ଦିନକୁ ଦିନ ସରକାର ସମସ୍ତ ଚାଷୀଙ୍କ ପାଇଁ ଉନ୍ନତ ଏବଂ ନୂତନ ସରକାରୀ ସୁବିଧାମାନ ଯୋଗାଇ ଦେଉଛନ୍ତି। ଯାହାଦ୍ବାରା କୃଷି ପ୍ରତି କୃଷକମାନଙ୍କ ଆଗ୍ରହ ବଢ଼ିବାରେ ଲାଗୁଛି। ବର୍ତ୍ତମାନ କୃଷକଙ୍କ ଡିଜିଟାଲ ଆବଶ୍ୟକତାର ସମାଧାନ କରିବା ପାଇଁ ମାନ୍ୟବର ସରକାର ” କୃଷକ ଓଡ଼ିଶା ୟୁନିଫାଏଡ୍ ପୋର୍ଟାଲ୍ ଏବଂ ଆପ୍ ” ପ୍ରଚଳନ କରିଛନ୍ତି। ଗୋ – ସୁଗମ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ସୁବିଧା, ସର୍ବୋତ୍ତମ କୃଷି ପ୍ରଣାଳୀ ସମ୍ବନ୍ଧୀୟ ସୂଚନାଠାରୁ ଆରମ୍ଭ କରି କୀଟନାଶକ ଚିକିତ୍ସା ଉପରେ ଆଧାରିତ ପରାମର୍ଶ ସବୁକିଛି ଏହି ଗୋଟିଏ ପୋର୍ଟାଲରେ ଚାଷୀମାନଙ୍କ ପାଇଁ ସହଜରେ ଉପଲବ୍ଧ ହୋଇପାରୁଛି। ନିଜ ହାତପାହାନ୍ତାରେ କୃଷିଭିତ୍ତିକ ବିଭିନ୍ନ ସେବାରେ ଚାଷୀ ଉପକୃତ ହେଉଛନ୍ତି।
ନିକଟରେ ସରକାରଙ୍କ ଦ୍ଵାରା ପ୍ରଚଳିତ କରାଯାଇଥିବା ପୋର୍ଟାଲ ଦ୍ଵାରା ଚାଷୀମାନେ ନିଜ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ, ଦିନକୁ ଦିନ ପରିବର୍ତ୍ତିତ ଉତ୍ତମ ଚାଷ ପ୍ରଣାଳୀ ବିଷୟରେ ଜ୍ଞାନ ଆହରଣ କରିପାରିବେ ଯାହାଦ୍ବାରା ନିଜର କୃଷି ପ୍ରଣାଳୀ ଆହୁରି ସହଜ ସାଧ୍ୟ ହେବା ସହ ଉତ୍ପାଦନ ମଧ୍ୟ ବୃଦ୍ଧି ହୋଇପାରିବ। ଏତଦ୍ ବ୍ୟତୀତ ଚାଷ ଜମିରେ ପ୍ରୟୋଗ କରାଯାଉଥିବା କୀଟନାଶକର ପ୍ରକୃତ ବ୍ୟବହାର ଓ ଚିକିତ୍ସା ବିଷୟରେ ଅବଗତ ହେବା ଦ୍ବାରା କୃଷିଜାତ ଦ୍ରବ୍ଯକୁ ଅତୁଧିକ କୀଟନାଶକ ଦ୍ଵାରା ନଷ୍ଟ ହେବା କବଳରୁ ରକ୍ଷା କରିପାରିବେ।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