ମାଟିର ଉର୍ବରତ ବୃଦ୍ଧି ଓ ରୋଗପୋକ ସମସ୍ୟା ଦୂର କରୁଛି ସବୁଜ ସାର ‘ ଧଣିଚା ‘

ଚାଷୀମାନେ ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରିବା ଦ୍ୱାରା ମାଟିର ଉର୍ବରତା ହ୍ରାସ ହେବା ସହ ଅମଳ ଉତ୍ପାଦନ ମଧ୍ୟ ହ୍ରାସ ପାଉଛି, ଏଥିପାଇଁ ଚାଷୀମାନେ ଚିନ୍ତିତ ରହୁଛନ୍ତି। ଏହା ଚାଷ ଓ ଚାଷୀଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି। ସଠିକ୍ ଭାବେ ରୋଗାପୋକ ନିୟନ୍ତ୍ରଣ ନହେବାରୁ ଅନେକ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି। ଏବେ ଏହି ସମସ୍ୟାର ସମାଧାନ ତଥା ମାଟିର ଉର୍ବରତା ବୃଦ୍ଧି କରିବା ଓ ରୋଗପୋକ ନିୟନ୍ତ୍ରଣ କରିବା ପାଇଁ ରାସାୟନିକ ସାରା ଏବଂ କୀଟନାଶକ ବଦଳରେ ସବୁଜ ସାର ଭାବେ ଧଣିଚା ଚାଷକୁ ଗୁରୁତ୍ଵ ଦିଆଯାଉଛି, ଫଳରେ ଅମଳ ମଧ୍ୟ ବୃଦ୍ଧି ହୋଇପାରିବ। ଏଥିସହ ଚାଷୀଙ୍କ ସାର ଓ କୀଟନାଶକ ପ୍ରତି ହେଉଥିବା ଖର୍ଚ୍ଚ ମଧ୍ୟ କମ୍ ହୋଇଯିବ।

ରବି ଫସଲ ପରେ ଖରିଫ ଫସଲର ଆରମ୍ଭ ପୂର୍ବରୁ ଧଣିଚା ଚାଷ କରାଯାଇଥାଏ। ଏହାଦ୍ବାରା ଖରିଫ ଋତୁରେ ହେଉଥିବା ଧାନ ଚାଷ ପାଇ ଏହା ସବୁଜ ସାର ଯୋଗାଇଥାଏ, ଯାହା ଚାଷୀଙ୍କୁ ସାହାଯ୍ୟ କରିଥାଏ। ଏହାର ଲାଭ ପାଇବା ପରେ ଅନେକ ଚାଷୀ ଧାନ ଚାଷ ପୂର୍ବରୁ ଧଣିଚା ଚାଷ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ଚାଷୀମାନଙ୍କୁ ଧଣିଚା ଚାଷ ପାଇଁ ବିହନ ଯୋଗାଇଦେବା ସହ ହେକ୍ଟର ପିଛା ୧ ହଜାର ଟଙ୍କା ଚାଷ ଖର୍ଚ୍ଚ ମଧ୍ୟ ଦିଆଯାଉଛି। ଖରିଫ ଋତୁରେ ଧାନ ଚାଷ କରିବା ପାଇଁ ମାଟି କାଦୁଆ କରିବା ସମୟରେ ଏହା ମାଟିରେ ମିଶିଯାଏ ଯାହାକି ମାଟିର ଉର୍ବରତା ବୃଦ୍ଧି କରିବା ସହ ସବୁଜ ସାର ଯୋଗାଇବାରେ ସାହାଯ୍ୟ କରେ। ଧଣିଚା ଚାଷ ହୋଇଥିବା ଜମିରେ ୨୫ ପ୍ରତିଶତ ରାସାୟନିକ ସାରା ଓ କୀଟନାଶକ ଖର୍ଚ୍ଚ କମ୍ ହୋଇଥାଏ। ଏହାଦ୍ବାରା ରୋଗପୋକ ଜନିତ ସମସ୍ୟା ଦୂର ହୋଇଥାଏ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×