ଚାଷୀଙ୍କ ପାଇଁ ପୁଣି ପ୍ରଧାନମନ୍ତ୍ରୀଙ୍କ ବଡ ଉପହାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୫ ରେ ପିଏମ୍ କିଷାନ ସମାନ ନିଧି ଯୋଜନାର ୧୫ତମ କିସ୍ତି ଜାରି କରିଛନ୍ତି। ସେ ଏହି କିସ୍ତି ମାଧ୍ୟମରେ ଦେଶର କ୍ଷୁଦ୍ର ଚାଷୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଝାଡ଼ଖଣ୍ଡର ଖୁଣ୍ଟିରୁ ଚାଷୀଙ୍କ ପାଇଁ କିସ୍ତି ଜାରି କରି ଡିବିଟି (ଡାଇରେକ୍ଟ ବେନିଫିଟ ଟ୍ରାନଷ୍ଫର୍ ) ମାଧ୍ୟମରେ ଦେଶର ୮ କୋଟି ଚାଷୀଙ୍କ ଆକାଉଣ୍ଟକୁ ଦୁଇ ହଜାର ଟଙ୍କା ହସ୍ତାନ୍ତର କରିଛନ୍ତି।

ଏହା ପୂର୍ବରୁ ୨୦୨୩ ଜୁଲାଇ ୨୭ ରେ ପିଏମ ମୋଦି ଗୁଜୁରାଟ ରେ ପ୍ରଧାନମନ୍ତ୍ରୀ କିଷାନ ସମାନ ନିଧି ଯୋଜନାର ୧୪ ତମ କିସ୍ତି ଜାରି କରିଥିଲେ , ସେତେବେଳେ ୩.୫ କୋଟି ଚାଷୀ ଙ୍କ ବ୍ୟାଙ୍କ୍ ଖାତା ରେ ୧୭ ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଇଥିଲା । ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନା ଅଧୀନରେ କେନ୍ଦ୍ର ସରକାର ପ୍ରତି ଚାରିମାସରେ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା କିସ୍ତି ସ୍ଥାନାନ୍ତର କରିଥନ୍ତି । ଏହି ଯୋଜନା ଅନୁଯାୟୀ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ୩ ଟି କିସ୍ତି ରେ ଦିଆଯାଏ। ପ୍ରଥମ କିସ୍ତି ଏପ୍ରିଲ୍ ରୁ ଜୁଲାଇ ମଧ୍ୟରେ, ଦ୍ୱିତୀୟ କିସ୍ତି ଅଗଷ୍ଟ ରୁ ନଭେମ୍ବର ଏବଂ ତୃତୀୟ କିସ୍ତି ଡିସେମ୍ବର ରୁ ମାର୍ଚ୍ଚ ମଧ୍ୟରେ ଜାରି ହୋଇଥାଏ ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×