ଏସଏଚଜି ସଦସ୍ୟାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଏସଏଚଜି ସଦସ୍ୟାଙ୍କୁ ଓଡ଼ିଶା ସରକାରଙ୍କ ସହାୟତା। ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ସଦସ୍ୟା ୟୁନିଫର୍ମ କିଣିବାକୁ ଏକ ହଜାର ଟଙ୍କାର ସହାୟତା ପାଇବେ। ଏଥିପାଇଁ ମିଶନ ଶକ୍ତି ବିଭାଗକୁ ୬୩୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆଜି ଏହି ସଂକ୍ରାନ୍ତୀୟ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ନିଜ ପସନ୍ଦର ୟୁନିଫର୍ମ କିଣିବା ପାଇଁ ସମସ୍ତ ଏସଏଚଜି ସଦସ୍ୟାଙ୍କୁ ଏକ ହଜାର ଟଙ୍କା ଲେଖାଏ ଦିଆଯିବ।

ସେହିପରି ଗ୍ରାମପଞ୍ଚାୟତ, ବ୍ଲକ, ଜିଲ୍ଲା ସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟା ଏବଂ ସହରାଞ୍ଚଳରେ ଆଞ୍ଚଳିକ ମହାସଂଘର ପରିଚାଳନା କମିଟି ସଦସ୍ୟାଙ୍କ ପାଇଁ ମନ ପସନ୍ଦର ବ୍ଲେଜର କ୍ରୟ କରିବା ନିମନ୍ତେ ପ୍ରତ୍ୟେକ ସଦସ୍ୟାଙ୍କୁ ୨ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହି ରାଶି ସ୍ଵୟଂ ସହାୟକ ଗୋଷ୍ଠୀ ଓ ମହାସଂଘର ବ୍ୟାଙ୍କ୍ ଆକାଉଣ୍ଟରେ ସିଧା ସଳଖ ଜମା ହେବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×