ପରିବେଶ , ପ୍ରକୃତି ଓ ପରିସଂସ୍ଥା

0

ପରିବେଶର ପାରିପାଶ୍ୱିର୍କ ସ୍ଥିତି ଏବେ ସଂଜ୍ଞାହୀନ । ପ୍ରକୃତିକୁ ନେଇ ଏ ସମାଜ । ପ୍ରକୃତିର କରାଳ ରୂପକୁ ମାନବ ମୁହୂର୍ତ୍ତକ ପାଇଁ ମଧ୍ୟ ସହ୍ୟ କରିବା କଷ୍ଟକର ହୋଇପଡେ଼ । ଆଜି ଜୀବନ ଜୀଇଁବାର ପ୍ରତ୍ୟେକଟି ସୋପାନରେ କେବଳ ପ୍ରଦୂଷଣର ବିଷ ଘୁରିବୁଲୁଛି । ତେବେ ଏସବୁଥିର ସମାଧାନ ମଣିଷ ଚାହିଁଲେ କରିପାରିବ । ସେ ହିଁ ସୃଷ୍ଟି କରିପାରିବ ପୁଣି ଥରେ ସବୁଜ ବନାନୀ। ପୁଣି ଥରେ ଗଢ଼ି ଉଠିବ ସବୁଜମୟର ବାତାବରଣ । ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଆମକୁ ସଚେତନ ହେବାକୁ ପଡ଼ିବ । ବିଶ୍ୱକୁ ସୁରଭିତ ଭାବେ ଗଢ଼ି ତୋଳିବାକୁ ସଂକଳ୍ପ ନେବାକୁ ହେବ । ପ୍ରତିବର୍ଷ ଜୁନ ମାସ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଏ । ତେବେ ଦିବସ ପାଳନ ନୁହେଁ ବରଂ ପ୍ରତିଟି ଦିନ ଆମେ ପରିବେଶର ସୁରକ୍ଷା ପ୍ରତି ଯତ୍ନବାନ ହେବା ଜୁରରୀ । ତାହେଲେ ଯାଇ ଆମେ ବଂଚିବାର ପ୍ରକୃତ ରାହା ଖୋଜି ପାଇପାରିବା । ଯନ୍ତ୍ର ମାୟାରେ ପ୍ରଲୁବ୍ଧ ନହୋଇ ପ୍ରକୃତିର ପୂଜକ ସାଜିବା ।

ମଣିଷ ନିଜର ଇପ୍ସିତ ଆଶାକୁ ପୂରଣ କରିବା ପାଇଁ ସବୁକିଛିକୁ ବଳି ଦେବାର ଉଦାହରଣ ସର୍ବତ୍ର ଦେଖିବାକୁ ମିଳେ । କାରଣ ମଣିଷ ଲୋଭର ବଶବର୍ତ୍ତୀ । ନିଜର ଲାଳସା ଉପରେ ମଣିଷର ଅକ୍ତଆର ନାହିଁ । ବିଜ୍ଞାନର ବଳରେ ବଳୀୟାନ ଏହି ମାନବ ସମାଜ ଏବେ କ୍ଷଣିକ ସମୟରେ ସୃଷ୍ଟି କରିପାରୁଛି ପ୍ରଦୂଷଣର ବିଷମଂଜି । ଯେଉଁ ପରିବେଶ ଦିନେ ଶସ୍ୟଶ୍ୟାମଳା ଥିଲା ଆଜି ସେଠି କାରଖାନାର ମଂଚ । କେଉଁଠି ଚିନି କାରଖାନା ତ କେଉଁଠି ବଡ଼ ବଡ଼ ମିଲ୍‌ । ବିକାଶଶୀଳ ଦେଶ ମାନଙ୍କରେ ତ ଏମାନଙ୍କ ସଂଖ୍ୟା ଖୁବ ଅଧିକ । ବିଭିନ୍ନ ବଡ଼ ବଡ଼ କଳକାରଖାନା ତଥା ଦୃତ ଶିଳ୍ପାୟନର ପ୍ରଭାବ ଯୋଗୁଁ ବାୟୁରେ ଅମ୍ଳଜାନର ପରିମାଣ କମିବାରେ ଲାଗିଛି । । କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବା ପାଇଁ ମଣିଷ ବ୍ୟବହାର କରୁଛି ବିଭିନ୍ନ ରାସାୟନିକ ବିଷ । ଏହା ଯୋଗୁଁ ବାୟୁମଣ୍ଡଳ ନଷ୍ଟ ହେବା ସହ ରାସାୟନିକ ସାରର ପ୍ରୟୋଗରେ ମୃତ୍ତିକାର ଉର୍ବରତା ବି ନଷ୍ଟ ହେଉଛି । ବିବେକହୀନ ମଣିଷ ପାଇଁ ଆଜି ଧ୍ୱଂସ ହେଉଛି ପୃଥିବୀ । ପରିବେଶର ମାନର ହ୍ରାସ ଘଟୁଛି । ବିଭିନ୍ନ ପୂଜାପର୍ବରେ ଡ଼ାକବାଜି ଯନ୍ତ୍ରର ଚାହିଦା ଯୋଗୁଁ ଅନେକ ଶବ୍ଦ ପ୍ରଦୂଷଣ ବି ହେଉଛି । ସୁତାରଂ ବର୍ତ୍ତମାନ ସମୟରେ ପରିବେଶରେ ବୃଦ୍ଧି ପାଇଛି ପ୍ରଦୂଷଣର ଚିତ୍ର ।

