ଲତାଜାତୀୟ ବିନ୍‌ ଚାଷ

0

ଲତାଜାତୀୟ ଫସଲ ଭିତରେ ବିନ୍‌ ଏବେ ସର୍ବାଧିକ ଲୋକପ୍ରିୟ ଚାଷ ହେଉଥିବା ପରିବା । ଏହାର ପ୍ରୋଟି୍‌ନ ପରିମାଣ ୯.୬ ଗ୍ରାମ ଥିଲାବେଳେ ର୍କାବୋହାଇଡେ଼୍ରଟ୍‌ ୧୦.୫ ଗ୍ରାମ ଥାଏ ।ତେବେ ଏହାର ଉପଯୁକ୍ତ ପରିଚାଳନା କିପରି କରାଯିବ, ଆସନ୍ତୁ ନଜର ପକେଇବା ।

ବିହନ ଚୟନ ଓ ବିଶୋଧନ-
ଅଧିକ ଅମଳ ପାଇଁ ଲତାଜାତୀୟ ବିନ୍‌ ଚୟନ କରନ୍ତୁ । ୧୦ ଡ଼ିସିମିଲ ପାଇଁ ୫୦୦ଗ୍ରାମରୁ ୫୫୦ଗ୍ରାମର ବିହନ ଦରକାର । ରାଇକିଆ ବିନ୍‌, କେନଟୁକି ୱାଣ୍ଡର, ଆୟୋକା ଇତ୍ୟାଦି ପ୍ରଧାନ । ୧ କିଗ୍ରା ବିହନରେ ୩ ଗ୍ରାମ ଥିରାମ୍‌ କିମ୍ବା କ୍ୟାପଟାନ୍‌ ମିଶାଇ ବିଶୋଧନ କରନ୍ତୁ । ୭ ଦିନ ପରେ ଅଧାଲିଟର ପାଣିରେ ୧୦୦ ଗ୍ରାମ ଗୁଡ଼ ଓ ୨୦ ଗ୍ରାମ ରାଇଜୋବିୟମ କଲଚର ମିଶାଇ ଏକ ଦ୍ରବଣ ପ୍ରସ୍ତୁତ କରନ୍ତୁ । ଏହି ଦ୍ରବଣରେ ୧ କିଗ୍ରା ମଞ୍ଜି ମିଶାଇ ଛାଇରେ ଶୁଖାଇ ଏକ ଘଣ୍ଟା ଭିତରେ ବୁଣନ୍ତୁ ।
ମନ୍ଦା ପ୍ରସ୍ତୁତ, ଚାରା ରୋପଣ ଓ ଖାଦ୍ୟସାର ପରିଚାଳନା-
ଜମିକୁ ହଳ କରି ଘାସପତ୍ର ବାଛି ଦିଅନ୍ତୁ । ଧାଡ଼ିକୁ ଧାଡ଼ି ୩ ଫୁଟ ଓ ମନ୍ଦାକୁ ମନ୍ଦା ୩ ଫୁଟ ଦୂରତାରେ ରଖି ଲତାଜାତୀୟ ବିନ୍‌ ଲଗାନ୍ତୁ । ମଞ୍ଜି ଲଗାଇବାର ଦୁଇଦିନ ଆଗରୁ ମନ୍ଦାପ୍ରତି ୫୦୦ଗ୍ରାମ ଗୋବର ଖତ,୨ ଗ୍ରାମ ୟୁରିଆ, ୭ଗ୍ରାମ ଡ଼ିଏପି, ୫ଗ୍ରାମ ପଟାସ ମନ୍ଦାରେ ଭଲ ଭାବରେ ମିଶାଇ ଦିଅନ୍ତୁ । ୨ ଦିନ ପରେ ଉପଚାରିତ ବିହନକୁ ମନ୍ଦାପ୍ରତି ୨ଟି କରି ୨-୩ ସେମି ଗଭୀରରେ ପୋତିଦିଅନ୍ତୁ । ୨୫-୩୦ ଦିନ ବେଳକୁ କୋଡ଼ା ଖୋସା କରି ମନ୍ଦାପ୍ରତି ୬ ଗ୍ରାମ ୟୁରିଆ ପ୍ରୟୋଗ କରି ମାଟି ଟେକି ଦିଅନ୍ତୁ । ୩୦-୫୦ ଦିନ ବେଳକୁ ଅଣୁସାର ହିସାବରେ ଆଗ୍ରୋମିନ ଗୋଲଡ଼ ୧ ମିଲି ପ୍ରତି ୨ ଲିଟର ପାଣିରେ ମିଶାଶ ପ୍ରୟୋଗ କରନ୍ତୁ ।
ପରବର୍ତ୍ତୀ ଯତ୍ନ-
ଜମିର ବତର ଦେଖି ୭-୮ ଦିନ ପରେ ପାଣି ଦିଅନ୍ତୁ । ୨୦ଦିନ ବେଳକୁ ରଞା ଦେଇ ଗଛକୁ ଉପରକୁ ଟେକନ୍ତୁ । ଫୁଲ ଫଳ ବଢାଇବା ପାଇଁ ଫୁଲ ସମୟରେ ଫାଣ୍ଟାକ୍‌ ପ୍ଲସ୍‌ ୧ ମିଲି ପ୍ରତି ପାଣିରେ ମିଶାଇ ଫୁଲ ସମୟରେ ପ୍ରୟୋଗ କରନ୍ତୁ । ସମସ୍ତ ସ୍ପ୍ରେ ସମୟରେ ଅଠା ଯଥା ମ୍ୟାସ୍କୱେଟ କିମ୍ବା ଧାନୁଭିଟ୍‌ ୧୦ମିିଲି ପ୍ରତି ପାଣିରେ ମିଶାଇ ସ୍ପ୍ରେ କରନ୍ତୁ ।

nano urea

ରୋଗପୋକ ପରିଚାଳନା-
ପାଉଁଶିଆ ରୋଗ-
ସଲଫର ୫୦ ଡ଼ବ୍ଲ୍ୟୁ.ପି. ୨ ଗ୍ରାମ୍‌ ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ ।
ବୀଜାଣୁ ଜନିତ ପତ୍ରପୋଡ଼ା ରୋଗ- ଏହି ରୋଗ ହେଲେ ପତ୍ରରେ ଇଟାଳିଆରୁ ମାଟିଆ ଦାଗ ମାନ ଦେଖାଯାଏ ଓ ଏହି ଦାଗର ଚାରିପଟେ ବଳୟ ଆକାରରେ ହଳଦିଆ ଦାଗ ଦେଖାଯାଏ । ବ୍ଲାଇଟକ୍ସ-୫୦ ୫ ଗ୍ରାମ ସହ ଷ୍ଟ୍ରେପ୍ଟୋସାଇକ୍ଲିନ୍‌ ୧ ଗ୍ରାମ ପ୍ରତି ୧୦ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ ।
ଜଉପୋକ- ଜଉପୋକ ଲାଗିଲେ ପତ୍ରମୋଚା ହୋଇ ଗଛ ବଢି ନ ଥାଏ । ରୋଗର ୨ମିଲି ବା ମାଲାଥିଅନ୍‌ ୨ ମିଲି ପ୍ରତି ଲିଟର ମିଶାଇ ସ୍ପ୍ରେ କରନ୍ତୁ ।
ଫଳବିନ୍ଧା ପୋକ-
ଏହି ରୋଗ ହେଲେ କାର୍ବାରିଲ୍‌ ୫୦ ଡ଼ବ୍ଲ୍ୟୁ.ପି ୩ ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ଫଳ ଆରମ୍ଭ ହେବା ପରେ ୧୫ ଦିନ ବ୍ୟବଧାନରେ ୨ଥର ସ୍ପ୍ରେ କରନ୍ତୁ ।

କଲ୍ୟାଣୀ ପ୍ରଧାନ

ସହକାରୀ ପ୍ରାଧ୍ୟାପିକା , ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ,କଟକ

Leave A Reply

Your email address will not be published.

seventeen − 1 =