ମିଶନ ଶକ୍ତି ବଜାର ପରିଦର୍ଶନ କଲେ ବିଲ୍ ଗେଟ୍ସ

0

ଓଡ଼ିଶା ପରିଦର୍ଶନ ରେ ଆସି ବିଲ୍ ଗେଟ୍ସ ମିଶନ ଶକ୍ତି ବଜାର ବୁଲି ଥିଲେ। ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ତାଙ୍କୁ ସ୍ଵାଗତ କରିବା ସହ ଏହି ବଜାର ବୁଲାଇ ଦେଖାଇଥିଲେ। ରାଜ୍ୟରେ ମହିଳା ସଶକ୍ତିକରଣ କୁ ବିଲ୍ ଗେଟ୍ସ ପ୍ରଶଂସା କରିଥିଲେ।

nano urea

ଏଠାରେ ପହଞ୍ଚି ବିଲ୍ ଗେଟ୍ସ କୋରାପୁଟ କଫି ପିଇବା ସହ ବଜାର ଭିତରେ ଢ଼ିଙ୍କି କୁଟା ଅକାଣ୍ଡି ଚାଉଳ, କନ୍ଧମାଳ ହଳଦୀ, କାଜୁ , ବାଦାମ , ଦେଶୀ ମୁଗ ବିଷୟରେ ପଚାରି ବୁଝିଥିଲେ। ରାଜ୍ୟରେ ହଳଦୀ ଓ କାଜୁ ବିଷୟରେ ପଚାରି ବୁଝିଥିଲେ।

ରାଜ୍ୟରେ ଛଅ ହଜାର ମିଶନ ଶକ୍ତି ମହିଳା ମାନଙ୍କ ଦ୍ଵାରା ଉତ୍ପାଦକୁ ସେ ପ୍ରଶଂସା କରିଥିଲେ। ଏହି ଅବସରରେ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.

one × three =