ମିଲେଟ୍ ସିଡ୍ ଡିସପ୍ଲେ ୟୁନିଟ୍ ର ଶୁଭାରମ୍ଭ

0

ଜନଜାତି ସମୁଦାୟର ସଂସ୍କୃତି ଓ ଖାଦ୍ୟପେୟ ସହିତ ଗଭୀର ଭାବେ ଜଡିତ ପୃଷ୍ଟିସାରଯୁକ୍ତ ଶସ୍ୟ ମିଲେଟ୍ ଆମ ଜୀବନଶୈଳୀକୁ ପରିବର୍ତ୍ତନ କରିବା ସହ ବର୍ତ୍ତମାନ ଆମ ଖାଦ୍ୟ ପ୍ରଣାଳୀରେ ସୁପର ଫୁଡ୍ ର ଭୂମିକା ବହନ କରୁଛି । ଏହା ଓଡିଶା ପାଇଁ ଗର୍ବର ବିଷୟ ଯେ ଆମ ଜନଜାତି ସମ୍ପ୍ରଦାୟ ପ୍ରାଚୀନ କାଳରୁ ମିଲେଟ୍ ବା ମାଣ୍ଡିଆ ଉତ୍ପାଦନ କରି ଆସୁଛି । ଏହା ଖାଦ୍ୟ ନିରାପତ୍ତାକୁ ସୁରକ୍ଷା ଦେବା ସହ ବର୍ତ୍ତମାନ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିପାରିଛି ବୋଲି ସୂଚନା ଦେଇଛନ୍ତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ।

ଆଜି ଓଡିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟରେ ନୂତନ ଭାବେ ମିଲେଟ୍ ସିଡ୍ ଡିସପ୍ଲେ ୟୁନିଟ୍ ର ଶୁଭାରମ୍ଭ କରାଯାଇଛି । ଏହି ଡିସପ୍ଲେ ୟୁନିଟ୍ ରେ ୫୦ ପ୍ରକାରର ମିଲେଟ୍ କୁ ସ୍ଥାନିତ କରାଯାଇଥିବା ବେଳେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ୟୁନିଟ୍‌ର ଉଦଘାଟନ କରିଥିଲେ ।ଓଡିଶା ମିଲେଟ୍ ମିଶନର ସହଭାଗିତାରେ ଏହି ଡିସପ୍ଲେ ୟୁନିଟ୍‌ର ଶୁଭାରମ୍ଭ କରାଯାଇଛି । ମିଲେଟ୍ ର ଗୁଣକାରୀ ଉପାଦାନ ବିଷୟରେ ଜନସଚେତନତା ସୃଷ୍ଟି କରିବା ଏହି ଡିସପ୍ଲେ ୟୁନିଟର ମୁଖ୍ୟ ଉଦ୍ଦେଶ୍ୟ। ମିଲେଟ୍ ମୁଖ୍ୟତଃ ଶୁଷ୍କ ପାର୍ବତ୍ୟାଞ୍ଚଳରେ ବାସ କରୁଥିବା ସମ୍ପ୍ରଦାୟର ଲୋକେ ଉତ୍ପାଦନ କରିଥାନ୍ତି । ଜଳର ଅଭାବ ଥିବା ସତ୍ତ୍ବେ ଅନ୍ୟ କାହାର ସାହାଯ୍ୟ ବିନା ନିଜ ଉଦ୍ୟମରେ ବିହନ ଓ ଖତ ପ୍ରୟୋଗ କରି ଉତ୍ପାଦନ କରାଯାଏ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଶ୍ରୀ ସାରକା ।

nano urea

ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ମିଲେଟ୍ ଭିତ୍ତିକ ଖାଦ୍ୟକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗର ମିଳିତ ଉଦ୍ୟମରେ ଓଡିଶା ମିଲେଟ ମିଶନ ଭଳି ଏକ ଯୁଗାନ୍ତକାରୀ ପଦକ୍ଷେପ ହାତକୁ ନିଆଯାଇଥିଲା । ବର୍ତ୍ତମାନ ରାଜ୍ୟର ୩୦ ଟି ଜିଲ୍ଲାର ପ୍ରାୟ ୧୭୭ ଟି ବ୍ଲକରେ ୟୁନିଟ୍‌ର ପ୍ରଚାରପ୍ରସାର ଜାରି ରହିଛି । ନିରନ୍ତର ବିକାଶ ସହ ପୁଷ୍ଟିଭିତ୍ତିକ ନିରାପତ୍ତାକୁ ସୁଦୃଢ କରିବା, ମିଲେଟ୍ ମାଧ୍ୟମରେ ମହିଳାଙ୍କୁ ଉଦ୍ୟୋଗୀ କରିବା ହେଉଛି ମିଲେଟ୍ ମିଶନର ଲକ୍ଷ୍ୟ ।

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ କାର୍ଯ୍ୟକ୍ରମର ପରିଚାଳନା କରିବା ସହ ମିଲେଟର ଖାଦ୍ୟପଯୋଗୀତା, ପୋଷଣତତ୍ତ୍ବ, ଓ ସାମାଜିକ ସ୍ତରରେ ଓଡିଶାର ଜନଜାତି ସମ୍ପ୍ରଦାୟ ସହ ଏହାର ସଂଶ୍ଳିଷ୍ଟତା ବିଷୟରେ ସୂଚନା ଦେଇଛନ୍ତି । କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡା, ବଲାଙ୍ଗିର, ନୂଆପଡା, ମୟୁରଭଞ୍ଜ, କଳାହାଣ୍ତି ଆଦି ସ୍ଥାନରେ ଚାଷ କରାଯାଉଥିବା ଫିଙ୍ଗର ମିଲେଟ୍, ସୁଆଁ, କାଙ୍ଗୁ, ଜହ୍ନା, ବାଜରା ଆଦି ଓଡିଶାର ପାରମ୍ପାରିକ ପୁଷ୍ଟିଶସ୍ୟକୁ ମିଲେଟ୍ କୁ ଡିସପ୍ଲେ ମଧ୍ୟରେ ସ୍ଥାନ ଦିଆଯାଇଛି । ଏହା ସ୍ଥାନୀୟ ପର୍ଯ୍ୟଟକ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ୟ୍ୟଟକଙ୍କୁ ମିଲେଟ୍ ସମ୍ପର୍କରେ ଜାଣିବାର ସୁଯୋଗ ଦେବ । ଏହି ପଦକ୍ଷେପ ମିଲେଟର ବ୍ୟବହାରକୁ ପ୍ରୋତ୍ସାହିତ କରିବ, ଯାହା ରାଜ୍ୟରେ ଏକ ସୁସ୍ଥ ଜୀବନଶୈଳୀରେ ସହାୟକ ହେବ ।

Leave A Reply

Your email address will not be published.

4 × 2 =