ଯୁବ ଉଦ୍ୟୋଗର ନୂଆ ସମ୍ଭାବନା – ମିଶ୍ରିତ ମାଛଚାଷ

0

ମାଛଚାଷ ରେ କେବଳ ଥରେ ମାଛ ଯାଆଁଳ ପୋଖରୀ ବା ଗାଡ଼ିଆରେ ଛାଡ଼ି ଦେଇ ବର୍ଷେ ଛଅ ମାସ ବ୍ୟବଧାନରେ ସେଥିରୁ ଆମଦାନୀ କରିବାକୁ ମାଛଚାଷ କୁହାଯାଏ ନାହିଁ । ଏହା ଅନ୍ଧାରରେ ବାଡ଼ି ବୁଲେଇବା ସହ ସମାନ । ଲାଭଜନକ ଭାବରେ ମାଛଚାଷ କରିବାକୁ ହେଲେ ଆପଣଙ୍କୁ ନୂଆ ନୂଆ ଧରଣର ମାଛଚାଷର ପଦ୍ଧତିକୁ ଅନୁସରଣ କରିବାକୁ ପଡ଼ିଥାଏ, ଯଥା : ବ୍ୟବହାରିକ ମାଛଚାଷ, ସଘନ ପ୍ରଣାଳୀରେ ମାଛଚାଷ ଅଥବା ମିଶ୍ରିତ ମାଛଚାଷ ଇତ୍ୟାଦି । ଉପରୋକ୍ତ ଚାଷ ପ୍ରଣାଳୀ ମଧ୍ୟରୁ ମିଶ୍ରିତ ମାଛଚାଷ ପ୍ରଣାଳୀ ଆଜି ଆମ ଦେଶରେ ବହୁତ ଭାବରେ କରାଯାଉଛି, ଏହାର କାରଣ ଆପଣ ଯଦି ମିଶ୍ରିତ ମାଛଚାଷ କରନ୍ତି ତେବେ ମାଛ ସଙ୍ଗେ ସଙ୍ଗେ ସେହି ସ୍ଥାନରୁ ଆପଣ ଏକାଧାରରେ ମାଛ, ମାଂସ, ଅଣ୍ଡା, ଦୁଗ୍ଧ, ପନିପରିବା, ଫଳ ଇତ୍ୟାଦି ପାଇପାରିବେ ।ତେଣୁ ଆସନ୍ତୁ ବର୍ତ୍ତମାନ ମିଶ୍ରିତ ମାଛର ପ୍ରଣାଳୀ ବିଷୟରେ କିଛି ଅଧିକ ଜାଣିବା । ମିଶ୍ରିତ ମାଛଚାଷରେ ଧାନ ଏବଂ ମାଛ, କୁକୁଡ଼ା ଏବଂ ମାଛ, ଗାଈ ଏବଂ ମାଛି, ବତକ ଏବଂ ମାଛଚାଷ ଏକା ସାଙ୍ଗରେ କରାଯାଇଥାଏ ।

ଆପଣଙ୍କ ପୋଖରୀ ଚାରିପଟେ ଥିବା ବନ୍ଧରେ ସାଧାରଣତଃ ଆପଣ ଘାସ ଲଗାଇଥାନ୍ତି କାରଣ ବନ୍ଧ ଯଦି ଘାସ ଦ୍ଵାରା ଆବୃତ ହୋଇ ନଥାଏ ତେବେ ବନ୍ଧରୁ ମାଟି ଅତଡ଼ା ଖସିବା ସଙ୍ଗେ ସଙ୍ଗେ ମୃର୍ତ୍ତିକା କ୍ଷୟ ହୋଇଥାଏ । କିନ୍ତୁ ଏହି ଘାସ ଆପଣଙ୍କର କୌଣସି ଦରକାରୀ କାମରେ ଆସେ ନାହିଁ, ଯଦି ଆପଣ କିଛି ଗାଈ ରଖନ୍ତି ତେବେ ଗାଈ ଘାସ ଖାଇବେ ଏବଂ ଗାଈର ଗୋବରକୁ ଆପଣ ପୋଖରୀରେ ଖତ ଭାବରେ ବ୍ୟବହାର କରିପାରିବେ । ଯଦି ପୋଖରୀ ବନ୍ଧରେ ଆପଣ ନଡ଼ିଆ, କାଜୁବାଦାମ, ଗୁଆ, ଅନ୍ୟାନ୍ୟ ପନିପରିବା ଲଗାନ୍ତି ତେବେ ଏକ ସଙ୍ଗରେ ଆପଣ ପୋଖରୀରୁ ପାଣି ଦେଇ ଗଛମାନଙ୍କୁ ବଢ଼ାଇପାରିବା ସଙ୍ଗେ ସଙ୍ଗେ ଏହାର ଫଳ ଇତ୍ୟାଦି ବିକ୍ରୀ କରି ଆପଣ ମାଛଛଡ଼ା ଆଉ ଦୁଇ ପଇସା ଅଧୁକ ରୋଜଗାର କରିପାରିବେ । ମାଛଚାଷ ହେଉଥିବା ପୋଖରୀରେ ଜଳ, ଗେଣ୍ଡା, ଶାମୁକା ଇତ୍ୟାଦି ରୁହନ୍ତି, ଆପଣ ଯଦି କିଛି କୁକୁଡ଼ା ବା ବତକ ରଖୁବେ ତେବେ ବତକମାନେ ପୋଖରୀ ପାଣିକୁ ସଫା ରଖିବା ସଙ୍ଗେ ସଙ୍ଗେ ସେମାନେ ପୋଖରୀରେ ମଳତ୍ୟାଗ କରନ୍ତି ଯାହା କି ସାର ରୂପରେ ବ୍ୟବହାର ହୋଇଥାଏ । ସାର ପକାଇବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ ବା ପାରିଶ୍ରମିକ ଦେବାକୁ ହୋଇ ନଥାଏ ଏବଂ ତତ୍ ସଙ୍ଗେ ସଙ୍ଗେ ଏମାନଙ୍କର ଅଣ୍ଡା ବା ମାଂସ ଆପଣ ବିକ୍ରୟ କରିପାରିବେ । ଯଦି କୁକୁଡ଼ା ରଖନ୍ତି ତେବେ କୁକୁଡ଼ାମାନଙ୍କୁ ପୋଖରୀରେ ବଢୁଥିବା ଗେଣ୍ଡା, ଶାମୁକା ଇତ୍ୟାଦି ଖାଇବାକୁ ଦିଅନ୍ତୁ । କୁକୁଡ଼ାର ମଳ ମଧ୍ୟ ଆପଣ ପୋଖରୀରେ ବ୍ୟବହାର କରି ଲାଭବାନ୍ ହେବେ । ତେଣୁ ମିଳିତ ମାଛଚାଷରେ ପଶୁଧନ ପାଳନରୁ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ ଯଥା – ଗୋବର, ଛେଳିଲଣ୍ଡି, କୁକୁଡ଼ା ଖତ ପ୍ରଭୃତି ମାଛଚାଷ ପାଇଁ ଜୈବିକ ସାର ରୂପେ ବ୍ୟବହାର ହୋଇ ପାରିବା ସଙ୍ଗେ ସଙ୍ଗେ ପୋଖରୀର ଜଳ ଓ ଜୈବିକ ଗୁଣ ସାରଯୁକ୍ତ ପଙ୍କକୁ ବିଭିନ୍ନ ଫସଲ ପାଇଁ ବିନିଯୋଗ କରାଯାଇପାରେ। ଏହାଦ୍ୱାରା ଆବର୍ଜନା ପୁନଃଚକ୍ରୀକରଣ ହୋଇ ଏକ ସୁସ୍ଥ ପରିବେଶ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଏକକ ଆୟତନ ବିଶିଷ୍ଟ ଜମିରୁ ଅଧୁକ ଅମଳ ମିଳିପାରିଥାଏ ।

nano urea

ଧାନ କ୍ଷେତ ରେ ମାଛ ଚାଷ
ଭାରତ ବର୍ଷରେ ପ୍ରାୟ ୩.୧ ନିୟୁତ ହେକ୍ଟର ପରିମିତ ଉପକୂଳବର୍ତ୍ତୀ ଲୁଣି ଜମି ଅଛି ବୋଲି ଅଟକଳ କରାଯାଇଛି, ଯାହାକି ଉପକୂଳଠାରୁ ପ୍ରାୟ ୫୦ କିଲୋମିଟର ସ୍ଥଳଭାଗ ଭିତରକୁ ବିସ୍ତାର ଲାଭ କରିଅଛି । ଲୁଣି ଜୁଆର ପାଣି ସ୍ଥଳ ଭାଗରେ ଜମି ରହିବା ଏବଂ ତତ୍ ସହିତ ନଦୀ ମୁହାଣ, କେନାଲ ଓ ନଦୀ ଭିତରକୁ ସର୍ବଦା ସମୁଦ୍ର ଜଳର ପ୍ରବେଶ, ଉପରୋକ୍ତ ମାଟିର ଲବଣତାର ମୁଖ୍ୟ କାରଣ । ମାଟି ତଳର ଜଳସ୍ତର ସାଧାରଣତଃ କମ୍ ଗଭୀରରେ ଥାଏ ଓ ତାହା ବହୁ ପରିମାଣର ଦ୍ରବୀଭୂତ ଲବଣ ଧାଣ କରିଥାଏ । ଏହି ଭୂମଧ୍ୟସ୍ଥ ଲବଣ ମାଟି ଦ୍ଵାରା ଶୋଷି ହୋଇ ମାଟିର ଉପରି ଭାଗରେ ଆସି ଜମା ହୋଇଥାଏ । ତେଣୁ ବର୍ଷର ଶୁଖୁଲା ଦିନମାନଙ୍କରେ ଏହି ମାଟି ବହୁତ ଲବଣାକ୍ତ ଥାଏ । ପ୍ରାୟ ସମୁଦାୟ ଉପକୂଳବର୍ତ୍ତୀ ଜମିଗୁଡ଼ିକ ବର୍ଷା ଉପରେ ନିର୍ଭର କରିଥାଏ ଓ ଏହି ଜମିରେ ବର୍ଷରେ କେବଳ ଗୋଟିଏ ଚାଷ କରାଯାଇଥାଏ । ମୁଖ୍ୟତଃ ବର୍ଷା ଦିନରେ ଏହି ମାଟିରେ ଲବଣ ଅଂଶ କମ୍ ଥାଏ ଓ ଖରିଫ୍ ଧାନ ଚାଷ କରାଯାଇଥାଏ । ବର୍ଷର ଅବଶିଷ୍ଟ ସମୟରେ ଅଧୁକ ଲବଣ ଏବଂ ଜଳସେଚନର ଅଭାବ ଯୋଗୁଁ ଏହି ଜମିଗୁଡ଼ିକ ସାଧାରଣତଃ ଖାଲି ପଡ଼ିଥାଏ।
ପୁନଶ୍ଚ ଏହି ଧାନଜମି ଗୁଡ଼ିକରେ ଧାନଚାଷ ସଂପୂର୍ଣ୍ଣ ବର୍ଷାଜଳ ଉପରେ ନିର୍ଭର କରିଥାଏ ଓ ପ୍ରତି ବର୍ଷ ଆଶା ଜନକ ଅମଳ ହୋଇପାରେ ନାହିଁ । ଏକକାଳୀନ ଧାନ ଓ ମାଛଚାଷ କରିବାର ମୁଖ୍ୟ ଲକ୍ଷ୍ୟ ହେଉଛି, ଖରିଫ୍ ଧାନଚାଷରେ କ୍ଷତି ନଘଟାଇ ବର୍ଷରେ ଖାଲି ପଡ଼ୁଥିବା ସମୟରେ ଉପରୋକ୍ତ ମାଛଚାଷ କରିବା ।
