ଚାଷ ପାଇଁ ସଠିକ୍ ମାଛ ପ୍ରଜାତିର ଚୟନ: ଲାଭ ବଢ଼େଇବାର ଗୁରୁତ୍ୱପୂର୍ଣ୍ଣ ମାର୍ଗ

ମାଛଚାଷ ଏକ ଲାଭଜନକ ବ୍ୟବସାୟ। ପାଖରେ ଗୋଟିଏ ପୋଖରୀ ଥିଲେ ସମସ୍ତେ ଭାବନ୍ତି ସେମାନେ ସ୍ୱୟଂସମ୍ପୂର୍ଣ୍ଣ ପୃଷ୍ଟିକର ଖାଦ୍ୟ ପାଇପାରୁଛନ୍ତି। ପ୍ରଥମତଃ, ମାଛ ଏକ ପୃଷ୍ଟିକର୍ ଖାଦ୍ୟ ଏବଂ ଏହାର ମୂଲ୍ୟ ମଧ୍ୟ ଅନ୍ୟ ପ୍ରକାରର ପୃଷ୍ଟିକର୍ ଖାଦ୍ୟ ତୁଳନାରେ ବହୁତ କମ୍। ତଥା ଏହା ସୁବିଧାରେ ସବୁ ଜାଗାରେ ଉପଲବ୍ଧ। ଏତଦବ୍ୟତୀତ ମାଛଚାଷ ଏବେ କେବଳ ପୋଖରୀରେ ସୀମିତ ହେଇକରି ରହିନାହିଁ। ଏବେ ଛୋଟ ଛୋଟ ସିମେଣ୍ଟ ଟ୍ୟାଙ୍କରେ ମଧ୍ୟ ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରାଯାଉଅଛି। ଆମ ରାଜ୍ୟରେ ମଧ୍ୟ ମାଛ ଉତ୍ପାଦନ ଦୃତ ଗତିରେ ବଢ଼ିବାରେ ଲାଗିଛି। ତେବେ ଗଣମାଧ୍ୟମରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ୨୦୧୮-୧୯ ରେ ୭.୫୯ ଲକ୍ଷ୍ୟ ମେଟ୍ରିକ୍ ଟନ ମାଛ ଉତ୍ପାଦିତ ହେଇଥିବା ବେଳେ ଏବେ ତାହା ୧୦.୫୮ ଲକ୍ଷ୍ୟ ମେଟ୍ରିକ୍ ଟନରେ ପହଞ୍ଚିଛି। ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ଗ୍ରାମ ପଞ୍ଚାୟତ ପୋଖରୀର ପୁନରୁଦ୍ଧାର ଓ ସେଥିରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମତ୍ସ୍ୟ ଉତ୍ପାଦନ, ମାଛ ବ୍ୟବସାୟ ନିମନ୍ତେ ବିଭିନ୍ନ ଯୋଜନାର ପ୍ରୋତ୍ସାହନ ଯୋଗୁଁ ଆଜି ଓଡିଶା ମତ୍ସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିଛି।

ଏ ସବୁ ସତ୍ତ୍ୱେ ମଧ୍ୟ ମାଛ ଚାଷ କରୁଥିବା ଉଦ୍ୟୋଗୀ ମାନେ ବେମାଛଚାଷ ଏକ ଲାଭଜନକ ବ୍ୟବସାୟ। ପାଖରେ ଗୋଟିଏ ପୋଖରୀ ଥିଲେ ସମସ୍ତେ ଭାବନ୍ତି ସେମାନେ ସ୍ୱୟଂସମ୍ପୂର୍ଣ୍ଣ ପୃଷ୍ଟିକର ଖାଦ୍ୟ ପାଇପାରୁଛନ୍ତି। ପ୍ରଥମତଃ, ମାଛ ଏକ ପୃଷ୍ଟିକର୍ ଖାଦ୍ୟ ଏବଂ ଏହାର ମୂଲ୍ୟ ମଧ୍ୟ ଅନ୍ୟ ପ୍ରକାରର ପୃଷ୍ଟିକର୍ ଖାଦ୍ୟ ତୁଳନାରେ ବହୁତ କମ୍। ତଥା ଏହା ସୁବିଧାରେ ସବୁ ଜାଗାରେ ଉପଲବ୍ଧ। ଏତଦବ୍ୟତୀତ ମାଛଚାଷ ଏବେ କେବଳ ପୋଖରୀରେ ସୀମିତ ହେଇକରି ରହିନାହିଁ। ଏବେ ଛୋଟ ଛୋଟ ସିମେଣ୍ଟ ଟ୍ୟାଙ୍କରେ ମଧ୍ୟ ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରାଯାଉଅଛି। ଆମ ରାଜ୍ୟରେ ମଧ୍ୟ ମାଛ ଉତ୍ପାଦନ ଦୃତ ଗତିରେ ବଢ଼ିବାରେ ଲାଗିଛି। ତେବେ ଗଣମାଧ୍ୟମରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ୨୦୧୮-୧୯ ରେ ୭.୫୯ ଲକ୍ଷ୍ୟ ମେଟ୍ରିକ୍ ଟନ ମାଛ ଉତ୍ପାଦିତ ହେଇଥିବା ବେଳେ ଏବେ ତାହା ୧୦.୫୮ ଲକ୍ଷ୍ୟ ମେଟ୍ରିକ୍ ଟନରେ ପହଞ୍ଚିଛି।

ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ଗ୍ରାମ ପଞ୍ଚାୟତ ପୋଖରୀର ପୁନରୁଦ୍ଧାର ଓ ସେଥିରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମତ୍ସ୍ୟ ଉତ୍ପାଦନ, ମାଛ ବ୍ୟବସାୟ ନିମନ୍ତେ ବିଭିନ୍ନ ଯୋଜନାର ପ୍ରୋତ୍ସାହନ ଯୋଗୁଁ ଆଜି ଓଡିଶା ମତ୍ସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିଛି।

ଏ ସବୁ ସତ୍ତ୍ୱେ ମଧ୍ୟ ମାଛ ଚାଷ କରୁଥିବା ଉଦ୍ୟୋଗୀ ମାନେ ବେଳେବେଳେ ମାଛ ଚାଷରେ କ୍ଷତି ସହୁଥିବାର ଦେଖାଯାଏ। ମୁଖ୍ୟତଃ ସେମାନେ ତାଙ୍କ ଫାର୍ମ ରେ ଥିବା ମାଛର ଉତ୍ପାଦନ ମୂଲ୍ୟ ଠିକ୍ ଭାବରେ ପାଇ ପାରନ୍ତିନି।ତାହାର କାରଣ ବହୁତ କିଛି ହୋଇପାରେ। ତନ୍ମଧ୍ୟରୁ ଏକ ପ୍ରମୁଖ କାରଣ ହେଲା ସେମାନେ ସଠିକ୍ ମାଛ ପ୍ରଜାତିର ଚୟନ କରିବାରେ ଭୁଲ ହୋଇଥାଏ। ତେବେ ସମ୍ୟକ୍ ଭାବରେ ବର୍ତ୍ତମାନ ସଠିକ୍ ମାଛ ପ୍ରଜାତି ଚୟନ କରିବା ବିଷୟରେ ଜାଣିବା I
ତେବେ ଖାଦ୍ୟ ଏବଂ କୃଷି ସଂଗଠନ ତରଫରୁ ୬ଗୋଟି ଉପାୟ ମାଧ୍ୟମରେ ଚାଷ ଉପଯୋଗୀ ସଠିକ୍ ମାଛ ପ୍ରଜାତି ଚୟନର ଉପାୟ ଦିଆଯାଇଛି I

