ବର୍ତ୍ତମାନର କୃଷି କ୍ଷେତ୍ରରେ ରସାୟନିକ ସାର ଓ କୀଟନାଶକ ଏକ ମୁଖ୍ୟ ଉପାଦାନ ଯାହାକି କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବାରେ ସହାୟକ ହେଉଛି। କିନ୍ତୁ ରାଜ୍ୟରେ ପ୍ରତ୍ୟେକ ବର୍ଷ ସାର କଳାବଜାରୀ ଦେଖିବାକୁ ମିଳୁଛି। ତେଣୁ ରାଜ୍ୟ ସରକାର ସାର କଳାବଜାରୀକୁ ରୋକିବା ପାଇଁ ଅଧିକ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଛନ୍ତି।ଚାଷୀଙ୍କ ପାଖରେ କିପରି ସିଧାସଳଖ ସାର ପହଞ୍ଚିପାରିବ ଏନେଇ ଗୁରୁତ୍ବ ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗତ ବର୍ଷ ସମୁଦାୟ ୧୧ ଲକ୍ଷ ୨୪ ହଜାର ଟନ୍ ସାର ଚାଷୀଙ୍କୁ ଯୋଗାଇଦିଆଯାଇଛି। ଚଳିତ ବର୍ଷ ମଧ୍ୟ ଏହାର ପରିମାଣ ଆକଳନ କରାଯାଇଛି।
ଚଳିତ ବର୍ଷ ଖରିଫ ଋତୁରେ ଗୋଟେ ଟନ୍ ସାର ଯେପରି କଳାବଜାରୀ ନହେବ ସେଥିପ୍ରତି ନଜର ରଖିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ବର୍ଷ ରାଜ୍ୟ ସରକାର ଦରକାର ଠାରୁ ଅଧିକ ସାର ଯୋଗାଇ ଦେଇଥିଲେ। ବର୍ଷକୁ ବର୍ଷ ଚାଷ ଜମିର ହାର ବୃଦ୍ଧି ହେଉଥିବାରୁ ଏଥିପ୍ରତି ସରକାର ପୂର୍ବ ପ୍ରସ୍ତୁତି ଜାରି ରଖିଛନ୍ତି। ଯାହାକି ଚାଷୀଙ୍କୁ ସାର ପାଇଁ ହଇରାଣ ହେବାକୁ ପଡ଼ିବ ନାହିଁ। ରାଜ୍ୟ ବାହାରକୁ ସାର ଯେପରି ରପ୍ତାନି ନହେବ ସେଥିପ୍ରତି ଧ୍ୟାନ ଦେବା ପାଇଁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ
