ଆତ୍ମନିର୍ଭରଶୀଳ ଇଲେକ୍ଟ୍ରୋନିକ୍ସ – ଉଦ୍ୟୋଗୀ ମହିଳାଙ୍କ ସଫଳଗାଥା

0

ରାଜ୍ୟରେ ମିଶନ୍‌ ଶକ୍ତି ମହିଳା ମାନେ ବିଭିନ୍ନ ପ୍ରକାର ଉଦ୍ୟୋଗ ସ୍ଥାପନ କରି ଆଜି ସାରା ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି । ନିଜ ଖର୍ଚ୍ଚ ନିଜେ ମେଣ୍ଟାଇବା ସହ ଅନ୍ୟ ମାନଙ୍କୁ ମଧ୍ୟ କର୍ମସଂସ୍ଥାନ ଯୋଗାଇପାରୁଛନ୍ତି । ଏହି ଉପକ୍ରମରେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ୭ଟି ମିଶନ୍‌ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ୨୭ ଜଣ ମହିଳା ମାନେ ମିଶି ଆରମ୍ଭ କରିଛନ୍ତି ଏହି ଆତ୍ମନିର୍ଭରଶୀଳ ଇଲେକ୍ଟ୍ରୋନିକ୍ସ । ମିଶନ୍‌ ଶକ୍ତିରୁ ସହଯୋଗ ପାଇଁ SHG ରୁ SME ଯାଏଁ ନିଜର ସ୍ୱପ୍ନ ସାକାର କରୁଛନ୍ତି । ଏହା ଦ୍ୱାରା ସେମାନେ ପାଣି ପମ୍ପ କଣ୍ଟ୍ରୋଲର ପାଇଁ ବୈଦ୍ୟୁତିକ ସେନସର ପ୍ରଭୃତି ପ୍ରସ୍ତୁତ କରି ମାସିକ ୨.୧୬ଲକ୍ଷ ଟଙ୍କା ଯାଏଁ ରୋଜଗାର କରିପାରୁଛନ୍ତି ।

nano urea

ସୋ÷: ମିଶନ୍‌ ଶକ୍ତି

Leave A Reply

Your email address will not be published.

one × one =