ଅଗଷ୍ଟ ୫ ଯାଏଁ ବଢ଼ିଲା ଫସଲ ବୀମାର ପଂଜିକରଣ ଅବଧି

0

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଂଜିକରଣ ଅବଧି ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧକୁ ରକ୍ଷା କରି କେନ୍ଦ୍ର ସରକାର ଏହି ସମୟ ଅବଧିକୁ ବଢାଇଛନ୍ତି । ଚାଷୀ ପଂଜିକରଣ ନେଇ ଜୁଲାଇ ୩୧ ତାରିଖ ଶେଷ ତାରିଖ ଥିବା ବେଳେ ଏହାର ଅବଧିକୁ ଅଗଷ୍ଟ ୫ ଯାଏଁ ବଢ଼ାଇଦିଆଯାଇଛି । ରାଜ୍ୟ ସରକାର ବୀମା ପାଇଁ ଚାଷୀଙ୍କ ପ୍ରିମିୟମ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ଃ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ ସମବାୟ ବିଭାଗର ସମସ୍ତ ସହକାରୀ ,ଅତିରିକ୍ତ,ଉପ ଓ ଯୁଗ୍ମ ନିବନ୍ଧକମାନଙ୍କ ସମେତ ମୁଖ୍ୟ ନିବନ୍ଧକଙ୍କୁ ଜିଲ୍ଲା ଗସ୍ତରେ ପଠାଯାଇଛି । ୧୦ଲକ୍ଷ ଚାଷୀଙ୍କୁ ବୀମାଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଅଗଷ୍ଟ ୫ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.

3 × two =