ଉନ୍ନତ ଚାଷୀ , ସଶକ୍ତ କୃଷି

0

ଆମ ରାଜ୍ୟ ଓଡ଼ିଶା- କୃଷି ଓ କୃଷକର ଉନ୍ନତି ଦିଗରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କୃଷି ଓ କୃଷକ ଏବେ ବିକାଶର ଆଭିମୁଖ୍ୟ ନେଇ ଆଗେଇ ଚାଲିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଚାଷୀ ଓ ଚାଷକୁ ଗୁରୁତ୍ୱ ଦେଇଆସିଛନ୍ତି । ରାଜ୍ୟର ଚାଷୀକୁଳ ଏବେ ସଶକ୍ତ । ସରକାରଙ୍କ ଅଧୀନରେ ଏବେ ସୁବ୍ୟବସ୍ଥିତ ଢ଼ଙ୍ଗରେ ଧାନ ସଂଗ୍ରହ ହୋଇଛି । ୫ଥର କୃଷି କର୍ମଣ ପୁରସ୍କାରରେ ପୁରସ୍କୃତ ହୋଇ ରାଜ୍ୟ ଆଜି ଧାନ ସଂଗ୍ରହରେ ୪ର୍ଥ ସ୍ଥାନ ଅଧିକାର କରିଛି । ଖରିଫ ଋତୁରେ ୬୫.୩୧ଲକ୍ଷ ମେଟ୍ରିକ ଟନ୍‌ ୧୪% ବୃଦ୍ଧି ଧାନ ସଂଗ୍ରହରେ ହୋଇଛି । ଏହା ସହ ଚାଷୀଙ୍କୁ ସଶକ୍ତ ତଥା କୃଷିକୁ ଉନ୍ନତ କରିବା ଦିଗରେ ୨୦୦୦ କୋଟି ଟଙ୍କାର ରିଭଲଭିଂ ଫଣ୍ଡିଂ ବ୍ୟବସ୍ଥା କରାଯାଇଛି । ଧାନ ସଂଗ୍ରହକୁ ସହଜ ତତା ସରଳ କରିବା ଦିଗରେ ପି-ପାସ ଓ ଆଇରିସ ସ୍‌କାନର ପରି ଅନଲାଇନ ବ୍ୟବସ୍ଥା ବି କରାଯାଇଛି । ଧାନ ମଣ୍ଡିର ପରିଚାଳନା ପାଇଁ ସ୍ୱୟଂ ସହ୍ରାକ ଗୋଷ୍ଠୀର ମା’ ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଆମ ରାଜ୍ୟର ଚାଷୀ ଏବେ ସଫଳତାର ପାଦଦେଶରେ ।

Leave A Reply

Your email address will not be published.

17 − 8 =