ମିଲେଟ୍‌ ପ୍ୟାକେଜିଂ ପାଇଁ ଆଇ.ଆଇ.ପି ସହ ବୁଝାମଣା ପତ୍ର ସ୍ୱାକ୍ଷରିତ

0

ରାଜ୍ୟରେ ମିଲେଟ ମିଶନ ଓ ମିଶନ ଶକ୍ତି ଏବେ ସଫଳତାର ଫର୍ଦ୍ଦ ଯୋଡ଼ି ଚାଲୁଛନ୍ତି । ରାଜ୍ୟର ମହିଳା ଗୋଷ୍ଠୀ ମାନଙ୍କ ଦ୍ୱାରା ମିଶନ୍‌ ଶକ୍ତି ପରିଚାଳନା ହେଉ ଅବା ଗାଁ ଗାଁରେ ମିଲେଟ ଶକ୍ତି କାଫେ ଏବେ ସାଧାରଣରେ ଲୋକଙ୍କ ମନ ମୋହିଛି । ତେବେ ମିଲେଟ ଶକ୍ତି ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ଉନ୍ନତଧରଣର ପ୍ୟାକେଜିଂ ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମିଶନ୍‌ ଶକ୍ତି ଓ ଆଇ.ଆଇ.ପି ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ମିଶନ୍‌ ଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ , କୃଷକ ଉତ୍ପାଦକ କମ୍ପାନୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ଉନ୍ନତ ଧରଣର ପ୍ୟାକେଜିଂ କରିବା ଏହି ସହଭାଗିତାର ପ୍ରମୁଖ ଉଦ୍ଦେଶ୍ୟ । ଏହା ସହ ପ୍ୟାକେଜିଂ ଉପରେ ସ୍ୱତନ୍ତ୍ର ଧରଣର ତାଲିମ, ବୈଷୟିକ ଜ୍ଞାନ କୋ÷ଶଳ ଓ ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ପ୍ରଶିକ୍ଷଣ ଦେବାକୁ ଯୋଜନା ରହିଛି । ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ ମିଲେଟର ପ୍ରଚାର ପ୍ରସାର ଦିଗରେ ଉଭୟ ମିଲେଟ ମିଶନ ଓ ମିଶନ୍‌ ଶକ୍ତି ସହଯୋଗିତାରେ କାମ କରୁଛନ୍ତି । ମିଲେଟ ଶକ୍ତି ଦୁଇ ବିଭାଗର ଏକ ଯୋ÷ଥ ଉଦ୍ୟୋଗ ।

nano urea

ରାଜ୍ୟରେ ମିଶନ୍‌ ଶକ୍ତି ମହିଳା ମାନେ ବିଭିନ୍ନ ପ୍ରକାର ଦ୍ରବ୍ୟ ପ୍ରସ୍ତୁତ କରୁଥିବା ବେଳେ ଉପଯୁକ୍ତ ପ୍ୟାକେଜିଂର ସମସ୍ୟା ଯୋଗୁଁ ଏହା ସଠିକ ଭାବରେ ମୂଲ୍ୟଯୁକ୍ତ ହୋଇପାରୁନାହିଁ । ତେବେ ଆଇ.ଆଇ.ପି ର ସହଭାଗିତାରେ ଏଥିରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ ବୋଲି ସେ କହିଛନ୍ତି । ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ ବିନୋଦ କୁମାର ଜେନା , ଆଇ.ଆଇ.ପି ର ଯୁଗ୍ମ ନିର୍ଦ୍ଦେଶକ ଡ଼ ବାବୁରାଓ ଗୁଡ଼ୁରୀ ତଥା ଅନ୍ୟ ବରିଷ୍ଠ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

Leave A Reply

Your email address will not be published.

five + sixteen =