କୃତ୍ରିମ କଦଳୀ ମଞ୍ଜି ଉତ୍ପାଦନ

0

ଟେଷ୍ଟଟ୍ୟୁବ୍‌ରେ ମଣିଷ ଶିଶୁ ଜନ୍ମନେବାର ଜଣାଅଛି କିନ୍ତୁ କୃଷି ବୈଜ୍ଞାନିକ ମାନେ ଏବେ ଟେଷ୍ଟଟ୍ୟୁବରେ କଦଳୀ ଗଛର ଭ୍ରୂଣ ସୃଷ୍ଟି କରିପାରୁଛନ୍ତି । ଏହା ଶହଶହ ସଂଖ୍ୟାରେ ବିଜ୍ଞାନଗାରରେ ଏକ କ୍ଷୁଦ୍ର କାଚନଳୀ ଭିତରେ ବିଭିନ୍ନ ରାସାୟନିକ ପ୍ରକ୍ରିୟାରେ ସୃଷ୍ଟି କରିପାରୁଛନ୍ତି । ଏହାକୁ ପେଶୀପୋଷଣ ପଦ୍ଧତି ବା ଟିସୁ କଲଚର କହନ୍ତି । ଏହି ପଦ୍ଧତିରେ କଦଳୀଗଛର ଜୀବନ୍ତ କୋଷକୁ ଗବେଷଣାଗାରରେ ଏକ ଛୋଟ କାଚ ପରୀକ୍ଷାନଳୀ ଅବା ଫ୍ଲାସ୍କ ଭିତରେ କୃତିମ ଉପାୟରେ ଲାଳନପାଳନ କରାଯାଏ । ହଜାରହଜାର କୋଷ ଗୋଟିଏ କୋଷରୁ ଜନ୍ମ ନିଏ । ଏହି କୋଷ ସମାହାରକୁ କୁହାଯାଏ କ୍ୟାଲସ୍‌ । ଏହି କ୍ୟାଲସ୍‌ରୁ ଜାତ ହୁଏ ଅସଂଖ୍ୟ ଛୋଟଛୋଟ ଭ୍ରୂଣ କଳିମା । ପ୍ରତ୍ୟେକ ଭ୍ରୂଣ କଳିକାକୁ ଛୋଟ ପ୍ୟାକ୍‌ରେ ଏକ ସ୍ଥାନରୁ ଅନ୍ୟ ସ୍ଥାନ ନେବା ଆଣିବା କରିହୁଏ । ଭୁବନେଶ୍ୱର ଠାରେ ଆଞ୍ଚଳିକ ଉଦ୍ଭିଦ ସଂପଦ କେନ୍ଦ୍ରରେ ଏହି ଉପାୟରେ ଛୋଟଛୋଟ କଦଳୀ ପୁଆ ଉତ୍ପାଦନ କରାଯାଇପାରୁଛି । ଫଳପ୍ରଦ ଭାବେ ବରୀକ୍ଷାଗାରରୁ ଭ୍ରୂଣ ଆଣି ଚାଷ ଜମିରେ କଦଳୀ ଗଛଟିଏ ଲଗାଯାଏ । ଉନ୍ନତ ମାନର କଦଳୀ କାନ୍ଧି ମଧ୍ୟ ଏସବୁ ଗଛରେ ଫଳାଯାଇପାରୁଛି ।
ଆମ ଦେଶର ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକମାନେ ଏହି ଅନୁସନ୍ଧାନରେ ଆଉ ଏକ ପାହାଚ ଆଗେଇଛନ୍ତି । କଦଳୀ ଗଛର କୃତ୍ରିମ ଭ୍ରୂଣ ବାହାର କଲେଣି । ଟିସୁ କଲଚର ପଦ୍ଧତି ଅବଲମ୍ବନ କରି କଦଳୀ ଗଛର ଭ୍ରୂଣକାଣ୍ଡ ଅଗରୁ ଶହଶହ ଭ୍ରୂଣ ଉତ୍ପାଦନ କରାଯାଇପାରୁଛି । ଏହାକୁ କୁହାଯାଏ ସୋମୀୟ ଭ୍ରୂଣ ବା ସୋମାଟିକ୍‌ ଏମ୍ବ୍ରିଓ । ପ୍ରତ୍ୟେକ ଭ୍ରୂଣକୁ ଏକ ଜେଲି ଜାତୀୟ ପଦାର୍ଥ ଦ୍ୱାରା ଆବୃତ୍ତ କରି ରଖାଯାଏ । ଏଗୁଡ଼ିକ ଦେଖିବାକୁ ସାନସାନ କ୍ୟାପସୁଲ ପରି । ଏହି ଭ୍ରୂଣ ଥିବା ଆବରଣକୁ ଅନ୍ୟ ମଞ୍ଜି ଭଳି ପ୍ୟାକ୍‌ କରି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା କରାଯାଉଛି । କୃତ୍ରିମ ଭ୍ରୂଣ ସାଧାରଣ ମଞ୍ଜି ଭଳି ଲଗାଇ ଚାଷ କରାଯାଇପାରିବ । ଆଉ କିଛି ବର୍ଷପରେ ବଜାରରେ ଏହିପରି ଭ୍ରୂଣ ବିକ୍ରି ହେବ । ଏହି ଶିଶୁ ଭ୍ରୂଣ ଉପଯୁକ୍ତ ଖାଦ୍ୟ ପାନୀୟ ଓ ଅମ୍ଳଜାନ ପାଇଲେ ବୃହକ୍ରାୟ କଦଳୀଗଛରେ ପରିଣତ ହୋଇପାରିବ । ଏହି ଗଛରେ ଫଳିବ ଲୋଭନୀୟ କଦଳୀ କାନ୍ଧି । ପେଶୀପୋଷଣ କଦଳୀ ଚାରା ସାଧାରଣ କଦଳୀ ଚାରାଠାରୁ ଅଧିକ ପରିମାଣର ଖାଦ୍ୟସାର ଓ ଯତ୍ନ ଦରକାର କରେ । ଏହି ଚାରା ଟେଷ୍ଟଟ୍ୟୁବ ବେବିର ଜୀବନ ସହ ସମାନ ପ୍ରାୟ ।
ଟେଷକଟଟ୍ୟୁବରେ ସୃଷ୍ଟ କଦଳୀ ଭ୍ରୂଣ ମା ଗଛର ସମସ୍ତ ଗୁଣ ଆଣିଥାଏ । ମା ଗଛ ସୁସ୍ଥ ସବଳ ଔଓ ନୀରୋଗ ହେଲେ ଟେଷ୍ଟଟ୍ୟୁବ ଭ୍ରୂଣ ସୁସ୍ଥ ଓ ନୀରୋଗ ମଧ୍ୟ ହୋଇଥାଏ । ତେଣୁ ପେଷୀପୋଷଣରୁ ସୃଷ୍ଟ କଦଳୀ ଗଛର ଅଧିକ ଫଳନ କ୍ଷମତା ଥାଏ । ସାଧାରଣ କଦଳୀ ଗଛ ଠାରୁ ପେଷୀ ପୋଷଣ କଦଳୀ ଗଉ ବେଶୀ ଉକୃôଷ୍ଟ ବୋଲି ଜଣାପଡ଼ିଛି । ସାଧାରଣ କଦଳୀ ଗଛ ବହୁ ପ୍ରକାର ରୋଗରେ ଆକ୍ରାନ୍ତ ହୋଇ ସମୟେସମୟେ କଦଳୀ ଗଛ ନଷ୍ଟ କରିଦିଏ । ଚାଷୀ ବହୁ କ୍ଷତି ସହେ । ଫଳରେ କଦଳୀ ଚାଷ ପ୍ରତି ଚାଷୀର ଆଗ୍ରହ କମିଯାଏ । ଦ୍ୱିତୀୟତଃ ପୁଣି ଏକ ବଡ଼ କଦଳୀ ବଗିଚା ସୃଷ୍ଟ କରିବା ପାଇଁ ଚାଷୀକଚ ବହୁ ପରିମାଣରେ କଦଳୀ ଚାରା ସଂଗ୍ରହ କରିବାକୁ ପଡେ଼ । ଏକାବେଳେ ଏତେଗୁଡ଼ାଏ କଦଳୀ ଚାରା ଏକ ସ୍ଥାନରୁ ପାଇବା ଏବଂ ଏତେ ସଂଖ୍ୟକ ଚାରା କୁ ଦୂରରୁ ବୋହି ଆଣିବା ନିହାତି ଭାବେ କଷ୍ଟକର ବ୍ୟାପାର । କିନ୍ତୁ ପେଶୀପୋଷଣରୁ ବହୁ ସଂଖ୍ୟାରେ ସହଜରେ ଗୋଟିଏ ବାକ୍ସ ଭିତରେ ଅନେକ ଦୂରକୁ ବୁହାଯାଇପାରିବ । ଟେଷ୍ଟଟ୍ୟୁବରେ ସୃଷ୍ଟ କଦଳୀ ଭ୍ରୂଣ ସବୁଜ ବିପ୍ଲବର ଏକ ଅଂଶ ହେବ । ରାଜ୍ୟ ତଥା ରାଜ୍ୟ ବାହାରକୁ ପାଚିଲା ଓ କଂଚା କଦଳୀ ରତ୍ପାନୀ କରି ପ୍ରଚୁର ବୈଦେଶିକ ମୁଦ୍ରା ଅର୍ଜନ କରିହେବ ।

nano urea

ଇଂ ଅଭୟ ସୂତାର , (ସଦସ୍ୟ , ଓଡ଼ିଶା ବିଜ୍ଞାନ ଏକାଡେ଼ମୀ , ଭଦ୍ରକ)
ମୋ – ୯୪୩୭୩୭୬୯୬୭

Leave A Reply

Your email address will not be published.

1 + nine =