୧. ଜଳଚର ଜୀବ ମାନଙ୍କର ଆକାଂକ୍ଷିତ ଗୁଣ
ସମସ୍ତ ଜଳଚର ଜୀବମାନଙ୍କ ଶରୀର ବୃଦ୍ଧି, ଖାଦ୍ୟ ଖାଇବା ପ୍ରକ୍ରିୟା, ରୋଗ ପ୍ରତିରୋଧକ ଶକ୍ତି, ପରିପକ୍ୱତା ଇତ୍ୟାଦି ସମାନ ନଥାଏ। ନିଜ ପୋଖରୀ କିମ୍ବା କୁଣ୍ଡର ପାଣିର ଗୁଣବତ୍ତା ଅନୁସାରେ ମାଛ ପ୍ରଜାତି ଚୟନ ନିର୍ଭର କରେ I ଉଦାହରଣ ସ୍ୱରୂପ ମାଗୁର, ଜଳଙ୍ଗ, ତିଲାପିଆ ଆଦି ମାଛ କମ୍ ଅମ୍ଳଜାନ ଥିବା ପାଣିରେ ମଧ୍ୟ ବଢ଼ିପରିବେ। କିନ୍ତୁ ରୋହୀ, ଭାକୁର ଆଦି ମାଛ ପାଇଁ ପାଣିର ଗୁଣବତ୍ତା ବେଶୀ ପରିବର୍ତ୍ତନ ହେଲେ ତାହା ସେମାନଙ୍କ ଶରୀର ବୃଦ୍ଧିରେ ବାଧା ସୃଷ୍ଟି କରିଥାଏ। ସେହିପରି ଗୋଲ୍ଡ ଫିସ ପରିକା ରଙ୍ଗୀନ ମାଛ ପାଇଁ ପାଣିର ଗୁଣବତ୍ତା ଆହୁରି ଭଲ ରହିବା ଆବଶ୍ୟକ।
୨. ସାଧାରଣରେ ପାଳନ କରାଯାଉଥିବା ମାଛ
ଯେତେବେଳେ ପ୍ରଥମଥର ଜଣେ ଉଦ୍ୟୋଗୀ ମାଛ ଚାଷ ଆରମ୍ଭ କରନ୍ତି, ନିୟମିତ ଭାବରେ ବିକ୍ରିହେଉଥିବା ମାଛକୁ ପାଳନ କରିବା ହି ବୁଦ୍ଧିମାନ ବ୍ୟବସାୟ ହୋଇଥାଏ। ଯେପରିକି ଆମ ରାଜ୍ୟରେ ରୋହି, ଭାକୂର ଓ ମୀର ହିଁ ନିୟମିତ ଭାବରେ ଲୋକଙ୍କ ଦ୍ବାରା ପସନ୍ଦ ଆସିଥାଏ। ତେଣୁ ଏହି ମାଛ ଗୁଡ଼ିକ ପାଳନ କଲେ ବ୍ୟବସାୟୀ ମାନେ ମୁଖ୍ୟତଃ କ୍ଷତିରେ ପଡନ୍ତି ନାହିଁ। ଥରେ ବ୍ୟବସାୟ ରେ ସ୍ଥିରବସ୍ଥା ଆସିଲେ ତାହା ପରେ ଅଲଗା ପ୍ରଜାତିର ପାଳନ ଦିଗରେ ଅଗ୍ରସର ହେବା ଆବଶ୍ୟକ I ସେହିପରି ସମୁଦ୍ରକୂଳିଆ ଅଞ୍ଚଳ ରେ ସାମୁଦ୍ରିକ ତୃଣ ତଥା ଚିଙ୍ଗୁଡ଼ି, ଭେକ୍ଟୀ, କଙ୍କଡା ଆଦି ନିୟମିତ ଭାବରେ ପାଳନ କରାଯାଇପାରେ।
୩. ପାଳନ କରାଯାଉଥିବା ମାଛର ଜୈବିକ ଗୁଣବତ୍ତା ଉପରେ ଜ୍ଞାନର ଆବଶ୍ୟକତା
ଉଦ୍ୟୋଗୀ ମାନଙ୍କୁ ତାଙ୍କ ଫାର୍ମ ରେ ପୁଞ୍ଜି ବିନିଯୋଗ କରିବା ଆଗରୁ ଯେଉଁ ମାଛ ର ପାଳନ କରିବେ ତାର କ୍ୱାଲିଟି ତଥା ଜୈବିକ ଗୁଣବତ୍ତା ଉପରେ ଯଥେଷ୍ଟ ଅଭିଜ୍ଞତା ଥିବା ଆବଶ୍ୟକ। ମାଛ ଜାଁଳା ଛାଡ଼ିବା ଠାରୁ ଆରମ୍ଭ କରି ମାଛ ଅମଳ କରି ବିକ୍ରୀ କରିବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ପର୍ଯ୍ୟାୟ କ୍ରମେ ଜାଣିବା ଦରକାର। କୌଣସି ପର୍ଯ୍ୟାୟରେ ତ୍ରୁଟି ହେଲେ ତାହା ବ୍ୟବସାୟରେ କ୍ଷତି କରିପାରେ। ଉଦାହରଣ ସ୍ୱରୂପ ପୋଖରୀର ପି.