ପଶ୍ଚିମବଙ୍ଗରେ ନଦୀମୁହାଣର ଉପରିଭାଗ ଓ ମଧ୍ୟଭାଗରେ ଯେଉଁଠାରେ ଜଳର ଲୁଣି ଅଂଶ କମ୍ ବା ମଧୁର ଜଳର ପ୍ରବେଶ ହେତୁ ଲୁଣି ଭାଗ କମ୍ ଥାଏ, ସେହି ଅଞ୍ଚଳ ଧାନ ଜମିମାନଙ୍କରେ ମାଛଚାଷ କରିବା ପଦ୍ଧତି ପ୍ରଚଳିତ । କେରଳର ପୋକାଲି ଚାଷ ଜମିରେ ଖରାଦିନେ ଖାଲି ପଡୁଥିବା ଜମିଗୁଡ଼ିକ କୃଷକମାନଙ୍କ ଦ୍ଵାରା ମାଛ ଚାଷ ଦ୍ଵାରା ବିନିଯୋଗ କରାଯାଇଥାଏ । ଏହି ପ୍ରକାର ଚାଷରେ ବାର୍ଷିକ ପ୍ରାୟ ୩୦୦ ରୁ ୧୦୦୦ କି.ଗ୍ରା. ମାଛ ପ୍ରତି ହେକ୍ଟରରୁ ଆମଦାନୀ କରାଯାଇଥାଏ । 

ମାଛଚାଷ ସହ ଗାଈ ପାଳନ:
ଏହି ପ୍ରଣାଳୀ ନିମିତ୍ତ ଏକ ଏକର ଜଳାୟତନ ବିଶିଷ୍ଟ ପୋଖରୀ ପାଇଁ ୩ ଗୋଟି ସଙ୍କର ଜାତୀୟ ଦୁଆଳୀ ଗାଈ ସହ ସେମାନଙ୍କର ବାଛୁରୀ ଗୁଡ଼ିକୁ ହୁଡ଼ା ଉପରେ ଗୁହାଳ କରି ପାଳନ କରାଯାଇଥାଏ । ଗାଈମାନଙ୍କର ମଳମୂତ୍ର ଓ ଗୁହାଳ ଧୁଆ ପାଣି ନାଳି ସାହାଯ୍ୟରେ ପୋଖରୀ ଜଳକୁ ନିଷ୍କାସିତ କରାଯାଏ ଏବଂ ପୋଖରୀର ପଙ୍କ, ହୁଡ଼ା ଉପରେ ପକାଇ ହାତୀଆ, ବସିମ୍, ନାପିଅର, ଷ୍ଟାଇଲୋ ପ୍ରଭୃତି ଘାସ ଚାଷ କରାଯାଏ ଏବଂ ଏହି ଘାସକୁ ପ୍ରତିଦିନ ଗାଈ ପିଛା ୨୫ କି.ଗ୍ରା. ହିସାବରେ କାଟି ଖାଇବାକୁ ଦିଆଯାଇଥାଏ । ଏପରି ମାଛ ଚାଷ କରିବା ଦ୍ଵାରା ବର୍ଷକୁ ଏକର ପିଛା ୩,୦୦୦ ଲିଟର କ୍ଷୀର ଉତ୍ପାଦନ ହୋଇପାରିବା ସଙ୍ଗେ ସଙ୍ଗେ ୧୮ କ୍ଲିଣ୍ଟାଲ ପର୍ଯ୍ୟନ୍ତ ମାଛ ଅମଳ ମିଳିଥାଏ ।
ମାଛଚାଷ ସହ ଛେଳି ପାଳନ:
ଛେଳି ଲଣ୍ଡିରେ ଗୋବରଠାରୁ ଅଧ୍ୟକ ପରିମାଣର ଯବକ୍ଷାରଜାନ ଓ ପଟାସ ଗୁଣସାର ରହିଥାଏ । ଏକ ଏକର ଜଳାୟତନ ବିଶିଷ୍ଟ ପୋଖରୀରେ ମାଛଚାଷ ପାଇଁ ହୁଡ଼ା ଉପରେ ୧୫-୧୬ ଗୋଟି ଛେଳି ପାଳନ କରାଯାଇଥାଏ । ପ୍ରତ୍ୟେକ ଦିନ ଏମାନଙ୍କର ମୁତ୍ରସହ ଲଣ୍ଡି ଗୁଡ଼ିକୁ ଗୁହାଳ ଧୁଆ ପାଣି ସହ ନାଳି ସାହାଯ୍ୟରେ ପୋଖରୀରେ ପକାଯାଇଥାଏ । ଛେଳିମାନଙ୍କୁ ପ୍ରତ୍ୟେକ ଦିନ ହୁଡ଼ାରେ ହେଉଥିବା ଘାସ, ଶାଗ ପତ୍ର, କୋବି