ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ହରେକୃଷ୍ଣ ପ୍ରଧାନ

ମଣିଷକୁ ଚତୁଃପାର୍ଶ୍ୱରୁ ଘେରି ରହି ତାର ଜୀବନ ତ‌ଥା କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଥିବା ପରିବୃତ୍ତିକୁ ପରିବେଶ କୁହାଯାଏ। ସାଧାରଣତଃ ମଣିଷକୁ ସୁସ୍ଥ ଜୀବନ ଯାପନ କରିବା ପାଇଁ ପରିବେଶ ସୁରକ୍ଷା କରିବା ନିତାନ୍ତ ଜରୁରୀ। ଆଜିକାଲି ପରିବେଶ ଉପରେ ବହୁ ମାତ୍ରାରେ ପ୍ରାକୃତିକ ଏବଂ କୃତ୍ରିମ କୁପ୍ରଭାବ ପଡୁଛି ଯାହାକି ଏହାର ପ୍ରତିକ୍ରିୟା ସାଧାରଣ ଲୋକଙ୍କୁ ସହିବାକୁ ପଡୁଛି। ତେଣୁ ପରିବେଶ ସୁରକ୍ଷା ପାଇଁ ବହୁ ଲୋକଙ୍କ ଅବଦାନ ମଧ୍ୟ ରହିଛି। ଏହି ଧାରାରେ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହରେକୃଷ୍ଣ ପ୍ରଧାନଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାରରେ ପୁରସ୍କୃତ କରାଯାଇଛି।

ପରିବେଶ ସୁରକ୍ଷା, ଚାରା ବଣ୍ଟନ ଏବଂ ବୃକ୍ଷ ରୋପଣ ଭଳି କାର୍ଯ୍ୟ କରି ସେ ସମ୍ମାନିତ ହୋଇପାରିଛନ୍ତି। ଗତ ୨୦୧୯ ମସିହାରୁ ୨୦୨୫ ମଧ୍ୟରେ ସେ ସମୁଦାୟ ୧୦ ହଜାରରୁ ଅଧିକ ଚାରା ବଣ୍ଟନ ଓ ରୋପଣ କରାଇବା ପାଇଁ ସେ ପୁରସ୍କୃତ ହୋଇପାରିଛନ୍ତି। ହରେକୃଷ୍ଣ ପ୍ରଧାନ ନିଜେ କଲେଜ ଛାତ୍ର ସମୟରୁ ସେବାମୂଳକ କାର୍ଯ୍ୟ କରିଆସୁଛନ୍ତି। ସେ ତାଡ଼ଦା ପଞ୍ଚାୟତ ପାଣିଶୁଲିଆ ଗ୍ରାମର ଶିକ୍ଷକ ସ୍ବର୍ଗତ ସଦାଶିବ ପ୍ରଧାନ ଓ ବନଲତା ପ୍ରଧାନଙ୍କ ପୁଅ। ସେ ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିବା ସମୟରୁ ସେ ନିଜ ସେବାକାର୍ଯ୍ୟ ପାଇଁ ଲୋକଙ୍କ ପ୍ରିୟ ହୋଇପାରିଥିଲେ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×