ୍ କରିଥିବା ଶିକ୍ଷିତ ଯୁବକ ଯୁବତୀମାନେ ସହଭାଗିତାରେ ଏହା କରାଯିବ। ପ୍ରାକୃତିକ ଉପାୟରେ କମ୍ ଖର୍ଚ୍ଚରେ ଉନ୍ନତ ପରିବେଶ ସୃଷ୍ଟି କରାଯିବ। ଲୋକସେବା ଭବନର କନ୍‌ଭେନ୍‌ସନ୍ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ମା’ମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ।

nano urea

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମା’ମାନେ ହେଉଛନ୍ତି ଟିମ ୱାର୍କର ମଡେଲ। ଗାଁ ସହର ସବୁଆଡେ ଭଲ କାମ କରୁଛନ୍ତି। ସେମାନଙ୍କ ସଫଳତା ପାଇଁ ‘ମୁଁ ଗର୍ବିତ’ ବୋଲି ସେ କହିଥିଲେ। ମୁକ୍ତା ଯୋଜନାରେ, ଜଳସାଥୀ ଭାବରେ ମିଶନ ଶକ୍ତିର ମା’ମାନେ ଭଲ କାମ କରୁଛନ୍ତି ବୋଲି ମତ ଦେଇ ଆମ ପୋଖରୀ କାର୍ଯ୍ୟକ୍ରମକୁ ମଧ୍ୟ ଭଲ ଭାବରେ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ସାମାଜିକ ଓ ସାଂସ୍କୃତିକ ଜୀବନରେ ପୋଖରୀ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ସହିତ ସ୍ୱାସ୍ଥ୍ୟ ଓ ଅର୍ଥନୀତି ସହିତ ମଧ୍ୟ ସଂପର୍କ ରହିଛି।

source- Information and public relations Department, GoO

Leave A Reply

Your email address will not be published.

seventeen − thirteen =