ଏଚ ୮ ଉପରେ ରହିଲେ ମଧ୍ୟ ଚୂନ ପକାଇବାର ଆବଶ୍ୟକତା ଥାଏ। କାରଣ ଚୂନ କେବଳ ପି.ଏଚ୍ ବଢାଏ ତାହା ନୁହେଁ, ପୋଖରୀ ତଳେ ଥିବା ମାଟିରୁ ମଧ୍ୟ ଅସହିଷ୍ନୁ ବାୟୁ ତଥା ଆମୋନିଆ ବାହାର କରିବାରେ ସାହାଯ୍ୟ କରିଥାଏ।
୪. ସଠିକ୍ ପ୍ରଜାତିର ଚୟନ
ବ୍ୟବସାୟ ପାଇଁ ସଠିକ୍ ପ୍ରଜାତିର ଚୟନ ବ୍ୟବସାୟର ଉଦ୍ଦେଶ୍ୟ ଉପରେ ନିର୍ଭର କରେ। ମାଛ ଜାଆଁଳା ଉତ୍ପାଦନ ଓ ମାଛ ଉତ୍ପାଦନ ଦୁହେଁ ବହୁତ ଅଲଗା ବ୍ୟବସାୟ। ଉଭୟ ବ୍ୟବସାୟ ଲାଭଜନକ। କିନ୍ତୁ ତାହା ଉଦ୍ୟୋଗୀ ଙ୍କର ଅଭିଜ୍ଞତା ଉପରେ ନିର୍ଭର କରେ। ସେହିପରି କ୍ଷାରୀୟ ଜଳରେ ଚିଙ୍ଗୁଡ଼ି, କଙ୍କଡା ଆଦି ଚାଷ କରିହୁଏ। କୁଣ୍ଡରେ ବାୟୋଫ୍ଲକ୍ ରେ ରୁପଚାନ୍ଦି, ଜଳଙ୍ଗ, ମାଗୁର, ତିଲାପିଆ, ସେରଣା ଆଦି ମାଛ ଭଲ ବଢ଼ିଥାନ୍ତି। ରଙ୍ଗୀନ ମାଛ ମଧ୍ୟ କୁଣ୍ଡରେ ଭଲ ଭାବରେ ଚାଷ କରିହୁଏ। ବ୍ୟବସାୟରେ ଲାଭ କିମ୍ବା କ୍ଷତିର ଆକଳନରେ ବଜାରର ଚାହିଦା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଉଦାହରଣ ସ୍ୱରୂପ କୁଣ୍ଡରେ ବାୟୋଫ୍ଲକ୍ ରେ ଟିଲାପିଆ ମାଛ ବେଶ୍ ଭଲ ଭାବରେ ବଢ଼ିଥାଏ। କିନ୍ତୁ ସବୁ ବଜାର ତଥା ସବୁ ଗ୍ରାହକଙ୍କ ପାଇଁ ଏ ମାଛ ର ପସନ୍ଦ ଅଲଗା ଥାଏ। କୌଣସି ଜାଗାରେ ଏହା ଟ. ୧୨୦/- କି. ଗ୍ରା ହିସାବରେ ବିକ୍ରି ହୁଏ ତ ଆଉ କୌଣସି ବଜାରରେ ଏହା ଟ.୭୦-୮୦/- କି. ଗ୍ରା ହିସାବରେ ବିକ୍ରି ହୁଏ। ସେହିପରି ରୁପଚାନ୍ଦି ମାଛ ଲୋକଙ୍କ ପାଖରେ ବେଶ୍ ଆଦୃତ ହେଲେ ମଧ୍ୟ ଏହାର ଖାଦ୍ୟ ଗ୍ରହଣ କ୍ଷମତା ବହୁତ ଅଧିକ। ତେଣୁ ଖାଦ୍ୟ ନିୟନ୍ତ୍ରଣ ନ କଲେ ଏହି ମାଛ ଚାଷରେ ଖାଦ୍ୟ ବାବଦରେ ଉତ୍ପାଦନ ଖର୍ଚ୍ଚ ବଢିଯାଏ। ତେବେ ବଡ଼ ଉଦ୍ୟୋଗୀ ମାନେ ଘରୋଇ ବଜାର ଠାରୁ ବେଶୀ ରପ୍ତାନୀ ଉପରେ ଧ୍ୟାନ ଦେଇଥାନ୍ତି। ତେଣୁ ସେମାନେ ବିଶାଳ ଭିତ୍ତିଭୂମି ତିଆରି କରି ଉତ୍ପାଦନ ଆରମ୍ଭ କରିଥାନ୍ତି। ରପ୍ତାନୀ କ୍ଷେତ୍ରରେ ସମସ୍ତ ନିର୍ଦ୍ଦେଶାବଳୀକୁ ଭଲ ଭାବରେ ମନେ ରଖି ସେମାନେ ବ୍ୟବସାୟ ଆରମ୍ଭ କରିଥାନ୍ତି।