ପତ୍ରକୁ କାଟି ଖାଇବାକୁ ଦିଆଯାଇଥାଏ । ଏହା ଛଡ଼ା କୃତ୍ରିମ ଶୁଖୁଲା ସୁଷମ ଖାଦ୍ୟ ମଧ୍ୟ ଛେଳିଙ୍କୁ ଖାଇବାକୁ ଦିଆଯାଏ । ଏହାଦ୍ୱାରା ଛେଳି ଦୁଗ୍ଧ ସହ ମାଂସ ଉତ୍ପାଦିତ ହୋଇପାରିବା ସଙ୍ଗେ ସଙ୍ଗେ ପୋଖରୀରେ ବିନା କୃତ୍ରିମ ମାଛଖାଦ୍ୟ ଓ ରାସାୟନିକ ସାର ପକାଯାଇ ଏକର ପିଛା ୧୫ ଦ୍ଵିଣ୍ଟାଲ ପର୍ଯ୍ୟନ୍ତ ମାଛ ଅମଳ କରିହେବ।
ମାଛଚାଷ ସହ ବତକ ପାଳନ:
ବତକ ଗୁଡ଼ିକ ପୋଖରୀରୁ ସେମାନଙ୍କ ଆବଶ୍ୟକ ହେଉଥିବା ଦୈନିକ ଖାଦ୍ୟ ପରିମାଣର ତିନି ଚୁତର୍ଥୀଶ ସଂଗ୍ରହ କରି ଖାଇ ବଢ଼ିଥାନ୍ତି । ଏଣୁ ମାଛଚାଷ ସହ ବତକ ପାଳନ କଲେ ଉଭୟ ପରସ୍ପରଠାରୁ ଉପକାର ପାଇ କମ୍ ଖର୍ଚ୍ଚରେ ଅଧୁକ ଲାଭ ଦେଇଥାନ୍ତି । ଏକ ଏକର ଜଳାୟତନ ବିଶିଷ୍ଟ ମାଛଚାଷ ପୋଖରୀ ପାଇଁ ୧୦୦ ଗୋଟି ଦୁଇମାସିଆ ବତକ ଛୁଆ କିଣି ହୁଡ଼ା ଉପରେ ଝାଟିମାଟି ଘରେ କିମ୍ବା ପାଣି ଭିତରେ ଭାସମାନ ମଞ୍ଚା ଘରେ ରଖୁ ପାଳନ କରାଯାଇଥାଏ । ବତକ ସହ ମାଛଚାଷ କରାଯାଉଥିବା ପୋଖରୀରେ ଏକର ପିଛା ୮ ସେ.ମି.ରୁ ଉଦ୍ଧ ଆକାରର ୩୦୦୦ ସଂଖ୍ୟାର ବିଶୁଦ୍ଧ, ନୀରୋଗ, ଜାତିଆ ମିଶ୍ରିତ ମାଛ ଯାଆଁଳ ଛାଡ଼ିବାକୁ ପଡ଼ିଥାଏ । ଇଞ୍ଚିକିଆ ଯାଆଁଳ ଛାଡ଼ିଲେ ଏହାକୁ ବତକ ଖାଇଯିବାର ସମ୍ଭାବନା ଅଧୁକ ଥାଏ । ମାଛଚାଷ ପୋଖରୀ ନିକଟରେ ଯଦି ନର୍ସରୀ ବା ଇୟରଲିଙ୍ଗ ପୋଖରୀ ଥାଏ, ତା ହେଲେ ତା ଉପରେ ଛିଣ୍ଡାଜାଲ ଆଚ୍ଛାଦିତ କରି ରଖୁବା ଉଚିତ୍ । ବତକ ଗୁଡ଼ିକ ପୋଖରୀରେ ପହଁରୁଥିବା ଅବସ୍ଥାରେ ମଳତ୍ୟାଗ କରନ୍ତି । ଏହାଛଡ଼ା ଏମାନେ ପୋଖରୀରେ ପହଁରିବା ଦ୍ଵାରା ପାଣିରେ ଦ୍ରବୀଭୂତ ଅମ୍ଳଜାନର ପରିମାଣ ବଢ଼ିଥାଏ । ଏମାନେ ଖାଦ୍ୟ ସଂଗ୍ରହ ସମୟରେ ପୋଖରୀରେ ବୁଡ଼ି ପଙ୍କକୁ ଥଣ୍ଟଦ୍ଵାରା ଘାଣ୍ଟିବା ଦ୍ଵାରା