ସର୍ବଭାରତୀୟ ମତ୍ସ୍ୟ ସମ୍ମିଳନୀ -୨୦୨୩ ଉଦଘାଟିତ

ବିଶ୍ଵ ମତ୍ସ୍ୟ ଦିବସ ସମ୍ମିଳନୀ ଇଣ୍ଡିଆ – ୨୦୨୩ ପ୍ରତିବର୍ଷ ନଭେମ୍ବର ୨୧ ରେ ମତ୍ସ୍ୟ ଦିବସ ପାଳନ କରାଯାଏ । ଆଜିର ଏହି ଅବସରରେ ଆଜି ଭାରତର ପ୍ରଥମ ସର୍ବଭାରତୀୟ ମତ୍ସ୍ୟ ସମ୍ମିଳନୀ -୨୦୨୩ ପାଳନ ହୋଇଛି । ଏହା ନଭେମ୍ବର ୨୧ ଓ ୨୨ ଦୁଇଦିନ ଧରି ହେବାର ଯୋଜନା କରାଯାଇଥିଲା । ତେଣୁ ଆଜି ଅହମ୍ମଦାବାଦର ସାଇନ୍ସ ସିଟିରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ଉପସ୍ଥିତିରେ ଏହା ପାଳନ ହୋଇଛି । ଉଦ୍‌ଘାଟନୀ ଅଧିବେଶନରେ ରାଜ୍ୟ ମତ୍ସ୍ୟ ମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ଏବଂ ଡ. ସଞ୍ଜୀବ କୁମାର ବାଲିଆନ୍ ଏବଂ ପ୍ରାୟ ୧୦ ଟି ଦେଶର ଉଚ୍ଚ ସ୍ତରୀୟ ପ୍ରତିନିଧୀ, ଆନ୍ତର୍ଜାତୀୟ ସଂଗଠନ, ମତ୍ସ୍ୟ ସଙ୍ଗଠନର ପ୍ରତିନିଧୀମାନେ ଉପସ୍ଥିତ ଥିଲେ।

ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ‘ମତ୍ସ୍ୟଜୀବୀ ଏବଂ ଜଳଚର ସମ୍ପଦ ଉତ୍ସବ ପାଳନ’। ଏକ ସ୍ଥାୟୀ ମତ୍ସ୍ୟ କ୍ଷେତ୍ର ପାଇଁ ସମସ୍ତ ହିତାଧିକାରୀଙ୍କୁ ଏକାଠି କରିବା ପାଇଁ ବିଶ୍ୱ ମତ୍ସ୍ୟ ଦିବସ ଅବସରରେ ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ଦ୍ୱାରା ଏହି ସମ୍ମିଳନୀ ଆୟୋଜନ କରାଯାଇଛି |ଏହି ସମାବେଶକୁ ସମ୍ବୋଧିତ କରି ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ କହିଛନ୍ତି ଯେ ଦେଶରେ ସର୍ବାଧିକ ଉପକୂଳବର୍ତ୍ତୀ ଗୁଜୁରାଟ ମାଛ ଉତ୍ପାଦନରେ ଅଗ୍ରଣୀ ରାଜ୍ୟ ଅଟେ। ଘୋଲ ( Ghol ) ମାଛକୁ ଗୁଜୁରାଟର ରାଜ୍ୟ ମାଛ ଭାବରେ ଘୋଷଣା କରାଯାଇଛି ।

ଦେଶର ମତ୍ସ୍ୟ ଉତ୍ପାଦନ ରପ୍ତାନିରେ ୧୭ ପ୍ରତିଶତ ଅଂଶ ସମ୍ପଦ ରହିଛି। ଆହୁରି ମଧ୍ଯ କହିଛନ୍ତି ଯେ ଅମୃତ କାଳ ସମୟରେ ପ୍ରଧାନମନ୍ତ୍ରୀଙ୍କ ଆତ୍ମ ନିର୍ଭରଶୀଳ ଭାରତର ଦୃଷ୍ଟିକୋଣ ହାସଲ କରିବାରେ ଉପକୂଳ କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିବ। ଆଜିର ସମାରୋହରେ ଅରୁଣାଚଳ ପ୍ରଦେଶ, ହରିୟାଣା, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ମେଘାଳୟ, ନାଗାଲାଣ୍ଡ, ତ୍ରିପୁରା, ଗୋଆ ଏବଂ ଆନ୍ଧ୍ରପ୍ରଦେଶ ସମେତ ବିଭିନ୍ନ ରାଜ୍ୟ ତଥା ୟୁଟିର ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ପରେ କେନ୍ଦ୍ର ମନ୍ତ୍ରୀ ପରଶୋଟମ ରୁପାଲା ମଧ୍ୟ ଫ୍ରାନ୍ସ, ନରୱେ, ଅଷ୍ଟ୍ରେଲିଆ, ରୁଷିଆ ଏବଂ ଆନ୍ତର୍ଜାତୀୟ ସଂଗଠନ ଯଥା ଖାଦ୍ୟ ଏବଂ କୃଷି ସଂଗଠନ ସହିତ ବିଭିନ୍ନ ଆନ୍ତର୍ଜାତୀୟ ରାଉଣ୍ଡ ଟେବୁଲରେ ଅଂଶଗ୍ରହଣ କରିବେ ବୋଲି ଜଣାଇଛନ୍ତି ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×