nano urea

ଜଳଭାଗ ଓ ସ୍ଥଳଭାଗରେ ବିଭିନ୍ନ ପ୍ରକାର ସଜୀବ ମାନେ ବାସ କରନ୍ତି । କୀଟ, ପତଙ୍ଗ, ଗଛ, ଗାଈଗୋରୁ ପ୍ରମୁଖ ସ୍ଥଳ ଭାଗରେ ଥିବା ସମୟରେ ମାଛ, ଜଳଜ ଉଦ୍ଭିଦପରି କେତେକ ମୁଖ୍ୟତଃ ଜଳ ଭାଗରେ ବସବାସ କରନ୍ତି । ଏହି ସ୍ଥଳ ଭାଗରେ ଥିବା ଜୈବସନ୍ତୁଳନ ମୁଖ୍ୟତଃ ଜଙ୍ଗଲ ପୋଡି, ଗାଈଗୋରୁ ମାନଙ୍କ ଅତ୍ୟଧିକ ଚରାଚର ପ୍ରବୃତ୍ତି, ଜଙ୍ଗଲ କ୍ଷୟ ପ୍ରଭୁତି ଯୋଗୁଁ ନଷ୍ଟ ହେବାରେ ଲାଗିଛି ।
ଏଥିସହ ଦ୍ୱିତୀୟତଃ ବନ୍ୟପ୍ରାଣୀ ମାନେ ନିଜ ବାସସ୍ଥଳୀ ହରାଇବା ସହିତ ବାସହରା ହୋଇଯାଇଛନ୍ତି । ଏହାର ପ୍ରମୁଖ କାରଣ ଭିତରେ ମୁଖ୍ୟତଃ ଲୋକମାନେ ନିଜର ଆବଶ୍ୟକତାକୁ ଚରିତାର୍ଥ କରିବା ନିମନ୍ତେ କଳକାରଖାନା ଓ ଜନବସତି ସ୍ଥାପନ କରୁଛନ୍ତି । ଏଥିସହ କୃଷିକାର୍ଯ୍ୟ ସମ୍ପାଦନ ସହିତ ଜଙ୍ଗଲ କାଟିବା ଫଳରେ ବନ୍ୟପ୍ରାଣୀମାନେ ବାସହରା ହୋଇଯାଛନ୍ତି । ବନ୍ୟପ୍ରାଣୀ ମାନେ ଏହି ଲୋଭପିପାସୁ ମଣିଷ ମାନଙ୍କ ପାଇଁ ବିଲୁପ୍ତ ହେବାରେ ଲାଗିଛନ୍ତି । ତୃତୀୟତଃ ପରିବେଶ ସନ୍ତୁଳନ ଆଜି ନଷ୍ଟ ପ୍ରାୟ । ନା ଅଛି ପଶୁପକ୍ଷୀ ମାନଙ୍କ ପାଇଁ ବାସସ୍ଥାନ, ନା ଅଛି ଜୈବ ସନ୍ତୁଳନ ସହରୀକରଣ ଏହାର ପ୍ରମୁଖ କାରଣ । ଚତୁର୍ଥରେ ମଣିଷ ଆଜି ନିଜର ସ୍ୱାର୍ଥ ଏବଂ ଆଶାକୁ ନୂତନ ରୂପ ଦେବାକୁ ଯାଇ ବନ୍ୟପ୍ରାଣୀଙ୍କ ବାସସ୍ଥାନକୁ କ୍ଷୟକରି ସେଠାରେ ଚାଷବାସ ଆରମ୍ଭ କରିଦେଲେଣି ।
ତେବେ ଆଜି ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି ଯେ ଯେଉଁମାନେ ଜୈବ ବିବିଧତା ନଷ୍ଟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି, ସେମାନେ କଣ ଏହାକୁ ସୁରକ୍ଷା ଦେବାରେ ସମ୍ଭବ ହୋଇପାରିବେ? ତେବେ ଦିବସ ପାଳନ କେବଳ ପାଳିତ ହୋଇ ସ୍ଲୋଗାନ ବାଜିରେ ନସରି ଏହାର ଗୁରୁତ୍ୱକୁ ସମସ୍ତେ ଉପଲବ୍ଧି କରିବା ଆବଶ୍ୟକ । ପ୍ରାଚୀନ କାଳରେ ବୁଦ୍ଧ ମଧ୍ୟ ଏଥିପାଇଁ ସଚେତନ କରିଥିବା ସହିତ ଏବେ ବିଭିନ୍ନ ଚଳଚିତ୍ରରେ ଏହାକୁ ପ୍ରଦର୍ଶନ କରାଯାଇଛି ।

