କମାଲ୍ କରିବ କଳାହାଣ୍ଡି କଫି

କଳାହାଣ୍ଡି ଜିଲ୍ଲାର କଫି ଚାଷକୁ ପ୍ରଥମ ମାନ୍ୟତା ଦିଆଯାଇଛି। କଫି ମହକରେ ପୁଣି ମହକିବ କଳାହାଣ୍ଡି।ଆଦିବାସୀ ଅଞ୍ଚଳବାସୀଙ୍କ ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହେଇଛି କଫି ଚାଷ। ୧୯୮୦ ମସିହାରେ ଜିଲ୍ଲାର ଆଦିବାସୀ ଅଞ୍ଚଳରେ ଥିଆମୂଳ ରାମପୁର କଫି ଚାଷକୁ ନେଇ ରାଜ୍ୟ ତଥା ଦେଶ ଚର୍ଚ୍ଚାରେ ଆସିଥିଲା। କିନ୍ତୁ ସଚେତନତା ଅଭାବରୁ ସେ ଅଞ୍ଚଳରେ କଫି ଚାଷ ଲୋପ ପାଇବାକୁ ଲାଗିଲା। ବର୍ତ୍ତମାନ୍ ମଧ୍ୟ ଉଭୟ ପାର୍ଶ୍ଵରେ ଥିବା ୨୦ ରୁ ଉର୍ଦ୍ଧ୍ବ କଫି ଗଛ ଏହି ଅଞ୍ଚଳର କଫି ଚାଷ ଇତିହାସର ମୂକସାକ୍ଷୀ।

ସରକାରଙ୍କ ପକ୍ଷରୁ ଏହାର ବିପଣନ ବ୍ୟବସ୍ଥା ଯୋଗୁ ଏହା ଏହା ବେଶ୍ ଆଦର ଲାଭ କରିଛି। କୋରାପୁଟ କଫି ପରେ କଳାହାଣ୍ଡି ଜିଲ୍ଲାରେ ପୁଣି କଫି ଚାଷ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଉଦ୍ୟମରେ ଜଳଛାୟା ବିଭାଗର ଅଧିକାରୀମାନଙ୍କୁ ଡାକି କଫି ଚାଷର ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଯେଉଁଥିରେ ଅଞ୍ଚଳରେ ଲୋକେ ରୋଜଗାର ପାଇବା ସହ ସେହି ଅଞ୍ଚଳରେ ଥିବା ୧୦ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏଥିରେ ନିୟୋଜିତ କରାଯାଇ କଫି ବଗିଚାର ରକ୍ଷଣାବେକ୍ଷଣ କରାଯାଉଛି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×