୫. ସ୍ୱଦେଶୀ ଓ ବିଦେଶୀ ପ୍ରଜାତି
ବହୁତ ସମୟରେ କିଛି କିଛି ବିଦେଶୀ ପ୍ରଜାତିର ମାଛ ମଧ୍ୟ ନିଜ ଫାର୍ମ ରେ ଚାଷ କରାଯାଇପାରେ। କିନ୍ତୁ ଏହାର ଚାଷ ପାଇଁ ସରକାରଙ୍କ ନିୟମ ମାନିବାକୁ ପଡେ। ଯେପରିକି ଗ୍ରାସକାର୍ପ ମାଛ ପୋଖରୀରେ ଦଳ ଖାଇବା ପାଇଁ ବ୍ୟବହୃତ ହୋଇଥାଏ। ଏହା ଏକ ବିଦେଶୀ ପ୍ରଜାତିର ମାଛ। କିନ୍ତୁ ପୋଖରୀର ମଧ୍ୟ ଭାଗରେ ରହି ରୋହି, ଭାକୁର, ମିର ମାଛ ସହ ସୁସଙ୍ଗତ ଭାବରେ ରହିପାରେ। କିନ୍ତୁ ବିଦେଶୀ ପ୍ରଜାତି ପାଳନ କରିବା ଆଗରୁ ତାହାର ପ୍ରତିକୂଳ ପ୍ରଭାବ, ସଂକ୍ରମଣ ର ସମ୍ଭାବନା ଇତ୍ୟାଦି ବିଷୟରେ ଜାଣିବାକୁ ପଡ଼ିବ।
୬. ପ୍ରତିକୂଳ ସର୍ତ୍ତକୁ ଧ୍ୟାନ କରି ପ୍ରଜାତିର ଚୟନ
ପୋଖରୀରେ ଉପର ଭାଗ, ମଧ୍ୟ ଭାଗ ତଥା ତଳ ଭାଗ କୁ ସମ୍ପୂର୍ଣ୍ଣ ଭାବେ ବ୍ୟବହାର କରିବା ପାଇଁ ସଠିକ୍ ମାଛ ପ୍ରଜାତିର ଚୟନ ନିହାତି ଆବଶ୍ୟକ। ଉଦାହରଣ ସ୍ୱରୂପ ପୋଖରୀରେ ସବୁବେଳେ ଭାକୁର, ରୋହି ଓ ମିର ସମାନ ଅନୁପାତରେ ରହି ନଥାନ୍ତି। ତେଣୁ ତାଙ୍କ ସହ ଅନ୍ୟ ଛୋଟ କାର୍ପ ଜାତୀୟ ମାଛ ଯଥା ସେରଣା, କଳା ବଇଁଶୀ, ଚିଙ୍ଗୁଡ଼ି ମଧ୍ୟ ବ୍ୟବହାର କରାଯାଇ ପାରିବ। ଏହା ସହିତ ପୋଖରୀରେ ଦଳ ବଢିଥିଲେ ସେରଣା, ଗ୍ରାସ କାର୍ପ୍ ମଧ୍ୟ ବ୍ୟବହାର କରାଯାଇପରିବ। ବାୟୋଫ୍ଲକ୍ ଟ୍ୟାଙ୍କ ରେ ଟିଲପିଆ ସହିତ ରୁପଚାନ୍ଦି, ସେରଣା, ଅମୁର କାର୍ପ ଆଦି ମାଛ ମଧ୍ୟ ବ୍ୟବହାର କରିହେବ।

ସନ୍ଦୀପ ଶଙ୍କର ପଟ୍ଟନାୟକ, ଏମ୍. ଏଫ୍. ଏସ୍. ସି, ଏକ୍ୱାକଲ୍ଚର, ସହକାରୀ ମତ୍ସ୍ୟ ଅଧିକାରୀ, ରସୁଲପୁର ବ୍ଲକ, ଯାଜପୁର

Spread the love

Leave a Comment

Your email address will not be published. Required fields are marked *

Scroll to Top
×