ପଙ୍କରେ ଆବଦ୍ଧ ଅବସ୍ଥାରେ ଥ୍ୟ ମୌଳିକ ଗୁଣସାର ଗୁଡ଼ିକ ଜଳସ୍ତରକୁ ଅପସାରିତ ହୋଇଥାଏ । ଏମାନେ ପୋଖରୀରୁ ଛୋଟ ଛୋଟ ଉଭିଦ, ପୋକଜୋକ, ଗେଣ୍ଡା ପ୍ରଭୃତି ଖାଇ ପୋଖରୀ ଜଳ ପରିବେଶ ପରିଷ୍କାର ରଖୁଥାଆନ୍ତି । ଏମାନଙ୍କ ମଳରେ ଥିବା ଅଧା ହଜମ ଖାଦ୍ୟକୁ ମାଛମାନେ ସିଧାସଳଖ ଖାଇଥାଆନ୍ତି । ଏହିଭଳି ସମନ୍ବିତ ଚାଷରୁ ବର୍ଷକୁ ଏକର ପିଛା ୧୬ କ୍ଲିଣ୍ଟାଲ ମାଛ, ୬୦୦୦ ଅଣ୍ଡା ଏବଂ ୨ ଦ୍ଵିଣ୍ଟାଲ ବତକ ମାଂସ ମିଳିଥାଏ । ଏଥିପାଇଁ ଚୂନ ବ୍ୟତୀତ ଅନ୍ୟ କୌଣସି ପୂରକ ଆହାର ବା ରାସାୟନିକ ସାର ପୋଖରୀରେ ପକାଇବାକୁ ପଡ଼ି ନଥାଏ ।
ମାଛଚାଷ ସହ କୁକୁଡ଼ା ପାଳନ:
ପୋଖରୀ ହୁଡ଼ାରେ ତାର ଜାଲି ଦିଆ କାନ୍ଥ ସହ ଚାଳଛପର ଘରଟିଏ କରି ମାଂସଳ (ବ୍ରଏଲର) କିମ୍ବା ଅଣ୍ଡାଦିଆ (ଲେୟାର) କୁକୁଡ଼ା ପାଳନ କରାଯାଇପାରେ । ଏହି ଘର ଚଟାଣ ଉପରେ ୬ ଇଞ୍ଚ ବହଳର ଚଷୁ ବିଛାଇ ଦିଆଯାଏ । ଏହାପରେ ଅଣ୍ଡାଦିଆ କୁକୁଡ଼ା ପାଳନ ପାଇଁ ୨ ମାସ ବୟସର ପ୍ରତିଷେଧକ ଟୀକାପ୍ରାପ୍ତ ଚିଆଁ ୨୦୦ ଗୋଟି ଏକ ଏକର ଜଳାୟତନ ବିଶିଷ୍ଟ ମାଛଚାଷ ପୋଖରୀ ପାଇଁ ପାଳନ କରାଯାଇଥାଏ । ଏମାନେ ୫ ମାସ ବେଳକୁ ଅଣ୍ଡାଦେବା ଆରମ୍ଭ କରିଥାନ୍ତି ଏବଂ ଦେଢ଼ବର୍ଷ ପର୍ଯ୍ୟନ୍ତ ଏମାନଙ୍କ ଅଣ୍ଡଦିଆ କ୍ଷମତା ଠିକ୍ ରୁହେ । ଏହାପରେ ଏମାନଙ୍କୁ ବିକ୍ରୟ କରିଦେବା ଉଚିତ୍ । ଯଦି ମାଂସଳ କୁକୁଡ଼ା ପାଳନ କରାଯାଏ, ତା ହେଲେ ଗୋଟିଏ ଥରରେ ଦିନିକିଆ ଚିଆଁ ୨୦୦ ଗୋଟି କିଣାଯାଇ ୪୫-୪୬ ଦିନ ପରେ ମାଂସ ପାଇଁ ବିକ୍ରୟ କରିଦିଆଯାଏ । ଏହିଭଳି ବର୍ଷକ ମଧ୍ୟରେ ୫ ଥର ମାଂସଳ କୁକୁଡ଼ା ପାଳନ କରି ବିକ୍ରୟ କରାଯାଇପାରେ । ଏହି କୁକୁଡ଼ା ଗୁଡ଼ିକ ପାଇଁ ବଜାରରେ ବିଭିନ୍ନ କମ୍ପାନୀ ଗୁଡ଼ିକର କ୍ରମ୍ବଲ୍ ବା ଦାନାଦାର ଏବଂ ପେଲେଟ୍ ଖାଦ୍ୟ ମିଳୁଛି । ତାକୁ କିଛି ଅନୁମୋଦିତ ହାରରେ କୁକୁଡ଼ାଙ୍କୁ ଖାଇବାକୁ ଦିଆଯାଏ । ଏହାଛଡ଼ା ମାଂସଳ କୁକୁଡ଼ା ପାଇଁ ରାଣୀକ୍ଷେତ୍ର, କନ୍ଧିଡ଼ିଓସିସ୍ ପ୍ରଭୃତି ରୋଗ ପାଇଁ ପ୍ରତିଷେଧକ ବ୍ୟବସ୍ଥା ଠିକ୍ ସମୟରେ ନିଆଯିବା ଉଚିତ୍ । କୁକୁଡ଼ା ଘରେ ବିଛା ଯାଇଥିବା ଚମ୍ପୁ ଦୁଇମାସ ପରେ ଖତରେ ପରିଣତ ହୋଇଥାଏ । ସେଗୁଡ଼ିକ ସିଧାସଳଖ ପୋଖରୀରେ ପକାଯାଇଥାଏ । ପୋଖରୀ ଜଳରେ ନେଳି ସୃଷ୍ଟି ହେଲେ ଏହି ଖତ ପକାଇବା ସ୍ଥଗିତ ରଖୁ ଏକର ପିଛା ୮୦ କି.ଗ୍ରା. କାର୍ବୋନେଟ୍ ଚୂନ ରାତିସାରା ବତୁରାଯାଇ ସକାଳେ ପ୍ରୟୋଗ କରିବାକୁ ପଡ଼ିଥାଏ । ଏହି ସମନ୍ବିତ ଚାଷ ଦ୍ଵାରା ଚୂନ ବ୍ୟତୀତ ଆଉ କୌଣସି କୃତ୍ରିମ ମାଛ ଖାଦ୍ୟ ବା ରାସାୟନିକ ସାର ନ ପକାଯାଇ ବାର୍ଷିକ ଏକର ପିଛା ୨୦ କ୍ଲିଣ୍ଟାଲ ପର୍ଯ୍ୟନ୍ତ ମାଛ ଅମଳ ମିଳିଥାଏ । ଏତଦ୍‌ବ୍ୟତୀତ ଅଣ୍ଡାଦିଆ କୁକୁଡ଼ା ପାଳନ କରାଯାଉଥିଲେ ଏକର ପିଛା ବର୍ଷକୁ ଅତିରିକ୍ତ ୨୮୦୦୦ ଅଣ୍ଡା ଓ ୫୦୦ କି.ଗ୍ରା. କୁକୁଡ଼ା ମାଂସ ଏବଂ ମାଂସଳ କୁକୁଡ଼ା ପାଳନ କରାଯାଉଥିଲେ୧୫୦୦ କି.ଗ୍ରା. ପର୍ଯ୍ୟନ୍ତ କୁକୁଡ଼ା ମାଂସ ଆମଦାନୀ ମିଳିଥାଏ । ବର୍ତ୍ତମାନ ଅନେକ ଚାଷୀଭାଇ ପୋଖରୀ ହୁଡ଼ା ଉପରେ ଝାଟିମାଟି ଘରଟିଏ କରି ବିଭିନ୍ନ ରଙ୍ଗିନ୍ନ ପ୍ରଜାତିର କୁକୁଡ଼ା ଯଥା – ବନରାଜା, ଗ୍ରାମପ୍ରିୟ, କୃଷ୍ଣପ୍ରିୟ, ଗିରିରାଜ, ବ୍ଲକର, କୋଡନାଥ, ପ୍ରଭୃତିଙ୍କୁ ଉଭୟ ମାଂସ ଓ ଅଣ୍ଡା ପାଇଁ ପାଳନ କରୁଅଛନ୍ତି ।
                         

  ଅନିଲ କୁମାର ମିଶ୍ର , ଭୁବନେଶ୍ୱର, ଓଡ଼ିଶା

Leave A Reply

Your email address will not be published.

8 + eleven =