ଅନ୍ତଃଫସଲ ଦ୍ଵାରା ମୃତ୍ତିକାର ଉର୍ବରତା ଓ ଉତ୍ପାଦନ ବୃଦ୍ଧି

ସାଧାରଣତଃ ଦୁଇ ବା ଅଧିକ ଫସଲକୁ ଗୋଟିଏ ଜମିରେ ଏକ ସମୟରେ ବିକଳ୍ପ ଧାଡିରେ ଚାଷ କରିବାକୁ ଅନ୍ତଃଫସଲ ଚାଷ କୁହାଯାଏ। ଅନ୍ତଃଫସଲ କରିବା ଦ୍ଵାରା ମୃତ୍ତିକାର ଉର୍ବରତା ଓ ସୁରକ୍ଷା ବଢ଼ିବା ସହିତ, ଉତ୍ପାଦନରେ ଅଧିକ ବୃଦ୍ଧି ଓ ସ୍ଥିରତା ସୁନିଶ୍ଚିତ ହୋଇଥାଏ। ଅନ୍ତଃଫସଲ ଚାଷ ଦ୍ଵାରା ଜମି, ସୂର୍ଯ୍ୟକିରଣ ଓ ମାଟିରେ ଥିବା ଜଳ ଓ ଖାଦ୍ୟସାରର ସଦୁପଯୋଗ ହୋଇଥାଏ। ଏକକ ଜମିରୁ ଅଧିକ ଅମଳ ଦ୍ଵାରା ବେଶୀ ଲାଭ ମିଳିଥାଏ। ରୋଗ ଓ ପୋକ ଦ୍ଵାରା ହେଉଥିବା କ୍ଷତିର ପରିମାଣ ଫସଲ ପର୍ଯ୍ୟାୟ ଅନୁସରଣ କରିବା ଦ୍ୱାରା କମିଥାଏ। ସଠିକ୍ ଉପାୟରେ ଅନ୍ତଃଫସଲ ଚାଷ କଲେ ଏହା ମାଟିର ବିନ୍ୟାସରେ ଉନ୍ନତି ଘଟାଇଥାଏ।

ମକା ସହ ଡାଲି ଜାତୀୟ ଫସଲ ଚାଷ କଲେ ମାଟିର ଉର୍ବରତା ରକ୍ଷା ହୋଇ ଅମଳ ବୃଦ୍ଧି ହୋଇଥାଏ। ଏହାଦ୍ବାରା ମକା FAW କୁ ଆକ୍ରମଣ କରୁଥିବା ପରଶ୍ରୟୀ କୀଟମାନେ ମଧ୍ୟ ସଂରକ୍ଷଣ ହୋଇଥାନ୍ତି। ୨ଧାଡ଼ି ମକା ପରେ ୩ ଧାଡ଼ି ବିରି ଚାଷ କରି, ଧାଡିକୁ ଧାଡ଼ି ୩୦ ସେ.ମି. ଦୂରତା ରକ୍ଷା କରିବା ଆବଶ୍ୟକ। ସେହିପରି ୨ ଧାଡ଼ି ମକା ପରେ ଏକ ଧାଡ଼ି ହରଡ଼ ଚାଷ କରାଯାଇପାରିବ, ଧାଡିକୁ ଧାଡ଼ି ୬୦ ସେ.ମି. ଦୂରତା ରକ୍ଷା କରି ଚାଷ କରାଯାଇପାରିବ। ଏତତବ୍ୟତିତ ୨ ଧାଡ଼ି ମକା ପରେ ୨ ଧାଡ଼ି ବରଗୁଡି ଏବଂ ଧାଡିକୁ ଧାଡ଼ି ୩୦ ସେ.ମି. ଦୂରତାରେ ମଧ୍ୟ ଚାଷ କରାଯାଇପାରିବ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×