ପରିବେଶ ବିବିଧତାକୁ ସଂରକ୍ଷଣ କରିବା ଏବେ ଆମର ପ୍ରଧାନ କର୍ତ୍ତବ୍ୟ । ଉଦ୍ଭିଦ ଏବଂ ପ୍ରାଣୀମାନଙ୍କର ଜେନେଟିକ ବିବିଧତା ସଂରକ୍ଷଣ ମଧ୍ୟ ଅନିବାର୍ଯ୍ୟ ଅଟେ । ଏହା ପୃଥିବୀରେ ଜୀବନ ସହାୟତା ପ୍ରଣାଳୀର ସ୍ଥାୟୀ ଉପଯୋଗକୁ ସୁନିଶ୍ଚିତ କରିବାରେ ଅଶେଷ ସହାୟକ ହେବ । ପ୍ରାକୃତିକ ସମ୍ପଦର ସଂରକ୍ଷଣ, ଆମର ସମୃଦ୍ଧ ପରିବେଶର ଜୈବବିବିଧତାର ସୁରକ୍ଷା ଏବଂ ଆମର ଆବଶ୍ୟକତାକୁ କମ୍‌ କରିବାର ଏହି ବିଶ୍ୱ ପରିବେଶ ଦିବସରେ ଏକ ପ୍ରତିଶ୍ରୁତିନେବା, ଯାହା ଆଗାମୀଦିନରେ କୃଷିର ନିରନ୍ତର ଅଭିବୃଦ୍ଧି ତଥା ଜୈବ ବିବିଧତାର ପୁନର୍ଗଠନ ହିଁ ବିକାଶ ପାଇଁ ଫଳପ୍ରଦହେବ ।

ଡି ଶୁଭମ୍‌

Leave A Reply

Your email address will not be published.

eleven − 5 =