ଖାଉଟି କଲବଲ !! ଲଙ୍କା ଦର ୪୦୦ ପାର୍‌

0

ଏଇ କିଛି ଦିନ ହେବ ବଜାରରେ ଲୋକ ପରିବା କିଣିବାକୁ ଡ଼ରୁଛନ୍ତି । ଆପଣ ୧୦୦୦ଟଙ୍କା ନେଇ ଗଲେ ବି ବ୍ୟାଗ ଭର୍ତ୍ତି ହେଉନି । ବଜାରର କୋ÷ଣସି ପନିପରିବା ଏବେ ଛୁଇଁ ହେଉନି । ହଠାତ୍‌ ଏମିତି ଦରଦାମ ବୃଦ୍ଧି ଯୋଗୁଁ ଖାଉଟି ମାନେ କଲବଲ ହେଉଛନ୍ତି । ପନିପରିବା ଆମ ଖାଦ୍ୟପେୟର ମୁଖ୍ୟ ଅଂଶ । ଏମିତି ଦରଦାମ ବଢ଼ିବା ଯୋଗୁଁ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଲାଣି । ରାଜ୍ୟରେ ଏମିତି ପରିସ୍ଥିତି ଏବେ ସୃଷ୍ଟି ହୋଇଛି । ଏଇ କିଛି ଦିନ ତଳେ ଟମୋଟ ଦର ଆକାଶ ଛୁଆଁ ଥିବା ବେଳେ ଏବେ ଲଙ୍କାର ମୂଲ୍ୟ ବି କିଲୋ ପ୍ରତି ୪୦୦ ଛୁଇଁଲାଣି । କେବଳ ଲଙ୍କା କି ଟମାଟୋ ନୁହେଁ ଅଦା , ଭେଣ୍ଡି , ଝୁଡ଼ଙ୍ଗ ପରି ପ୍ରାୟତଃ ସବୁ ପରିବାର ଏବେ ସମାନ ଅବସ୍ଥା । ତେବେ ସଠିକ ଭାବରେ ଆମଦାନୀ ନହୋଇ ପାରିବା ଏବଂ ଶୀତଳଭଣ୍ଡାରର ଅଭାବ ଯୋଗୁଁ ଅଧିକ ପରିମାଣରେ ପନପରିବା ଗଚ୍ଛିତ ହୋଇ ରହିପାରୁନାହିଁ । ସୁତରାଂ , କେବେ ଏ ଦରଦାମ କମିବ , ପୁଣି ଥରେ ବଜାରର ସ୍ଥିତି ସାଧାରଣ ହେବ , ତାହା ଦେଖିବାର ସମୟ ।

Leave A Reply

Your email address will not be published.

three × 4 =